"କାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ (via JWB)
ଟ୍ୟାଗ: Reverted
ଟିକେ "ଦ୍ୱାରା" ଶବ୍ଦ ସହ ଲାଗିକି ରହିବ (via JWB)
ଟ୍ୟାଗ: Manual revert
୨୮ କ ଧାଡ଼ି:
 
== କାନ ଓ ଶ୍ରବଣର ପରିଚୟ ==
ଶବ୍ଦ ବୋଧ ଶକ୍ତିକୁ ଇଂରାଜୀରେ ଅଡିସନ୍ କହନ୍ତି । [[ଶବ୍ଦ]] ଏକ [[ଶକ୍ତି]] (Energy) ତଥା ଏକ ରୈଖିକ ଚାପ ତରଙ୍ଗ ଯାହା ବାୟୁ, [[ଜଳ]] ଓ ଅନ୍ୟାନ୍ୟ ମାଧ୍ୟମରେ ଗତି କରେ । ଏହା ଦ୍ୱାରାଏହାଦ୍ୱାରା ଶୃତିଗତ ଭାବ ଆଦାନ ପ୍ରଦାନ ହୁଏ । କାନ କେବଳ ଶବ୍ଦ ଗ୍ରହଣ କରେ, [[ମସ୍ତିଷ୍କ]]ଦ୍ୱାରା ଶୁଣି ହୁଏ । [[କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ]]ରେ ଅବସ୍ଥିତ ଶ୍ରବଣ ସ୍ଥାନରେ ସ୍ନାୟୁ ତରଙ୍ଗ ପ୍ରବେଶ ଓ ତାହାର ଚିହ୍ନଟ ଯୋଗୁ ଶୁଣି ହୁଏ । ବାହାରୁ ଆସୁଥିବା ଶବ୍ଦ ତରଙ୍ଗ କାନଦ୍ୱାରା ସ୍ନାୟୁ ତରଙ୍ଗରେ ପରିଣତ ହୁଏ ଯାହା ମସ୍ତିଷ୍କକୁ ପଠାଯାଏ । <br />
କାନର ବାହାରକୁ ଦେଖା ଯାଉଥିବା ଅଂଶ ଧ୍ୱନୀ ତରଙ୍ଗ ସଂଗ୍ରହ କରେ । ଏହି ତରଙ୍ଗ ମଝି କାନଦ୍ୱାରା ବର୍ଦ୍ଧିତ ହୁଏ ଓ ଅନ୍ତ କର୍ଣ୍ଣରେ ଥିବା ତରଳ ପଦାର୍ଥରେ ଏହା ତରଙ୍ଗ ସୃଷ୍ଟି କରେ । ଏହି ତରଳ ପଦାର୍ଥ ମଧ୍ୟରେ ଏକ ପ୍ରକାର କେଶ ସ୍ନାୟୁ କୋଷ ଥାଏ ଯାହା ଏହି ତରଳ ପଦାର୍ଥ ଥିବା କୋଠରୀର କାନ୍ଥର ଜୀବ କୋଷରୁ (epithelium) ଆସିଥାଏ । ଶବ୍ଦ ଯୋଗୁ ତରଳ ପଦାର୍ଥରେ ସୃଷ୍ଟି ହୋଇଥିବା ତରଙ୍ଗ ଏହି କେଶମାନଙ୍କୁ ଉତ୍ତେଜିତ କରେ । ତରଳ ପଦାର୍ଥର ଚଳନ ଅନୁସାରେ କେଶ ବଙ୍କା ସିଧା ହେଉଥାଏ ଓ ଏହାର କମ୍ପନ ଅନୁସାରେ କେଶ ସ୍ନାୟୁରେ ସ୍ନାୟୁ ତରଙ୍ଗ ସୃଷ୍ଟି କରେ । ଏହି ସ୍ନାୟୁ ତରଙ୍ଗ (Nerve impulse) ମସ୍ତିଷ୍କରେ ପ୍ରବେଶ କରେ । ଏହି କେଶ ଏକ ପ୍ରକାର ମେକାନୋରିସେପ୍ଟର (Mechanoreceptor) କାମ କରେ ।
 
"https://or.wikipedia.org/wiki/କାନ"ରୁ ଅଣାଯାଇଅଛି