"ବ୍ୟବହାରକାରୀ:Hpsatapathy/ପରଖଘର-xx" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" ଶିଶୁ ଦିବସ-୨୦୨୧ ଉପଲକ୍ଷେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଲୟଙ୍କ ଆଦେଶକ୍ରମେ ତଥା ରାୟଗଡ଼ା ପରିବାର ଅଦାଲତଙ୍କ ତତ୍ତ୍ଵାବଧାନରେ ଆସନ୍ତା ୧୪।୧୧।୨୦୨୧ ତାରିଖରେ ବ୍ଳକ ସ୍ତରରେ ଏକ ଚିତ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୮:୧୨, ୩୦ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଶିଶୁ ଦିବସ-୨୦୨୧ ଉପଲକ୍ଷେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଲୟଙ୍କ ଆଦେଶକ୍ରମେ ତଥା ରାୟଗଡ଼ା ପରିବାର ଅଦାଲତଙ୍କ ତତ୍ତ୍ଵାବଧାନରେ ଆସନ୍ତା ୧୪।୧୧।୨୦୨୧ ତାରିଖରେ ବ୍ଳକ ସ୍ତରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହେବ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ବିବେଚିତ ଚିତ୍ର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କୁ ପଠାଯିବ । ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ଚିତ୍ରଟି ଆସନ୍ତା ବର୍ଷର ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନ ପାଇବ । ରାୟଗଡା ସବଡିଭିଜନର ଗ୍ରମୀଣ ଏବଂ ସହରାଞ୍ଚଳର ୮ ବର୍ଷରୁ ୧୪ ବର୍ଷ ମଧ୍ୟରେ ସମସ୍ତ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାରିବେ । ଏହି ପ୍ରତିଯୋଗୀତାର ଅନ୍ୟାନ୍ୟ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

  • ପ୍ରତିଯୋଗୀତାର ବିଷୟବସ୍ତୁ: ଶିଶୁପାଇଁ ପରିବାରର ମହତ୍ତ୍ଵ
  • ସ୍ଥାନ : ରାୟଗଡା ଜିଲ୍ଲାର ସମସ୍ତ ଚାରୋଟି ବ୍ଳକ ଯଥା:-
  • ତାରିଖ: ୧୪-୧୧-୨୦୨୧, ସମୟ: ୯ ରୁ ୧୧ ଘଣ୍ଟା
  • ଚିତ୍ରାଙ୍କନ ପାଇଁ ଉଦ୍ଦିଷ୍ତ ସ୍ସମୟ: ୨ ଘଣ୍ଟା
  • ଚିତ୍ରପଟ୍ଟର ଆକାର:- ମିଡିୟମ ଡ୍ରାଇଙ୍ଗ୍ କାଗଜ
  • ବ୍ୟବହୃତ ରଙ୍ଗ : ପାଣି ରଙ୍ଗ(Water color), ସ୍କେଚ କଲମ( sketch pen), କ୍ରେୟନ(Crayon), ରଙ୍ଗ ପେନସିଲ, ସାଦା ପେନସିଲ, ଏକ୍ରିଲିକ ରଙ୍ଗ(Acryic paint), ଚାରକୋଲ ରଙ୍ଗ (Charcoal)
   ଏ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା କିମ୍ବା ପରିବାର ଅଦାଲତ, ରାୟଗଡଙ୍କ ସହ ଯୋଗାଯୋଗ କରିପାରିବେ ।