"ସୁପିରିଅର ଭେନା କାଭା ସିଣ୍ଡ୍ରୋମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସୁପିରିଅର ଭେନା କାଭା ସିଣ୍ଡ୍ରୋମ ବା ଏସଭିସିଏସ ଏକ ଲକ୍ଷଣପୁଞ୍ଜ ଯାହା ହୃତ୍‌ପିଣ୍ଡକୁ ରକ୍ତ ସରବରାହ କରୁଥିବା
Content deleted Content added
Created by translating the page "User:Mr. Ibrahem/Superior vena cava syndrome"
(କିଛି ବଦଳିନାହିଁ)

୧୫:୫୪, ୨୭ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସୁପିରିଅର ଭେନା କାଭା ସିଣ୍ଡ୍ରୋମ (ଉର୍ଦ୍ଧ୍ୱ ମହାଶିରା ସିଣ୍ଡ୍ରୋମ, ଇଂରାଜୀ ଭାଷାରେ Superior vena cava syndrome/ SVCS ) ବା ଏସଭିସିଏସ ଏକ ଲକ୍ଷଣପୁଞ୍ଜ ଯାହା ହୃତ୍‌ପିଣ୍ଡକୁ ରକ୍ତ ସରବରାହ କରୁଥିବା ବିରାଟ ଶିରାର ଅବରୋଧ ଯୋଗୁ ସୃଷ୍ଟି ହୁଏ । [୧] ଏହାର ଲକ୍ଷଣ ମଧ୍ୟରେ ମୁହଁ, ବେକ, ବା ବାହୁ ଫୁଲିଯିବା, ଛାତିର ସମ୍ମୁଖ ଭାଗରେ ଥିବା ଶିରାମାନଙ୍କର ବୃଦ୍ଧି, ଅଣ ନିଶ୍ୱାସ, ଲାଲ ଆଖି, ଏବଂ କାଶ ହୋଇପାରେ | [୧] ଶ୍ୱାସକ୍ରିୟାରେ ସଁ ସଁ ଶବ୍ଦ ହେବା, ମୁଣ୍ଡବିନ୍ଧା ଏବଂ ଚେତନା ସ୍ତର ହ୍ରାସ ଇତ୍ୟାଦି ଲକ୍ଷଣ ଅଳ୍ପ ଦେଖାଯାଏ । [୧] କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଲକ୍ଷଣ ସୃଷ୍ଟି ହୋଇଥାଏ | [୧]

Superior vena cava syndrome (Mediastinal syndrome)
SVC obstruction
Superior vena cava syndrome in a person with bronchogenic carcinoma. Note the swelling of his face first thing in the morning (left) and its resolution after being upright all day (right).
ଲକ୍ଷଣFace, neck, or arm swelling, enlargement of the veins on the front of the chest, shortness of breath, cough[୧]
ଆକ୍ରାନ୍ତ ସମୟOver days to weeks[୧]
କାରଣCancer, blood clot, syphilis, aortic aneurysm, fibrosing mediastinitis[୧][୨]
ବିପଦ କାରକCentral venous catheters, pacemaker[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ଚିକିତ୍ସାElevation of the head of the bed, steroids, stenting, bypass surgery[୧][୩]
ପୁନଃପୌନିକ15,000 cases per year (USA)[୧]

ଏହା ସାଧାରଣତ କର୍କଟ ରୋଗ କିମ୍ବା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୋଇଥାଏ | [୧] କର୍କଟ ରୋଗଗୁଡିକ ମଧ୍ୟରେ ଛୋଟ ଜୀବକୋଷ ଫୁସଫୁସ କର୍କଟ, ନନ୍-ହଜକିନ୍ସ ଲିମ୍ଫୋମା ଏବଂ ମେଟାଷ୍ଟାଟିକ ଅର୍ବୁଦ ଥାଏ । [୧] ଏହା ମଧ୍ୟ ଇଣ୍ଟ୍ରାଭାସ୍କୁଲାର ଉପକରଣଗୁଡ଼ିକର ଜଟିଳତା ଯୋଗୁ ହୋଇପାରେ ଯେପରିକି କେନ୍ଦ୍ରୀୟ ଶିରା କାଥେଟର କିମ୍ବା ପେସମେକର ଲିଡଦ୍ୱାରା, ସିଫିଲିସ୍, ଛାତି ଆନିଉରିଜ୍ମ ଏବଂ ଫାଇବ୍ରୋଜିଙ୍ଗ ମିଡିଆଷ୍ଟାଇନାଇଟିସ ଯୋଗୁ ହୋଇପାରେ ।[୧] [୨] ମେଡିକାଲ ଇମେଜିଙ୍ଗ କରି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ । [୧]

ଶଯ୍ୟାର ମୁଣ୍ଡ ପାଖ ଟେକିବା ଏବଂ ସମ୍ଭାବ୍ୟ ସ୍ଟିରଏଡ ଦେଇ ପ୍ରାରମ୍ଭିକ ପରିଚାଳନା କରାଯାଏ ।[୧] [୩] ଏହାର ମୂଳ କାରଣ ଉପରେ ଅନ୍ୟାନ୍ୟ ପ୍ରୟାସ ନିର୍ଭର କରେ | [୧] ଜମାଟ ବାନ୍ଧିଥିଲେ ଅପସାରଣ ଏବଂ ଆଣ୍ଟିକୋଆଗୁଲେସନ ଥେରାପି, ଦିଆଯାଏ । [୧] କର୍କଟ ଜନିତ ଅବରୋଧ ଥିଲେ ବିକିରଣ ଚିକିତ୍ସା ବା କେମୋଥେରାପି କରାଯାଇପାରେ। [୧] ଅନ୍ୟାନ୍ୟ ପ୍ରୟାସରେ ସ୍ଟେଣ୍ଟିଂ କିମ୍ବା ବାଇପାସ ଅସ୍ତ୍ରୋପଚାର କରାଯାଏ ।[୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୧୫,୦୦୦ ମାମଲା ଘଟୁଥିବା ଆକଳନ କରାଯାଇଛି। [୧] ଏହି ଅବସ୍ଥା ପ୍ରଥମେ ୧୭୫୭ ମସିହାରେ ପ୍ରଥମେ ହଣ୍ଟର୍ ବର୍ଣ୍ଣନା କରିଥିଲେ । [୩]

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Seligson, MT; Surowiec, SM (January 2020). "Superior Vena Cava Syndrome". PMID 28723010. {{cite journal}}: Cite journal requires |journal= (help)
  2. ୨.୦ ୨.୧ Wilson, LD; Detterbeck, FC; Yahalom, J (3 May 2007). "Clinical practice. Superior vena cava syndrome with malignant causes". The New England journal of medicine. 356 (18): 1862–9. doi:10.1056/NEJMcp067190. PMID 17476012.
  3. ୩.୦ ୩.୧ ୩.୨ Zimmerman, S; Davis, M (August 2018). "Rapid Fire: Superior Vena Cava Syndrome". Emergency medicine clinics of North America. 36 (3): 577–584. doi:10.1016/j.emc.2018.04.011. PMID 30037444.