"ତୀବ୍ର ପ୍ରୋଷ୍ଟେଟ ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏକ ପ୍ରକାର ପ୍ରୋଷ୍ଟାଟାଇଟିସ୍ ରୋଗ ଯାହା ହଠାତ୍ ଆରମ୍ଭ ହୁଏ |
Content deleted Content added
Created by translating the page "User:Mr. Ibrahem/Acute prostatitis"
(କିଛି ବଦଳିନାହିଁ)

୧୫:୧୯, ୨୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ୍ ହେଉଛି ଏକ ପ୍ରକାର ପ୍ରୋଷ୍ଟାଟାଇଟିସ୍ ଯାହା ହଠାତ୍ ଆରମ୍ଭ ହୁଏ | [୨] ଲକ୍ଷଣଗୁଡ଼ିକରେ ଶ୍ରୋଣୀ ବା ପେଲଭିସରେ ଯନ୍ତ୍ରଣା କିମ୍ବା ତଳ ପିଠି ଯନ୍ତ୍ରଣା, ଜ୍ୱର ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇଥାଏ | [୨] ରୋଗ ଜଟିଳ ହେଲେ ମୂତ୍ର ଅବଧାରଣ, ପ୍ରୋଷ୍ଟ ଆବସେସ ଓ କ୍ରନିକ ପ୍ରୋଷ୍ଟେଟ ପ୍ରଦାହ ହୋଇପାରେ[୨] [୩]

Acute prostatitis
Acute bacterial prostatitis[୧]
ବିଭାଗUrology
ଲକ୍ଷଣSudden onset pelvic pain, fever, pain with urination[୨]
ଆକ୍ରାନ୍ତ ସମୟ20s or 30s[୧]
କାରଣBacterial infection[୨]
ବିପଦ କାରକUrinary tract infection, urinary catheter, prostate biopsy, sexually transmitted infection, anal sex[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, examination, urine testing[୧]
ସଠିକ ରୋଗ ନିର୍ଣ୍ଣୟPyelonephritis, urethritis, prostate cancer[୩]
ଚିକିତ୍ସାAntibiotics, pain medication[୨]
ପୁନଃପୌନିକRare[୩]

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ସାଧାରଣତଃ ପ୍ରୋଷ୍ଟେଟ ଗ୍ରନ୍ଥିରେ ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ ।[୨] ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ ହେଉଥିଲେ ମଧ୍ୟ ମୁଖ୍ୟତଃ ଏସ୍କରିସିଆ କୋଲାଇ ଯୋଗୁ ହୁଏ । [୧] ମୂତ୍ରାଶୟ ସଂକ୍ରମଣ, ମୂତ୍ରାଶୟ କାଥେଟର, ପ୍ରୋଷ୍ଟେଟ ବାୟୋପ୍ସି, ଯୌନ ସଞ୍ଚାରିତ ସଂକ୍ରମଣ ଓ ମଳଦ୍ୱାର ଯୌନ ସଂମ୍ଭୋଗ ଇତ୍ୟାଦି ଏହି ରୋଗର ସଙ୍କଟ କାରକ ଅଟନ୍ତି ।[୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ, ପରୀକ୍ଷା ଏବଂ ପରିସ୍ତା ପରୀକ୍ଷା ଉପରେ ଆଧାରିତ ହୋଇଥାଏ ।[୧] ପ୍ରୋଷ୍ଟେଟ ପରୀକ୍ଷା କରିବା ସମୟରେ ତାହାକୁ ମାଲିସ କରିବାକୁ ସୁପାରିଶ କରାଯାଏ ନାହିଁ | [୧]

ଚିକିତ୍ସାରେ ସାଧାରଣତଃ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଦିଆଯାଏ ।[୨] ଯନ୍ତ୍ରଣା ଲାଘବ ନିମନ୍ତେ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ। [୨] ମୂତ୍ର ଅବରୋଧ ହେଉଥିଲେ ମୂତ୍ର କାଥେଟର ଆବଶ୍ୟକ ହୁଏ ।[୨] ଫୁଲା କମେଇବା ପାଇଁ ଆଲଫା ବ୍ଲକର ଏବଂ ନ‌ନଷ୍ଟିରଏଡାଲ ଆଣ୍ଟ-ଇନ୍‌ଫ୍ଲାମେଟୋରୀ ଔଷଧ ଉପଯୋଗୀ ହୋଇପାରେ। [୧] ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ଅଟେ। [୨]

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏକ ବିରଳ ରୋଗ ଅଟେ | [୩] ସମସ୍ତ ପ୍ରୋଷ୍ଟାଟାଇଟିସ୍ ରୋଗର ଏହା ୫ରୁ ୧୦% ମାତ୍ର ହୋଇଥାଏ | [୩] ୨୦ରୁ ୩୦ ଦଶକରେ ସାଧାରଣତଃ ଏହି ରୋଗ ହୁଏ । [୧] ଏହି ରୋଗ ବିଷୟ ପ୍ରଥମେ ୧୮୩୮ମସିହାରେ ଭର୍ଡିଜ ବର୍ଣ୍ଣନା କରିଥିଲେ ।[୪]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Khan, FU; Ihsan, AU; Khan, HU; Jana, R; Wazir, J; Khongorzul, P; Waqar, M; Zhou, X (October 2017). "Comprehensive overview of prostatitis". Biomedicine & pharmacotherapy = Biomedecine & pharmacotherapie. 94: 1064–1076. doi:10.1016/j.biopha.2017.08.016. PMID 28813783.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Prostatitis". nhs.uk (in ଇଂରାଜୀ). 19 October 2017. Retrieved 7 November 2020.
  3. ୩.୦ ୩.୧ ୩.୨ ୩.୩ ୩.୪ Davis, NG; Silberman, M (January 2020). "Bacterial Acute Prostatitis". PMID 29083799. {{cite journal}}: Cite journal requires |journal= (help)
  4. Partin, Alan W.; Wein, Alan J.; Kavoussi, Louis R.; Peters, Craig A.; Dmochowski, Roger R. (2020). Campbell Walsh Wein Urology, E-Book (in ଇଂରାଜୀ). Elsevier Health Sciences. p. 1202. ISBN 978-0-323-67227-6.