"ଲିମ୍ଫିଡିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଲିମ୍ଫିଡିମା (ଇଂରାଜୀ ଭାଷାରେ Lymphedema) ଏକ ସ୍ଥାନୀୟ ଇଡିମା ବା ଫୁଲା ଅଟେ ଯାହା ଲସିକା ପ୍ରଣାଳୀର କାର୍ଯ୍ୟରେ ଅସୁବି
Content deleted Content added
Created by translating the page "User:Mr. Ibrahem/Lymphedema"
(କିଛି ବଦଳିନାହିଁ)

୦୯:୪୨, ୨୫ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଲିମ୍ଫିଡିମା (ଇଂରାଜୀ ଭାଷାରେ Lymphedema) ଏକ ସ୍ଥାନୀୟ ଇଡିମା ବା ଫୁଲା ଅଟେ ଯାହା ଲସିକା ପ୍ରଣାଳୀର କାର୍ଯ୍ୟରେ ଅସୁବିଧା ଯୋଗୁ ହୋଇଥାଏ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବେଆରାମ, ଓଜନିଆ, ଗଣ୍ଠି କାଠିନ୍ୟ ଏବଂ ମୋଟା ଚର୍ମ ହୋଇପାରେ | [୧] [୨] ରୋଗ ଜଟିଳ ହେଲେ ସଂକ୍ରମଣ, ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଲିମ୍ଫାଞ୍ଜିଓସାର୍କୋମା ହୋଇପାରେ। [୨]

Lymphedema
Lymphoedema, lymphatic edema, lymphatic obstruction, lymphatic insufficiency
Lower extremity lymphedema
ବିଭାଗVascular medicine, physical medicine and rehabilitation, plastic surgery
ଲକ୍ଷଣSwelling, discomfort, heaviness, joint stiffness, skin thickening[୧][୨]
କାରଣCancer, parasitic infections, genetic disorders[୨]
ବିପଦ କାରକObesity[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟLipodystrophy, venous insufficiency, heart failure, kidney problems, cirrhosis[୧][୨]
ଚିକିତ୍ସାCompression therapy, good skin care, exercise, manual lymphatic drainage[୧][୩]
ପୁନଃପୌନିକ~200 million[୪]

କର୍କଟ ରୋଗ, ଏହାର ଚିକିତ୍ସା କିମ୍ବା ପରଜୀବୀ ସଂକ୍ରମଣ ଯୋଗୁ ଏହି ରୋଗ ହୋଇଥାଏ କିନ୍ତୁ ଅନେକ ଜେନେଟିକ ରୋଗମାନଙ୍କରେ ମଧ୍ୟ ଏହା ଦେଖାଯାଏ | [୨] ବିପଦ କାରକ ମଧ୍ୟରେ ମୋଟାପଣ ଅନ୍ତର୍ଭୁକ୍ତ ଥାଏ । [୩] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ପ୍ରଦାହ ଓ ଫାଇବ୍ରୋସିସ ଚକ୍ର ଦେଖାଯାଏ | [୪] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇ ଦିଆଯିବା ପରେ ସାଧାରଣତଃ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ | [୧]

ଏହି ରୋଗ ଆରୋଗ୍ୟ ସାଧ୍ୟ ନଥିବାବେଳେ ଚିକିତ୍ସାଦ୍ୱାରା ଫଳାଫଳ ଉନ୍ନତ ହୋଇପାରେ | [୧] ସାଧାରଣତଃ ଏଥିରେ ଚାପ ଚିକିତ୍ସା, ଉତ୍ତମ ଚର୍ମ ଯତ୍ନ, ବ୍ୟାୟାମ, ଏବଂ ହାତ ସାହାଯ୍ୟରେ ଲସିକା ନିଷ୍କାସନ ଇତ୍ୟାଦି କରାଯାଏ ଯାହା ସାମୁହିକ ଭାବରେ ଡିକଞ୍ଜେଷ୍ଟିଭ୍ ଥେରାପି ଭାବରେ ଜଣାଶୁଣା | [୧] ବ୍ୟାୟାମ ମଧ୍ୟ ଉପଯୋଗୀ ହୋଇପାରେ | [୩] ଡାଇୟୁରେଟିକ ଉପଯୋଗୀ ନୁହେଁ। [୧] ବିଭିନ୍ନ ପଦକ୍ଷେପ ସହିତ ଉନ୍ନତ ହୋଇନଥିବା ରୋଗୀଙ୍କର ଅସ୍ତ୍ରୋପଚାର କରାଯାଏ । [୧]

ଲିମ୍ଫିଡିମା ବିଶ୍ୱରେ ପ୍ରାୟ ୨୦୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ | [୪] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୪] ସ୍ତନ କର୍କଟରୁ ବଞ୍ଚିଥିବା ୫ଜଣରୁ ଜଣେ ମହିଳା ଓ ମହିଳାରୋଗ କର୍କଟରେ ଆକ୍ରାନ୍ତ ୪୦% ମହିଳାଙ୍କର ଲିମ୍ଫିଡିମା ହୋଇପାରେ । [୨] ଜେନେଟିକ୍ କାରଣଗୁଡିକ କମ୍ ଥାଏ ଓ ସାଧାରଣତଃ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣକର ହୋଇଥାଏ | [୨] ପ୍ରାଚୀନ ଇତିହାସରେ ପ୍ରାଚୀନ ଇତିହାସରେ ଏହି ଅବସ୍ଥାର ବର୍ଣ୍ଣନା କରାଯାଇଛି। [୫]  

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Grada AA, Phillips TJ (December 2017). "Lymphedema: Diagnostic workup and management". Journal of the American Academy of Dermatology. 77 (6): 995–1006. doi:10.1016/j.jaad.2017.03.021. PMID 29132859.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Sleigh, BC; Manna, B (July 2020). "Lymphedema". PMID 30725924. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "Lymphedema (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 30 June 2008. Retrieved 20 February 2021.
  4. ୪.୦ ୪.୧ ୪.୨ ୪.୩ Grada AA, Phillips TJ (December 2017). "Lymphedema: Pathophysiology and clinical manifestations". Journal of the American Academy of Dermatology. 77 (6): 1009–1020. doi:10.1016/j.jaad.2017.03.022. PMID 29132848.
  5. Tyring, Steven K.; Lupi, Omar; Hengge, Ulrich R. (2016). Tropical Dermatology E-Book (in ଇଂରାଜୀ). Elsevier Health Sciences. p. 57. ISBN 978-0-323-33914-8.