"ଡାଏପର ଚର୍ମ‌ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଡାଏପର ଚର୍ମ‌ପ୍ରଦାହ ଶିଶୁର ଡାଏପର ପିନ୍ଧା ସ୍ଥାନରେ ହେଉଥିବା ଲାଲ ଦାଗ ବା ରାସକୁ କୁହାଯାଏ ।
Content deleted Content added
Created by translating the page "User:Mr. Ibrahem/Diaper dermatitis"
(କିଛି ବଦଳିନାହିଁ)

୧୬:୧୬, ୨୪ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଡାଏପର ଚର୍ମ‌ପ୍ରଦାହ (ଇଂରାଜୀ ଭାଷାରେ Diaper dermatitis, ଅନ୍ୟ ନାମ diaper rash), ଶିଶୁର ଡାଏପର ପିନ୍ଧା ସ୍ଥାନରେ ହେଉଥିବା ଲାଲ ଦାଗ ବା ରାସକୁ କୁହାଯାଏ । [୩] ସାଧାରଣତଃ ଚର୍ମ ଭାଙ୍ଗରେ ଏହି ରାସ ବା ଲାଲ ଦାଗ ଓ କାତି ଛାଡ଼ିବା ଦେଖାଯାଏ ନାହିଁ ଓ ତାହା ବ୍ୟତୀତ ଡାଏପର ଲାଗିଥିବା ଅନ୍ୟାନ୍ୟ ସ୍ଥାନମାନଙ୍କରେ ହୁଏ ।[୩] ଜୀବାଣୁ କିମ୍ବା କବକ ସଂକ୍ରମଣ ଯୋଗୁ ରୋଗ ଜଟିଳ ହେଲେ ଛୋଟ ଛୋଟ ଫୋଟକା ହୁଏ, ଚର୍ମ ଭାଙ୍ଗ ପ୍ରଭାବିତ ହୁଏ ଓ ଡାଏପର ନ ଲାଗିବା ସ୍ଥାନ ମଧ୍ୟ ପ୍ରଭାବିତ ହୁଏ । [୩]

Diaper dermatitis
Irritant diaper dermatitis,[୧] napkin dermatitis, diaper rash, nappy rash[୨]
Benign diaper rash
ବିଭାଗPediatrics
ଲକ୍ଷଣRedness in the diaper area[୩]
ଆକ୍ରାନ୍ତ ସମୟ9 to 24 months[୩][୧]
ଅବଧି2 to 3 days[୧]
ବିପଦ କାରକAntibiotics by mouth, gastroenteritis, malnutrition[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on the appearance[୧]
ସଠିକ ରୋଗ ନିର୍ଣ୍ଣୟIntertrigo, herpes simplex, molluscum, warts[୩][୧]
ଔଷଧNystatin, bacitracin/polymyxin B, steroid cream[୧]
ଚିକିତ୍ସାFrequent diaper changes, cleaning area with warm water, moisturizer cream[୩]
ପୁନଃପୌନିକCommon[୩]

ଡାଏପର ଚର୍ମ‌ପ୍ରଦାହ ସାଧାରଣତଃ ଉତ୍ତେଜକ ସ୍ପର୍ଶ ଚର୍ମ‌ପ୍ରଦାହର ଏକ ଭିନ୍ନ ରୂପ ଅଟେ । ଆଲର୍ଜି , ସଂକ୍ରମଣ, ସେବୋରିକ୍ ଡର୍ମାଟାଇଟିସ୍ କିମ୍ବା ସୋରିଆସିସ ଯୋଗୁ ଏହି ରୋଗ ହୋଇପାରେ । [୪] ପାଟିରେ ଆଣ୍ଟିବାୟୋଟିକ ଦେଲେ, ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ପୁଷ୍ଟିହୀନତା ଥିଲେ ଏହି ରୋଗ ଅଧିକ ଖରାପ ଦିଗକୁ ଗତି କରେ । [୩] ସାଧାରଣତଃ ପୂର୍ବରୁ ଆଲର୍ଜି ଥିବା ବ୍ୟକ୍ତିଙ୍କଠାରେ ସଂକ୍ରମଣ ଅଧିକ ଦେଖାଯାଏ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]

ପ୍ରତିଷେଧ ନିମନ୍ତେ ଅତ୍ୟଧିକ ଅବଶୋଷଣ‌‌କାରୀ ଡାଏପର ବ୍ୟବହାର କରାଯାଏ ଯାହାଦ୍ୱାରା ଆଲର୍ଜି ହେବାର କମ୍ ସମ୍ଭାବନା ଥାଏ | [୩] ଚିକିତ୍ସାରେ ଡାଏପରଗୁଡିକ ମଇଳା ହେବା ମାତ୍ରେ ପରିବର୍ତ୍ତନ, ଡାଏପର ପରିବର୍ତ୍ତନ ସମୟରେ ଉଷୁମ ପାଣିରେ ସଫା କରିବା ଏବଂ ପ୍ରଭାବିତ ଅଞ୍ଚଳରେ ନରମକାରୀ ମଲମ ପ୍ରୟୋଗ କରାଯାଏ ।[୩] ସଂକ୍ରମଣ ଥିଲେ ଆଣ୍ଟିଫଙ୍ଗାଲ୍ ଯେପରିକି ନିଷ୍ଟାଟିନ୍ କିମ୍ବା ଆଣ୍ଟିବାୟୋଟିକ୍ ମଲମ ଯେପରିକି ବାସିଟ୍ରାସିନ/ ପଲିମିକ୍ୱିନ ବି ବ୍ୟବହାର କରାଯାଇପାରେ। [୩] [୧] ଏକ ଦୁର୍ବଳ ସ୍ଟିରଏଡ କ୍ରିମ୍ ମଧ୍ୟ ସହାୟକ ହୋଇପାରେ | [୧]

ଡାଏପର ବ୍ୟବ‌ହାରକାରୀ ପିଲାଙ୍କର ଡାଏପର ଚର୍ମ‌ପ୍ରଦାହ ଏକ ସାଧାରଣ ରାସ ଯାହା ଅଧାରୁ ଅଧିକ ପିଲାଙ୍କୁ ପ୍ରଭାବିତ ହୋଇଥାଏ | [୧] ଏହା ସାଧାରଣତ ୯ରୁ ୧୨ ମାସର ପିଲାମାନଙ୍କଠାରେ ଦେଖାଯାଏ ଏବଂ ଏକ ବର୍ଷରୁ କମ୍ ବୟସର ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ପରିଦର୍ଶନର ଏକ ଚତୁର୍ଥାଂଶ କାରଣ ଅଟେ |[୩] ଡାଏପର ପିନ୍ଧାଯାଉ ନଥିବା ସଂସ୍କୃତିରେ ଏହି ରୋଗ କମ୍ ଦେଖାଯାଏ | [୫] ଡାଏପର ରାସର ପ୍ରଥମ ସ୍ପଷ୍ଟ ବର୍ଣ୍ଣନା ୧୯୦୫ ମସିହାରୁ ଆରମ୍ଭ ହୋଇଥିଲା, ଯଦିଓ ପୂର୍ବ ବର୍ଣ୍ଣନା ଅତି କମରେ ୧୮୮୭ରୁ ଥିଲା | [୫]

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Shin, Helen T. (2014-04-01). "Diagnosis and Management of Diaper Dermatitis". Pediatric Clinics of North America. Pediatric Dermatology. 61 (2): 367–382. doi:10.1016/j.pcl.2013.11.009. PMID 24636651.
  2. "Napkin dermatitis | DermNet NZ". dermnetnz.org (in ଇଂରାଜୀ). Retrieved 11 September 2020.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Cohen, B (May 2017). "Differential Diagnosis of Diaper Dermatitis". Clinical pediatrics. 56 (5_suppl): 16S–22S. doi:10.1177/0009922817706982. PMID 28420251.
  4. Klunk, C; Domingues, E; Wiss, K (July 2014). "An update on diaper dermatitis". Clinics in dermatology. 32 (4): 477–87. doi:10.1016/j.clindermatol.2014.02.003. PMID 25017459.
  5. ୫.୦ ୫.୧ Schachner, Lawrence A.; Hansen, Ronald C. (2011). Pediatric Dermatology E-Book (in ଇଂରାଜୀ). Elsevier Health Sciences. p. 879. ISBN 978-0-7234-3665-2. ଆଧାର ଭୁଲ: Invalid <ref> tag; name "History2011" defined multiple times with different content