"ସାନକ୍ରଏଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସାନକ୍ରଏଡ (ଇଂରାଜୀ ଭାଷାରେ Chancroid) ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ମଧ୍ୟରୁ ଏକ ପ୍ରକାର ସଂକ୍ରମଣ ଯେଉଁଥିରେ ଲିଙ
Content deleted Content added
Created by translating the page "User:Mr. Ibrahem/Chancroid"
(କିଛି ବଦଳିନାହିଁ)

୦୯:୫୧, ୨୪ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 

Chancroid
Soft chancre,[୧] Ulcus molle[୨]
A chancroid lesion on penis
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣGenital ulcers,d large lymph nodes in the groin[୩][୪]
ଆକ୍ରାନ୍ତ ସମୟ4 to 10 days after exposure[୪]
ଅବଧି2 weeks with treatment[୪]
କାରଣHaemophilus ducreyi spread by sex[୩]
ବିପଦ କାରକUncircumcised[୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୪]
ସଠିକ ରୋଗ ନିର୍ଣ୍ଣୟSyphilis, herpes, granuloma inguinale, lymphogranuloma venereum[୪]
ଚିକିତ୍ସାAntibiotics (azithromycin or ceftriaxone)[୪]
PrognosisGood[୪]
ପୁନଃପୌନିକRare[୪]

ସାନକ୍ରଏଡ (ଇଂରାଜୀ ଭାଷାରେ Chancroid) ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ମଧ୍ୟରୁ ଏକ ପ୍ରକାର ସଂକ୍ରମଣ ଯେଉଁଥିରେ ଲିଙ୍ଗରେ ଯନ୍ତ୍ରଣାଦାୟକ ଘାଆ ବା ଅଲସର ହୁଏ ଓ ଊରୁସନ୍ଧିରେ ଥିବା ଲସିକା ଗ୍ରନ୍ତି ବଢ଼ିଯାଏ ।[୩] [୪] ଅଲସର ସାଧାରଣତ ୧ରୁ ୨ ସେମି ଆକାରରେ ଥାଏ | [୪] ଲସିକା ଗ୍ରନ୍ତ୍ରିଗୁଡ଼ିକ ଅଧିକ ବଢ଼ିଗଲେ ଫାଟିଯାଏ | [୪] ସଂସ୍ପର୍ଶରେ ଆସିବାର ୪ ରୁ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ | [୪] [[

ହେମୋଫାଇଲସ ଡୁକ୍ରେ ନାମକ ଏକ ପ୍ରକାର ଜୀବାଣୁଦ୍ୱାରା ଏହି ରୋଗ ସୃଷ୍ଟ ଓ ସଞ୍ଚାରିତ ହୁଏ | [୩] ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ ମଧ୍ୟରେ ଏହା ବ୍ୟାପିବାର ବିପଦ ପ୍ରାୟ ୩୫% ରହିଥାଏ । [୪] ସୁନତ୍ ନ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକ ବିସ୍ତାର ହୁଏ | [୪] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ବିଶେଷ ଧରଣର କଲଚର ବା ପିସିଆର କରି ରୋଗ ନିଶ୍ଚିତ କରାଯାଏ । [୪]

ଆଜିଥ୍ରୋମାଇସିନ୍ କିମ୍ବା ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ | [୪] ଚିକିତ୍ସା ଆରମ୍ଭ କରିବାର ୨ ସପ୍ତାହ ମଧ୍ୟରେ ଉନ୍ନତି ହୁଏ ।[୪] ତରଳ ପଦାର୍ଥ ଭରିଥିବା ଲସିକା ଗ୍ରନ୍ଥିଗୁଡ଼ିକୁ ଛେଦନ କରି ନିଷ୍କାସନ କରାଯାଏ ।[୪] ଯୌନ ସହଭାଗୀମାନଙ୍କୁ ମଧ୍ୟ ଚିକିତ୍ସା କରାଯିବା ଉଚିତ୍। [୪] ଚିକିତ୍ସା ବିନା ଅଲସର ସାଧାରଣତଃ ୧ରୁ ୩ ମାସ ମଧ୍ୟରେ ଭଲ ହୋଇଯାଏ। [୪]

ସାନକ୍ରଏଡ ଏକ ବିରଳ ରୋଗ ଅଟେ | [୪] ଯୁକ୍ତରାଷ୍ଟ୍ରରେ ବର୍ଷକୁ ୨୦ରୁ କମ୍ ରୋଗ ନିର୍ଣ୍ଣୟ କରାଯାଏ। [୩] ୨୦ରୁ ୩୦ ବର୍ଷ ବୟସ୍କ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୪] ଯୌନ କର୍ମୀମାନଙ୍କ ମଧ୍ୟରେ ଏହା ଅଧିକ ହୁଏ | [୪] ପ୍ରାଚୀନ ଗ୍ରୀକ୍ ସମୟରୁ ଏହା ଭଳି ଲକ୍ଷଣ ଥିବା ଅନ୍ୟ ରୋଗର ବର୍ଣ୍ଣନା କରାଯାଇଥିଲା ଯାହା ୧୮୦୦ ଦଶକ ମଧ୍ୟ ଭାଗରେ ତାହାସିଫିଲିସ୍ ରୋଗ ବୋଲି ନିର୍ଣ୍ଣୟ କରାଗଲା ଓ ଏହା ଏକ ଭିନ୍ନ ହୋଇଥିବା ଜଣାଗଲା । [୫]  

ଆଧାର

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 274. ISBN 978-0-7216-2921-6.
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  3. ୩.୦ ୩.୧ ୩.୨ ୩.୩ ୩.୪ "Other Sexually Transmitted Diseases - 2018 Sexually Transmitted Diseases Surveillance". www.cdc.gov (in ଆମେରିକୀୟ ଇଂରାଜୀ). 2021-04-14. Retrieved 24 May 2021.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ ୪.୧୬ ୪.୧୭ ୪.୧୮ ୪.୧୯ ୪.୨୦ ୪.୨୧ ୪.୨୨ ୪.୨୩ Irizarry, L; Velasquez, J; Wray, AA (January 2021). "Chancroid". PMID 30020703. {{cite journal}}: Cite journal requires |journal= (help)
  5. Sexually Transmitted Diseases in Women (in ଇଂରାଜୀ). Lippincott Williams & Wilkins. 2003. p. 79. ISBN 978-0-397-51303-1. Retrieved 24 May 2021.