"ସର୍ବନିମ୍ନ ପରିବର୍ତ୍ତନ ରୋଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ସର୍ବନିମ୍ନ ପରିବର୍ତ୍ତନ ରୋଗ ହେଉଛି ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ
Content deleted Content added
Created by translating the page "User:Mr. Ibrahem/Minimal change disease"
(କିଛି ବଦଳିନାହିଁ)

୧୫:୫୦, ୧୯ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସର୍ବନିମ୍ନ ପରିବର୍ତ୍ତନ ରୋଗ (ଇଂରାଜୀ ଭାଷାରେ Minimal change disease/ MCD ) ହେଉଛି ଏକ ପ୍ରକାର ବୃକ୍‌କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥାଏ କିନ୍ତୁ ବୃକ୍‌କ‌ ବାୟୋପ୍ସିକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯିବାବେଳେ ଅପେକ୍ଷାକୃତ ସାଧାରଣ ବୃକ୍‌କ ଥିବା ଦେଖାଯାଏ | [୪] ଏହାର ଲକ୍ଷଣ ମଧ୍ୟରେ ଫୁଲା ଏବଂ ଫେଣ‌ଯୁକ୍ତ ମୂତ୍ର ତ୍ୟାଗ ହେଉଥିବା ଦେଖାଯାଏ | [୧] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧିଯାଏ, ସଂକ୍ରମଣ, ନିର୍ଜଳନ ଏବଂ ଉଚ୍ଚ ରକ୍ତ କୋଲେଷ୍ଟେରଲ ଥାଏ । [୧] [୨] ବୃକ୍‌କ ବିଫଳତା ବିରଳ ଅଟେ | [୧]

Minimal change disease
Minimal change glomerulopathy, minimal change nephrotic syndrome, nil disease, lipoid nephrosis[୧][୨]
The three hallmarks of minimal change disease seen on electron microscopy: diffuse loss of podocyte foot processes, vacuolation, and the appearance of microvilli.
ବିଭାଗNephrology
ଲକ୍ଷଣSwelling, foamy urine[୧]
ଆକ୍ରାନ୍ତ ସମୟ2 to 3 years old[୩]
କାରଣUnknown[୧]
ରୋଗ ନିର୍ଣ୍ଣୟ ପଦ୍ଧତିGenerally based on symptoms, labs, and urine testing[୨]
ସଠିକ ରୋଗ ନିର୍ଣ୍ଣୟGlomerulonephritis, heart failure, lymphedema[୨]
ଚିକିତ୍ସାCorticosteroids, blood pressure medication[୪]
PrognosisGenerally good[୨]
ପୁନଃପୌନିକ1 in 20,000 children per year[୨]

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [୧] [୨] ଏହା ସଂକ୍ରମଣ କିମ୍ବା ଆଲର୍ଜି ପ୍ରତିକ୍ରିୟାଦ୍ୱାରା ସକ୍ରିୟ ହୋଇପାରେ । [୧] ବୃକ୍‌କରରେ ଥିବା ଗ୍ଲୋମେରୁଲସରେ କ୍ଷତି ହେବା ଯୋଗୁ ଏହି ରୋଗ ହୋଇପାରେ | [୧] ସାଧାରଣତଃ ଲକ୍ଷଣ ସ‌ହିତ ମୂତ୍ର ପରୀକ୍ଷା ଏବଂ ଲ୍ୟାବ ପରୀକ୍ଷା ଫଳ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [୨] ଯଦି ତ‌ଥାପି ରୋଗ ନିର୍ଣ୍ଣୟ ଅସ୍ପଷ୍ଟ ଥାଏ, ତେବେ ବୃକ୍‌କ ବାୟୋପ୍ସି ଉପଯୋଗୀ ହୋଇପାରେ। [୨]

ସାଇକ୍ଲୋଫସଫାମାଇଡ କିମ୍ବା ସାଇକ୍ଲୋସ୍ପୋରିନ୍ ଦେଇ ଚିକିତ୍ସା କରାଯାଏ । [୪] ଏସିଇ ଇନହିବିଟର ବା କ୍ୟାଲସିଅମ ଚାନେଲ ବ୍ଲକର ଦେଇ ଉଚ୍ଚ ରକ୍ତଚାପ ପରିଚାଳନା କରାଯାଇପାରେ | [୧] ଏକ ନିମ୍ନ ଲବଣ ଯୁକ୍ତ ଖାଦ୍ୟ ଏବଂ ଡାଇୟୁରେଟିକସ ଦେଇ ଫୁଲା ନିୟନ୍ତ୍ରଣ କରାଯାଏ । [୪]ସମସ୍ତ ବୟସରେ ଫଳାଫଳ ପ୍ରାୟ ଭଲ ରହେ । [୨] ପ୍ରାୟ ୮୦% ରୁ ଅଧିକ ବୟସ୍କଙ୍କର ଏହି ରୋଗ ଚିକିତ୍ସା ସହିତ ଉପଶମ ହୋଇଯାଏ । [୧]

ବର୍ଷକୁ ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇଥାଏ | [୨] ସାଧାରଣତଃ ୨ରୁ ୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ | [୩] ପିଲାମାନଙ୍କଠାରେ ପୁରୁଷମାଙ୍କ ଅପେକ୍ଷା ମହିଳାମାନେ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [୨] ବୟସ୍କମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [୨] ପିଲାଙ୍କର ହେଉଥିବା ନେଫ୍ରୋଟିକ୍ ସିଣ୍ଡ୍ରୋମର ସବୁଠାରୁ ସାଧାରଣ କାରଣ ଏହି ରୋଗ ହୋଇଥାଏ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ୧୦ରୁ ୨୫% ମାମଲା ଏଥିପାଇଁ ଦାୟୀ ହୁଅନ୍ତି | [୧] [୫] ଏହି ରୋଗ ପ୍ରଥମେ ୧୯୧୩ ମସିହାରେ ମଙ୍କ ବର୍ଣ୍ଣନା କରିଥିଲେ । [୬]

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Minimal change disease | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Retrieved 24 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Zamora, G; Pearson-Shaver, AL (January 2020). "Minimal Change Disease". PMID 32809474. {{cite journal}}: Cite journal requires |journal= (help)
  3. ୩.୦ ୩.୧ Cheung, Alfred K. (2005). Primer on Kidney Diseases (in ଇଂରାଜୀ). Elsevier Health Sciences. p. 165. ISBN 978-1-4160-2312-8.
  4. ୪.୦ ୪.୧ ୪.୨ ୪.୩ "Glomerular Diseases | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  5. Hogan J, Radhakrishnan J (April 2013). "The treatment of minimal change disease in adults". Journal of the American Society of Nephrology. 24 (5): 702–11. doi:10.1681/ASN.2012070734. PMID 23431071.
  6. Yu, Alan S. L.; Chertow, Glenn M.; Luyckx, Valerie; Marsden, Philip A.; Skorecki, Karl; Taal, Maarten W. (2015). Brenner and Rector's The Kidney E-Book (in ଇଂରାଜୀ). Elsevier Health Sciences. p. 1016. ISBN 978-0-323-26259-0.