"ସୁଭାଷ ଚନ୍ଦ୍ର ବୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2409:4062:2E87:CCC3:0:0:7208:6804 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2409:4062:2011:4094:0:0:1AFD:48A4ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୪୨ କ ଧାଡ଼ି:
ସୁଭାଷ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମଲେଖାଇଲେ ସେତେବେଳେ ସେ ତାଙ୍କ ଜୀବନ ନିମନ୍ତେ ଜଣେ ଜଣେ ନୂଆ ବନ୍ଧୁ ପାଇଥିଲେ । ସେହି ବନ୍ଧୁ ଥିଲେ ତତ୍କାଳିନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କର ଅରବିନ୍ଦଙ୍କର ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଂକଟମୟ ପରିସ୍ଥିତିରେ ପଡ଼ିଯାଆନ୍ତି,ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମାତ୍ରା ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଗୃହଠାରୁ ୯୦ କି.ମି ଦୂର ଯିବାପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କଲେ । ସେଠାରେ ଏକ ନଦୀକୂଳରେ ଜଣେ ସନ୍ୟାସୀଙ୍କ ସସ୍ପର୍ଶରେ ଆସିଥିଲେ । ଦିନେ ସୁଭାଷ ସନ୍ୟାସୀଙ୍କର ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହା ଶୁଣି ସନ୍ୟାସୀ କହିଲେ ଯେକୈଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ଭାବରେ ତୋଳିବାକୁ ହୋଇଥାଏ । କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେଠାରୁ ବାହାରି ବହିତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷର ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢିବା ଆରମ୍ଭ କରିଦେଇଥିଲେ ।ଆଉ ମଧ୍ୟ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ । ୧୯୧୫ ମସିହାରେ ବି.ଏ ରେଦର୍ଶନ ବିଦ୍ୟାରେ ଅନର୍ସ ଦେଇ ପାଠପଢା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ । ସେ ସର୍ବ ପ୍ରଥମ କଲେଜ ନିର୍ବାଚନରେ ଠିଆହୋଇ ୟୁନିୟନ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ଥିଲା ରାଜନେତା ହେବାର ପ୍ରଥମ ପାହାଚ ।
 
== ଛାତ୍ର ଜୀବନ ==white 444
 
ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତି ଶିକ୍ଷା ବ୍ୟବସ୍ଥା [[ରେଭେନ୍ସା କଲେଜିଏଟ ସ୍କୁଲ]]ରେ ନାମ ଲେଖାଇଥିଲେ । <ref name="Basu2010"/>