"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୂର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞ୍ଜଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।<ref>ଗୌରୀକୁମାର ବ୍ରହ୍ମା, ଭଞ୍ଜ ଭୂମିକା</ref>
 
=== ରଚନାବଳୀ ===
ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଅଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା [[ଉତ୍କଳ ଦୀପିକା]]<nowiki/>ରେ ୧୮୬୬ ମସିହାରେ ଛପାଯାଇଥିଲା-<ref>ଉତ୍କଳ ଦୀପିକା, ୧୮୬୬, ପୃଷ୍ଠା ୪୬-୪୭</ref>{{Cquote|ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଅଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ଇଦାନୀଂ ପ୍ରକାଶିତ କବି ରଚିତ ୨୦।୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ ।}}
 
===ଲାବଣ୍ୟବତୀ===
ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ., ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ.
ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା।
 
{{Quote box|quote=<poem>'''ବଇଦେହୀଶ ବିଳାସ''' ନାମ ଗୀତ ବକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ । ୫୨ । </poem>|source=—ଚତୁର୍ବିଂଶ ଛାନ୍ଦ, [[ବୈଦେହୀଶ ବିଳାସ]]|align=right}}ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି "ବ"ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା ।
"ବୈଦେହୀଶ ବିଳାସ"ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କଦ୍ୱାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ୱର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଆଇଅଛି । ଜେଜେ ଧନଞୟଧନଞ୍ଜୟ ଭଞଙ୍କୁଭଞ୍ଜଙ୍କୁ ଦେଇଥିବା କଥାଟିକୁ ପୂରଣ କରିପାରିଥିବାରୁ ଉପେନ୍ଦ୍ର ନିଜର ପରିଶ୍ରମକୁ ସାର୍ଥକ ମଣିଲେ ।
 
===କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ===
"ବୈଦେହୀଶ ବିଳାସ", "ଲାବଣ୍ୟବତୀ" ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଲେଖିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ୱାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦ୍ୱାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୁପାୟିତରୂପାୟିତ କରିପାରିଛନ୍ତି.କରିପାରିଛନ୍ତି। କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢିଲେ ପାଠକଙ୍କୁ ସତ ବୋଲି ମନେ ହୁଏ.ହୁଏ। ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ବର୍ଣ୍ଣନା ପାଠକକୁ ଆତ୍ମହରା କରିଦିଏ.କରିଦିଏ। ଉପେନ୍ଦ୍ରଙ୍କର ସମସ୍ତ କାବ୍ୟ ରସଯୁକ୍ତ, ଛନ୍ଦମୟ ଓ ସୁର-ତାଳରେ ପରିବେଷିତ ।
 
ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର "ପ୍ରେମ ସୁଧାନିଧି", "ସୁବର୍ଣ୍ଣରେଖା", "ଅବନା ରସତରଙ୍ଗ" ଆଦି କାବ୍ୟ ମଧ୍ୟ ଲେଖିଲେ. "ଅବନା ରସତରଙ୍ଗ" କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ଼୍ୟନ୍ତପର୍ଯ୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି.ଲେଖାଯାଇଛି। କାବ୍ୟଟିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯ଼ଆଇଛିଲେଖାଯାଇଅଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ.
 
ସେହିପରି ପ୍ରତି ପଦର ପ୍ରଥମ ଅକ୍ଷରରେ "ସ" ରଖି ଉପେନ୍ଦ୍ର ଏକ ନୁଅାନୂଆ ଧରଣର କାବ୍ୟ "ସୁଭଦ୍ରା ପରିଣୟ" ଲେଖିଥିଲେ ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି.କରାଯାଇଛି। ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ. ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ.ଦେଲେ। ଏହି କଥାବସ୍ତୁର ଲାଳିତ୍ୟପୁର୍ଣ୍ଣଲାଳିତ୍ୟପୂର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଥିଲା.
 
ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨<ref>[http://www.bhanjabharati.com/ ଭଞ୍ଜ୍ଜଭାରତୀ]</ref> ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି ।<ref>{{cite web |url= http://www.batoi.com/360/odisha/infopedia/odia-personalities/kabi-samrat-upendra-bhanja/ |title=BATOI 360 &#124; Odisha News &#124; Kabi Samrat Upendra Bhanja |work=batoi.com |year=2012|quote=Today, 20 – 25 books of Upendra Bhanja are available |accessdate=18 June 2012}}</ref> ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା:
* ସରଭ
* ଅଭିଷେକ
* [[ବୈଦେହୀଶ ବିଳାସ]] ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ)
* ରାସଲୀଳା
* ବ୍ରଜଲୀଳା
* [[ସୁଭଦ୍ରା ପରିଣୟ ]]("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
* ଲାବଣ୍ୟବତୀ
* ପ୍ରେମ ସୁଧାନିଧି
୩୫

ଗୋଟି ସମ୍ପାଦନା