"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୪ କ ଧାଡ଼ି:
== ପ୍ରାରମ୍ଭିକ ଜୀବନ ==
=== ଜନ୍ମ ===
ଉପେନ୍ଦ୍ର ଭଞ୍ଜ ଆଧୁନିକ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଭଞ୍ଜନଗର ଅଞ୍ଚଳରେ ଗୁମୁସର (ଘୁମୁସର) ନାମକ ପ୍ରାଚୀନ ରାଜ୍ୟରେ ନୀଳକଣ୍ଠ ଭଞ୍ଜଙ୍କ ଜୈଷ୍ଠପୁତ୍ରଜ୍ୟେଷ୍ଠପୁତ୍ର ଭାବେ ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ଜନ୍ମନେଇଥିଲେ । ଘୁମୁସରରେ ଭଞ୍ଜବଂଶୀୟ ରାଜାମାନେ ରାଜାମାନେ ଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ । ସେ ''ରଘୁନାଥ ବିଳାସ'', ''ତ୍ରିପୁର ସୁନ୍ଦରୀ'', ''ଇଚ୍ଛାବତୀ'', ''ମଦନମଞ୍ଜରୀ'' ଆଦି କାବ୍ୟମାନ ରଚନା କରିଥିଲେ । ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ପିତା ନୀଳକଣ୍ଠ ଭଞ୍ଜ । ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ ତା' ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ଉପେନ୍ଦ୍ର ଭଞ୍ଜ ତାଙ୍କର ''ବୈଦେହୀଶ ବିଳାଶ'' କାବ୍ୟଗ୍ରନ୍ଥରେ ନିଜର ପିତୃପରିଚୟ ଦେଇ ଲେଖିଥିଲେ: {{Quote|<poem>
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।