"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।<ref>ଗୌରୀକୁମାର ବ୍ରହ୍ମା, ଭଞ୍ଜ ଭୂମିକା</ref>
 
{{sex}}== ରଚନାବଳୀ==
ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଅଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା [[ଉତ୍କଳ ଦୀପିକା]]<nowiki/>ରେ ୧୮୬୬ ମସିହାରେ ଛପାଯାଇଥିଲା-<ref>ଉତ୍କଳ ଦୀପିକା, ୧୮୬୬, ପୃଷ୍ଠା ୪୬-୪୭</ref>{{Cquote|ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଅଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ଇଦାନୀଂ ପ୍ରକାଶିତ କବି ରଚିତ ୨୦।୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ ।}}
 
ବେନାମି ସଭ୍ୟ