"ମହର୍ଷି ଗୌତମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{prettyurl|Gautama Maharishi}}
ମହର୍ଷି ଗୌତମ ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ । ବୈଦିକ ସମୟର ଏହି ଋଷି ମନ୍ତଦ୍ରଷ୍ଟା ଥିଲେ ବୋଲି ପୁରାନ ବର୍ଣ୍ଣିତ । ଗୌତମଙ୍କ, ପତ୍ନୀ ଅହଲ୍ୟାଙ୍କୁ ପ୍ରାତଃ ସ୍ମରଣୀୟ ପଞ୍ଚ କନ୍ୟାଙ୍କ ମଧ୍ୟରେ ଗଣନା କରାଯାଏ । ଅହଲ୍ୟା ଥିଲେ ବ୍ରହ୍ମାଙ୍କ ମାନସ କନ୍ୟା ଯିଏ କି ଅତୁଲନୀୟ ସୌନ୍ଦର୍ଯ୍ୟର ଅଧିକାରୀ ଥିଲେ । ହନୁମାନଙ୍କ ମାତା ଅଞ୍ଜନୀ ଥିଲେ ଗୌତମ ଋଷି ଏବଂ ଅହଲ୍ୟାଙ୍କ କନ୍ୟା । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଦେବତାମାନଙ୍କଦ୍ୱାରା ତିରଷ୍କୃତ ହେବା ପରେ ଋଷି ଗୌତମଙ୍କ ଠାରୁ ଦୀକ୍ଷା ପୂର୍ଣ୍ଣ କରିଥିଲେ । ଋଷିମାନଙ୍କର ଈର୍ଷାର ପାତ୍ର ହେତୁ ଗା ହତ୍ୟାର ମିଥ୍ୟା ଅଭିଯୋଗରୁ ମୁକ୍ତି ପାଇବାପାଇଁ ନାସିକ ସ୍ଥିତ ତ୍ରୟମ୍ବକେଶ୍ଵରତ୍ରୟମ୍ବକେଶ୍ୱର ନିକଟରେ କଠୋର ତପସ୍ୟା କରିଥିଲେ ।
 
ଉତ୍ତରପ୍ରଦେଶର ଗୋମତି ନଦୀ ମଧ୍ୟ ଋଷି ଗୌତମଙ୍କ ନାମରେ ପ୍ରସିଦ୍ଧ । ଏହା ବ୍ୟତୀତ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ଗୌତମେଶ୍ୱର ମହାଦେବ ତୀର୍ଥରେ ସ୍ଥିତ ମନ୍ଦାକିନୀ ଗଙ୍ଗା କୁଣ୍ଡ ବିଷୟରେ ମଧ୍ୟ ଏକ ବିଶ୍ୱାସ ରହିଛି ଯେ ମହର୍ଷି ଗୌତମ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଥିଲେ ।
 
== ଅହଲ୍ୟାଙ୍କୁ ଅଭିଶାପ ==
ରାମାୟଣରେ ଅହଲ୍ୟାଙ୍କୁ ଗୌତମଙ୍କ ପତ୍ନୀ ବୋଲି ବର୍ଣ୍ଣନା କରାଯାଇଛି । ରାମାୟଣର ଉତ୍ତରା କାଣ୍ଡରେ ସେମାନଙ୍କର ବିବାହ କଥା ଲିପିବଦ୍ଧ ହୋଇଛି । କାହାଣୀ ଅନୁଯାୟୀ ବ୍ରହ୍ମା, ସୃଷ୍ଟିକର୍ତ୍ତା ଭଗବାନ ଏକ ସୁନ୍ଦର କନ୍ୟା ସୃଷ୍ଟି କରନ୍ତି ଏବଂ ତାଙ୍କୁ ଗୌତମଙ୍କୁ ବର ରୂପେ ଉପହାର ଦିଅନ୍ତି । ପରେ ତାଙ୍କରି ଔରସରୁ ଶତାନନ୍ଦ ନାମକ ଏକ ପୁତ୍ର ଜନ୍ମ ହୁଏ । ବାଳକାଣ୍ଡରେ ଉଲ୍ଲେଖ ଅଛି ଯେ ଗୌତମ ଋଷି ଇନ୍ଦ୍ରଙ୍କ ସହ ଅହଲ୍ୟାଙ୍କୁ ଅସଂଜତ ଅବସ୍ଥାରେ ଦେଖି, ଛଦ୍ମବେଶୀ ଇନ୍ଦ୍ରଙ୍କୁ ଅଭିଶାପ ଦେଇଛନ୍ତି । ତା’ପରେ ଋଷି ଗୌତମ ଅହଲ୍ୟାଙ୍କୁ ଏକ ପଥର ହୋଇଯିବା ପାଇଁ ଅଭିଶାପ ଦିଅନ୍ତି । ଅହଲ୍ୟାଙ୍କ ଅନୁରୋଧ କ୍ରମେ ଏହି ଅଭିଶାପରେ ସାମାନ୍ୟ ପରିବର୍ତ୍ତନ ହୋଇ ପ୍ରଭୁ ରାମଙ୍କ ପାଦ ସ୍ପର୍ଶ ହୋଇ ସେ ଶାପରୁ ମୁକ୍ତି ଲାଭ ହେବେ ବୋଲି ଋଷି ଆଶ୍ଵାସନାଆଶ୍ୱାସନା ଦିଅନ୍ତି ।<ref name="Tell-A-Tale">{{cite web |title=The Complete Story of Ahalya {{!}} Indian Mythological Tales |url=https://www.tell-a-tale.com/deliverance-the-story-of-ahalya/ |website=Tell-A-Tale |accessdate=18 July 2021 |date=22 July 2017}}</ref>
== ଆଧାର ==
{{Reflist}}