"ଆକାଶ (କ୍ଷେପଣାସ୍ତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧୫ କ ଧାଡ଼ି:
'''ବ୍ୟାଟେରୀ ନିୟନ୍ତ୍ରଣ କେନ୍ଦ୍ର''' ଯାହା ଶୀଘ୍ର ଭାବେ ମନୋନୀତ ତାଲିକାରୁ ଏକ/ଏକାଧିକ ଲକ୍ଷ୍ୟ(ଗୁଡିକୁ) ନିୟୋଜିତ କରିପାରିବ,ଏହାକୁ ଦଳ ନିୟନ୍ତ୍ରଣ କେନ୍ଦ୍ରଦ୍ୱାରା ପ୍ରକୃତ ସମୟରେ ଲକ୍ଷ୍ୟ ପ୍ରଦାନ କରାଯାଇଥାଏ | ଏହି ପ୍ରକ୍ରିୟା ସମୟରେ କ୍ଷେପଣାସ୍ତ୍ରର ଉପଲବ୍ଧତା ଏବଂ କ୍ଷେପଣାସ୍ତ୍ରର ସ୍ୱାସ୍ଥ୍ୟକୁ ମଧ୍ୟ ବିଚାରକୁ ନିଆଯାଏ | ନୂଆ ଲକ୍ଷ୍ୟଗୁଡିକ ସେତେବେଳେ ଧାର୍ଯ୍ୟ କରାଯାଏ ଯେତେବେଳେ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକ ଧ୍ବଂସ ହେଇଯାଆନ୍ତି | ବିଭିନ୍ନ ଜିନିଷ ଯେପରିକି, ସମ୍ବେଦକ (Sensor), ମାର୍ଗଦର୍ଶନ ଆଦେଶ (guidance command), କ୍ଷେପଣାସ୍ତ୍ର କ୍ଷମତା ଏବଂ ଲକ୍ଷ୍ୟଭେଦ କ୍ଷେତ୍ର ଆଦିଙ୍କ ଗଣନାକୁ ବିଚାରକୁ ନେଇ ପ୍ରଣାଳୀଦ୍ୱାରା ୮୮%ର ଗୋଟିଏ-କ୍ଷେପଣାସ୍ତ୍ରରେ-ସଫଳ-ଲକ୍ଷ୍ୟଭେଦ ସମ୍ଭାବନା ହାସଲ କରାଯାଇଛି |
 
ସ୍ଵୟଂପ୍ରଚାଳିତସ୍ୱୟଂପ୍ରଚାଳିତ ସ୍ଥିତିରେ (Autonomous mode) ଏବଂ ଦଳଭିତ୍ତିକ ସ୍ଥିତିରେ (group mode) ଆକାଶକୁ ନିୟୋଜିତ କରିବା ପାଇଁ ନିର୍ଦ୍ଦିଷ୍ଟ ଏକାଧିକ-ଲକ୍ଷ୍ୟ ପରିସ୍ଥିତିରେ ବିପଦକୁ ହଟାଇବା ପାଇଁ ଅନେକ ସମ୍ଭାବନା ଅଛି | ଦଳଭିତ୍ତିକ ସ୍ଥିତିରେ (group mode) ପ୍ରକୃତି ଏବଂ ଆଶା କରାଯାଉଥିବା ବିପଦ ଢ଼ାଞ୍ଚାକୁ ନେଇ, ଦୁର୍ବଳ ଅଞ୍ଚଳକୁ ରକ୍ଷା କରିବା ପାଇଁ ଆମ ପାଖରେ ଅନେକ ସଂରଚନା ରହିପାରେ | ସେହିଭଳି, ସ୍ଵୟଂପ୍ରଚାଳିତସ୍ୱୟଂପ୍ରଚାଳିତ ସ୍ଥିତିରେ ଏକାଧିକ ବ୍ୟାଟେରୀ ଅସୁରକ୍ଷିତ ଅଞ୍ଚଳ/ଵିନ୍ଦୁଙ୍କୁ ରକ୍ଷା କରିବା ପାଇଁ ନିୟୋଜିତ ହୋଇପାରିବ | ଏକ ଦଳଭିତ୍ତିକ ଗଠନରେ,ଅସୁରକ୍ଷିତ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ, ଚାରୋଟି ବ୍ୟାଟେରୀକୁ ବିଭିନ୍ନ ଜ୍ୟାମିତିକ ଗଠନରେ ନିୟୋଜିତ କରାଯାଇପାରିବ | ଏକ ବାକ୍ସ-ଆକାର ନିୟୋଜନ ଢାଞ୍ଚାରେ, ଏକ ଆକାଶ ଗୋଷ୍ଠୀ ୬୨କି.ମି.x ୬୨କି.ମି. କ୍ଷେତ୍ରକୁ ରକ୍ଷା କରିପାରିବ | ଏକ ସିଧା ରେଖା ସଂରଚନାରେ, ଏହା ୯୮କି.ମି. x ୪୪ କି.ମି.ର ଏକ କ୍ଷେତ୍ରକୁ ଆବୃତ କରେ | ଟ୍ରାପେଜଏଡ-ଆକାର ସଂରଚନା ୫୦୦୦ ବର୍ଗ କିଲୋମିଟର ଆକାରର କ୍ଷେତ୍ରକୁ ଆବୃତ କରେ ଏବଂ ଅନ୍ୟାନ୍ୟ ନିୟୋଜନ ଢ଼ାଞ୍ଚା ତୁଳନାରେ ସର୍ବ ବୃହତ କ୍ଷେତ୍ରକୁ ପ୍ରତିରକ୍ଷା ପ୍ରଦାନ କରେ | <ref>[http://www.akashsam.com/operational.htm Akash Operational Scenarios] {{Webarchive|url=https://web.archive.org/web/20110707101903/http://www.akashsam.com/operational.htm|date=7 July 2011}}</ref>
 
ପ୍ରତ୍ୟେକ ଆକାଶ ବ୍ୟାଟେରୀ ୨୪ଟି କ୍ଷେପଣାସ୍ତ୍ର ସହିତ ଏକାସାଙ୍ଗରେ ଚାରୋଟି ଲକ୍ଷ୍ୟକୁ ନିୟୋଜିତ କରିପାରିବ | ପ୍ରତ୍ୟେକ ବ୍ୟାଟେରୀରେ ତିନୋଟି କ୍ଷେପଣାସ୍ତ୍ର ସହିତ ଚାରୋଟି ପ୍ରକ୍ଷେପକ (launcher) ଥିବାବେଳେ ପ୍ରତ୍ୟେକ ରାଜେନ୍ଦ୍ର ରାଡାର ପ୍ରତି ଲକ୍ଷ୍ୟରେ ସର୍ବାଧିକ ଦୁଇଟି କ୍ଷେପଣାସ୍ତ୍ର ସହିତ ସମୁଦାୟ ଆଠଟି କ୍ଷେପଣାସ୍ତ୍ରକୁ ମାର୍ଗଦର୍ଶନ କରିବାରେ ସକ୍ଷମ ଅଟେ | ଗୋଟିଏ ରାଜେନ୍ଦ୍ର ରାଡାର ସହିତ ସାଧାରଣ ବ୍ୟାଟେରୀଦ୍ୱାରା ସର୍ବାଧିକ ଚାରୋଟି ଲକ୍ଷ୍ୟ ଏକାସାଙ୍ଗରେ ନିୟୋଜିତ ହୋଇପାରିବ ଯଦି ଗୋଟିଏ ଲକ୍ଷ୍ୟରେ ଗୋଟିଏ (କିମ୍ବା ଦୁଇଟି) କ୍ଷେପଣାସ୍ତ୍ର ବଣ୍ଟନ କରାଯାଏ | କେବଳ ଗୋଟିଏ ଆକାଶ କ୍ଷେପଣାସ୍ତ୍ରରେ ଲକ୍ଷ୍ୟଭେଦ ହେବାର ୮୮% ସମ୍ଭାବନା ଅଛି | ଲକ୍ଷ୍ୟଭେଦ ହେବାର ସମ୍ଭାବନାକୁ ୯୮.୫%କୁ ବୃଦ୍ଧି କରିବାକୁ ପାଞ୍ଚ ସେକେଣ୍ଡ ବ୍ୟବଧାନରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରେ। ବିଭିନ୍ନ ଗାଡ଼ି ମଧ୍ୟରେ ଯୋଗାଯୋଗ ହେଉଛି ବେତାର ଏବଂ ତାରଯୁକ୍ତ ଲିଙ୍କଗୁଡ଼ିକର ମିଶ୍ରଣ | ସମଗ୍ର ପ୍ରଣାଳୀ ଶୀଘ୍ର ପ୍ରସ୍ତୁତ ହେବା ଏବଂ ଶତ୍ରୁ ଆକ୍ରମଣରୁ ବଞ୍ଚି ରହିବା ପାଇଁ ଅତ୍ୟଧିକ ଗତିଶୀଳ ହେବା ପାଇଁ ଡିଜାଇନ୍ କରାଯାଇଛି | ରେଳ, ସଡ଼କ କିମ୍ବା ବାୟୁଦ୍ୱାରା ଆକାଶ ପ୍ରଣାଳୀ ନିୟୋଜିତ ହୋଇପାରିବ |