"ପଲସ ଅକ୍ସିମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"thumb '''ପଲସ ଅକ୍ସିମିଟର''' ରକ୍ତର ଅମ୍ଳ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Regular Character Changes
୧ କ ଧାଡ଼ି:
[[File:OxyWatch C20 Pulse Oximeter.png|thumb]]
'''ପଲସ ଅକ୍ସିମିଟର''' ରକ୍ତର [[ଅମ୍ଳଜାନ ସାନ୍ଦ୍ରତା]] ମାପିବା ପାଇଁ ଏକ ଡାକ୍ତରୀ ଉପକରଣ ଅଟେ । ଶରୀର ମଧ୍ୟରେ କୌଣସି ଯନ୍ତ୍ର ବ୍ୟବହାର ନକରି ଏଥିରେ [[ଅମ୍ଳଜାନ ସାନ୍ଦ୍ରତା]] ମପାଯାଇ ପାରୁଥିବାରୁ ଏହା ସହଜ ଏବଂ ଯନ୍ତ୍ରଣାଶୂନ୍ୟ ପ୍ରଣାଳୀ ଅଟେ । ବ୍ୟାଟେରୀ ଚାଳିତ ପଲସ ଅକ୍ସିମିଟର ସର୍ବସାଧାରଣଙ୍କ ଦ୍ୱାରାସର୍ବସାଧାରଣଙ୍କଦ୍ୱାରା ଘରେ ଏବଂ ଯାତାୟାତ ସମୟରେ ବ୍ୟବହାର କରିବା ପାଇଁ ଉପାଦେୟ ।<ref>{{cite web |title=Covid: How a £20 gadget could save lives |url=https://www.bbc.co.uk/news/health-55733527 |website=BBC News}}</ref><ref>{{cite web |title=Pulse Oximetry |url=https://www.thoracic.org/patients/patient-resources/resources/pulse-oximetry.pdf |website=American Thoracic Society}}</ref><ref>{{cite journal | vauthors=Nitzan M, Romem A, Koppel R | title=Pulse oximetry: fundamentals and technology update | journal=Medical Devices: Evidence and Research}}</ref> <p>ବ୍ୟକ୍ତିର କୌଣସି ଶ୍ୱାସଜନିତ ରୋଗ ନଥିଲେ ଏହି ଯନ୍ତ୍ରର ମନିଟର ୯୫ରୁ ୧୦୦ ପ୍ରତିଶତ ମଧ୍ୟରେ ଅମ୍ଳଜାନ ସାନ୍ଦ୍ରତା ଦର୍ଶାଇଥାଏ । ୯୨ ପ୍ରତିଶତରୁ କମ ଅମ୍ଳଜାନ ସାନ୍ଦ୍ରତା ଥିଲେ ରୋଗୀଙ୍କୁ [[ଅମ୍ଳଜାନ ଚିକିତ୍ସା]] ଦେବାର ଆବଶ୍ୟକତା ପଡିଥାଏ ।<ref>{{cite web |title=Oxygen Saturations Less than 92% Are Associated with Major Adverse Events in Outpatients with Pneumonia: A Population-Based Cohort Study |url=https://academic.oup.com/cid/article/52/3/325/305087 |website=Oxford Academic}}</ref>
== କାର୍ଯ୍ୟ ପ୍ରଣାଳୀ ==
[[File:Lighting Diagram of Pulse Oximeter.jpg|thumb|ପଲସ ଅକ୍ସିମିଟରର ଭିତର ସରଂଚନା]]
ସାଧାରଣ ପଲସ ଅକ୍ସିମିଟରରେ ଗୋଟିଏ ଇଲେକ୍ଟ୍ରୋନିକ ପ୍ରୋସେସର ଏବଂ ଗୋଟିଏ [[ଫୋଟୋଡାୟୋଡ]] ସହ ସାମ୍ନାସାମ୍ନି ରଖାଯାଇଥିବା ଦୁଇଟି ଛୋଟ [[ଲାଇଟ ଏମିଟିଙ୍ଗ ଡାୟୋଡ]] (LED) ବ୍ୟବହାର କରାଯାଏ । ଏଥିମଧ୍ୟରୁ ଗୋଟିଏ [[ଲାଇଟ ଏମିଟିଙ୍ଗ ଡାୟୋଡ]] ୬୬୦ ନାନୋମିଟର [[ତରଙ୍ଗଦୈର୍ଘ୍ୟ]] ବିଶିଷ୍ଟ ନାଲିରଙ୍ଗ ଆଲୋକର ଉତ୍ସ ହୋଇଥିବା ବେଳେ ଅନ୍ୟଟି ୯୪୦ ନାନୋମିଟର [[ତରଙ୍ଗଦୈର୍ଘ୍ୟ]] ବିଶିଷ୍ଟ ଇନ୍ଫ୍ରାରେଡ଼ ରଶ୍ମିର ଉତ୍ସ ଅଟେ । ଏହି ଦୁଇଟି ରଶ୍ମି ଭିନ୍ନ ହାରରେ ଅମ୍ଳଜାନଯୁକ୍ତ ଏବଂ ଅମ୍ଳଜାନ ରହିତ ରକ୍ତରେ ଅବଶୋଷିତ ହୋଇଥାନ୍ତି । ଅମ୍ଳଜାନଯୁକ୍ତ ହିମୋଗ୍ଲୋବିନ (ଅକ୍ସିହିମୋଗ୍ଲୋବିନ) ଅଧିକ ଅବରକ୍ତ ବା ଇନ୍ଫ୍ରାରେଡ ରଶ୍ମି ଅବଶୋଷଣ କରେ ଏବଂ ଅମ୍ଳଜାନରହିତ ହିମୋଗ୍ଲୋବିନ (ଡିଅକ୍ସିହିମୋଗ୍ଲୋବିନ) ଅଧିକ ଲାଲ ରଶ୍ମି ଅବଶୋଷଣ କରିଥାଏ ।<ref>{{cite web |title=Principles of pulse oximetry |url=https://web.archive.org/web/20150224221820/http://www.frca.co.uk/article.aspx?articleid=332 |website=Anaesthesia UK.}}</ref> ଏହି ପ୍ରକ୍ରିୟା ପ୍ରତି ସେକେଣ୍ଡ ପିଛା ତିରିଶ ଥର କାମ କରି [[ଫୋଟୋଡାୟୋଡ]]କୁ ଉଭୟ ନାଲି ଓ ଇନ୍ଫ୍ରାରେଡ ରଶ୍ମିକୁ ପ୍ରତିକ୍ରିୟାକୁ ରେକର୍ଡ କରିଥାଏ ।<ref>{{cite web |title=Pulse Oximetry Basic Principles and Interpretation |url=https://medicine.uiowa.edu/iowaprotocols/pulse-oximetry-basic-principles-and-interpretation |website=UI Health Care}}</ref><p>ଯେତିକି ଆଲୋକ ଅବଶୋଷିତ ନ ହୋଇ ମାଧ୍ୟମ ଦ୍ୱାରାମାଧ୍ୟମଦ୍ୱାରା ସଞ୍ଚାରିତ ହୋଇଯାଏ ତାହାକୁ ମଧ୍ୟ ମପାଯାଏ ଏବଂ ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଭିନ୍ନ ସାମାନ୍ୱୟୀକୃତ ସିଗନାଲ ପ୍ରସ୍ତୁତ କରାଯାଏ । ଏହି ସିଗନାଲ ସମୟ ଅନୁସାରେ ଉପରତଳ ହୁଏ କାରଣ କାରଣ ପ୍ରତ୍ୟେକ ହୃତ୍‌ଗତି ସହ ଧମନୀରେ ରକ୍ତର ପରିମାଣ ବଢିଥାଏ । ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଅନୁସାରେ ସଞ୍ଚାରିତ ହୋଇଥିବା ଆଲୋକରୁ ସବୁଠୁ କାମ ସଞ୍ଚାରିତ ହୋଇଥିବା ଆଲୋକକୁ ବିୟୋଗ କରି ଧମନୀୟ ରକ୍ତ ପାଇଁ ସିଗନାଲ ତିଆରି କରାଯାଏ । ଲାଲ ଆଲୋକ ଅନୁସାରେ ହୋଇଥିବା ମାପମାନଙ୍କ ସହ ଇନ୍ଫ୍ରାରେଡ ଆଲୋକରେ ହୋଇଥିବା ମାପର ଅନୁପାତ ପ୍ରୋସେସର ହିସାବ କରି ଅମ୍ଳଜାନ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।<ref>{{cite web |title=Principles of Pulse Oximetry Technology |url=https://web.archive.org/web/20150318054934/http://www.oximetry.org/pulseox/principles.htm |website=Oximetry.org}}</ref>
== ଉପକାର ==
* ବ୍ୟବହାରରେ ସୁବିଧା ଏବଂ ନିରବଛିନ୍ନ ଭାବେ ଏବଂ ଶୀଘ୍ର ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ସୂଚାଉଥିବାରୁ ଶ୍ୱାସଜନିତ ବା ହୃଦୟଜନିତ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଲାଭପ୍ରଦ ହୋଇଥାଏ ।<ref>{{cite web |title=Masimo Announces FDA Clearance of Radius PPG™, the First Tetherless SET® Pulse Oximetry Sensor Solution |url=https://www.businesswire.com/news/home/20190516005300/en/Masimo-Announces-FDA-Clearance-Radius-PPG-Tetherless |website=Business Wire}}</ref>