"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭୁଲ ସଂଶୋଧନ କରାଗଲା
ଟ୍ୟାଗ: 2017 source edit
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୨୧ କ ଧାଡ଼ି:
 
ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (''[[:en:Kranti|Kranti]]'' – ୧୯୮୧), ଶକ୍ତି (''[[:en:Shakti (1982 film)|Shakti]]'' – ୧୯୮୨), ମାର୍ଶାଲ (''[[:en:Mashaal|Mashaal]]'' – ୧୯୮୪), କର୍ମା (''[[:en:Karma (1986 film)|Karma]]'' – ୧୯୮୬) ଓ ସୌଦାଗର (''[[:en:Saudagar (1991 film)|Saudagar]]'' – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (''[[:en:Qila (film)|Qila]]'' – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।
 
ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ [[:en:Madhubala|Madhubala]] ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର ([[:en:Naya Daur (1957 film)#Production|''Naya Daur'' court case]]) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।<ref>{{Cite web|date=18 March 2016|title=Mid-day: When Dilip Kumar and Madhubala dragged each other to court|url=https://www.mid-day.com/entertainment/bollywood-news/article/when-dilip-kumar-and-madhubala-dragged-each-other-to-court-17052172|url-status=live|access-date=9 July 2021|website=www.mid-day.com|language=en}}</ref> ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ ([[:en:Saira Banu|Saira Banu]]) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ ([[:en:Bandra|Bandra]]) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ([[:en:Padma Bhushan|Padma Bhushan]]) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ ([[:en:Padma Vibhushan|Padma Vibhushan]]) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ଵିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ([[:en:Dadasaheb Phalke Award|Dadasaheb Phalke Award]]) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ ([[:en:Nishan-e-Imtiaz|Nishan-e-Imtiaz]]) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।
 
== ଆଧାର ==