"ଶ୍ୟାମାମଣି ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଯୋଗସୂତ୍ର ପେଡ଼ି
୩୨ କ ଧାଡ଼ି:
| footnotes =
}}
'''ଶ୍ୟାମାମଣି ଦେବୀ''' (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର]] ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ ସଙ୍ଗୀତର]] ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - [[ଶ୍ୟାମସୁନ୍ଦର କର|ସିଂହାରୀ ଶ୍ୟାମସୁନ୍ଦର କର]] ଏବଂ ସଙ୍ଗୀତ ସୁଧାକର [[ବାଳକୃଷ୍ଣ ଦାସ]]ଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।
 
==ପ୍ରାରମ୍ଭୀକ ଜୀବନ==
ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ପିତା ଶ୍ରୀ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କବିଚନ୍ଦ୍ର [[କାଳୀଚରଣ ପଟ୍ଟନାୟକ]] ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସଂଗୀତ ଶିକ୍ଷାକୁ ଆଗକୁ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ । ସବୁ ସମୟରେ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା । ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
 
==କର୍ମ ଜୀବନ==
ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ [[ଆକାଶବାଣୀ କଟକ]]ରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ [[ଲତା ମଙ୍ଗେସକର]], ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଯାଗୃତଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ଓଡିଶୀ ସଂଗୀତଜ୍ଞ [[ଶ୍ୟାମସୁନ୍ଦର କର|ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର]] ଏବଂ [[ବାଳକୃଷ୍ଣ ଦାସ|ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ]]ଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ସେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚେଇବା ପାଇଁ ପ୍ରୟାସ କରୁଥିଲେ ।<ref name="ପାରିଶ୍ରମିକ ବାବଦକୁ ମିଳୁଥିଲା ଚକେଲଟ">{{cite news|title=ସମ୍ବାଦ|date=୩ ଅଗଷ୍ଟ ୨୦୧୫}}</ref>
 
== ଶିକ୍ଷାଗତ ଯୋଗ୍ୟତା==
ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ [[ଶୈଳବାଳା ମହାବିଦ୍ୟାଳୟରୁମହିଳା ମହାବିଦ୍ୟାଳୟ]]ରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ ସଂଗୀତ ବିଶାରଦ ଶିକ୍ଷା କଟକ ସ୍ଥିତ ସଂଗୀତ ନାଟକ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ଗୁରୁ ସିଂଘାରୀ ଶ୍ୟାମସୁନ୍ଦର କର ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରୁ ଶିକ୍ଷା ଲାଭକରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ଭୋକାଲ ସଂଗୀତରେ ସଂଗୀତ ଅଳଙ୍କାର ଉପାଧୀ ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭକରିଥିଲେ । ଦିବଗଂତ ପ୍ରେଫସରପ୍ରଫେସର ବି. ଆର. ନବରଙ୍ଗଙ୍କ ତ‌ତ୍ୱାବଧାନରେ ମୁମ୍ବାଇରେ ସମ୍ପୁର୍ଣ୍ଣ କରିଥିଲେ । ସେ ''ଭଏସ କଲଚର'' ଉପରେ ମଧ୍ୟ ସଂଗୀତ ଶିକ୍ଷା ଲାଭ କରିଥିଲେ । ଦିବଂଗତ ପ୍ରଫେସର ବି।ବି. ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ ।
 
==ବୈବାହିକ ଜୀବନ==
ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଂଗୀତ ଜଗତରେ ପ୍ରବେଶ କରିନାହାନ୍ତି । ତାଙ୍କ ସଂଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା । ସେ ସଂଗୀତ ଏବଂ ପରିବାର ମଧ୍ୟରେ ଅତି ଚତୁରତାର ସହିତ ସମାନତା ରକ୍ଷା କରିପାରିଥିଲେ ।
 
==ସମ୍ମାନ ଓ ପୁରସ୍କାର==
* କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୭<ref>{{cite web |title=Odisha Sangeet Natak Akademi awards announced |url=https://kalingatv.com/state/odisha-sangeet-natak-akademi-awards-announced/ |publisher=Kalinga TV |accessdate=4 July 2021}}</ref>
ଶ୍ୟାମାମଣି ଦେବି ୧୩୩ ଥର ପୁରସ୍କୃତ ହେଇଛନ୍ତି । [[ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ]] ତରଫରୁ ଶ୍ୟାମାମଣି ଦେବୀଙ୍କୁ ୨୦୧୨ ମସିହାରେ ଡକ୍ଟେରଟ ଉପାଧି ପ୍ରଦାନ କରାଯାଇଥିଲା ।<ref>{{cite web|title=AWARDS, SAMMANS, TITLES|url=http://www.shyamamanidevi.com/index.php/awards-and-sammans-titles|publisher=Shyamamanidebi.com|accessdate=20 March 2017}}</ref> ସେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନଙ୍କ ଠାରୁ ସମ୍ମାନ୍ନିତ ହେଇଛନ୍ତି ।
 
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]], ୨୦୧୭ <ref>{{cite news|title=Guru Kelucharan Mohapatra Award 2017 announced|url=http://www.newindianexpress.com/states/odisha/2017/aug/30/guru-kelucharan-mohapatra-award-2017-announced-1650027.html|accessdate=5 September 2017|work=newindianexpress.com}}</ref>
* ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬<ref>{{cite web|url=http://www.dharitri.com/Bhubaneswar/141016/p10.htm|title=ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ|publisher=ଧରିତ୍ରୀ|accessdate=14 October 2016}}</ref><ref>{{cite web|title=TITLES|url=http://www.shyamamanidevi.com/index.php/2-uncategorised/27-other-title|publisher=Shyamamanidebi.com|accessdate=20 March 2017}}</ref>
* ଓଡ଼ିଶା ସଂଗୀତ ନାଟକ ଏକୋଡମୀ ଆୱାର୍ଡ଼ , ୧୯୯୪
* ଡକ୍ଟେରଟ ଉପାଧି, ୨୦୧୨[[ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ]] ତରଫରୁ <ref>{{cite web|title=AWARDS, SAMMANS, TITLES|url=http://www.shyamamanidevi.com/index.php/awards-and-sammans-titles|publisher=Shyamamanidebi.com|accessdate=20 March 2017}}</ref>
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ, ୨୦୦୪
* ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫
 
==ଆଧାର==
{{Reflist|30em}}{{ଓଡ଼ିଶୀ ସଙ୍ଗୀତ|state=expanded}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}
{{ଓଡ଼ିଶୀ ସଙ୍ଗୀତ}}
[[ଶ୍ରେଣୀ:୧୯୩୮ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ ଗାୟକ]]