"ମହର୍ଷି ଭରଦ୍ଵାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେ added reference
୭ କ ଧାଡ଼ି:
 
ଋଷି ଭରଦ୍ୱାଜଙ୍କୁ ପ୍ରୟାଗର ପ୍ରଥମ ବାସିନ୍ଦା ଭାବରେ ବିବେଚନା କରାଯାଏ, ଅର୍ଥାତ୍ ଭରଦ୍ଵାଜ ହିଁ ପ୍ରୟାଗର ପ୍ରତିଷ୍ଠାତା । ସେ ପ୍ରୟାଗରେ ପୃଥିବୀର ବୃହତ୍ତମ ଗୁରୁକୁଳ (ବିଶ୍ୱବିଦ୍ୟାଳୟ) ପ୍ରତିଷ୍ଠା କରିଥିଲେ ଏବଂ ହଜାର ହଜାର ବର୍ଷ ଧରି ଶିକ୍ଷା ପ୍ରଦାନ ଜାରି ରଖିଥିଲେ । ସେ ଜଣେ ଶିକ୍ଷାବିତ୍, ରାଜତନ୍ତ୍ରଜ୍ଞ, ଅର୍ଥନୀତିଜ୍ଞ, ଅସ୍ତ୍ରଶସ୍ତ୍ରବିତ୍, ଆୟୁର୍ବେଦର ପଣ୍ଡିତ, ଆଇନ ବିଦ୍ୱାନ, ବୈଜ୍ଞାନିକ ଏବଂ ମନ୍ତ୍ରଦ୍ରଷ୍ଟା ଥିଲେ । ବୈଦିକ ଋଷିମାନଙ୍କ ମଧ୍ୟରେ ତାଙ୍କର ଉଚ୍ଚ ସ୍ଥାନ ରହିଛି ।
== ରାମାୟଣରେ ଋଷି ଭରଦ୍ଵାଜ ==
 
ରାମାୟଣ ବର୍ଣ୍ଣନା ଅନୁସାରେ ରାମ, ସୀତା ଏବଂ ଲକ୍ଷ୍ମଣ ଚଉଦ ବର୍ଷର ନିର୍ବାସନ ଆରମ୍ଭରେ ଭରଦ୍ଵାଜ ମୁନିଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଋଷି ସେମାନଙ୍କୁ ନିର୍ବାସନ ସମୟରେ ତାଙ୍କ ସହିତ ରହିବାକୁ କୁହନ୍ତି, କିନ୍ତୁ ସେମାନେ ଆଶ୍ରମଠାରୁ ତିନି କୋଶ ଦୂରରେ ଥିବା ଚିତ୍ରକୁଟକୁ ଯିବାକୁ ଜିଦ୍ ଧରିଥିଲେ । ଫଳରେ ଭରଦ୍ୱାଜଙ୍କ ନିର୍ଦ୍ଦେଶରେ ସେମାନେ ମାର୍ଗ ସନ୍ଧାନ ପୂର୍ବକ ଚିତ୍ରକୁଟରେ ପହଞ୍ଚି ଥିଲେ । ଆହୁରି ମଧ୍ୟ ଭରତ ସୁମନ୍ତଙ୍କ ସହିତ ରାମଙ୍କୁ ବନବାସରୁ ଫେରାଇ ଆଣିବାକୁ ଆସିଥିବା ବେଳେ ଋଷି ଭରଦ୍ଵାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ହିଁ ଭରତ ଏକାକୀ ରାମଙ୍କ ସନ୍ଧାନରେ ଜଙ୍ଗଲ ମଧ୍ୟକୁ ଯାଇ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରି ବିଫଳ ହୋଇଥିଲେ ।<ref>{{cite book|author=Ramesh Menon|title=The Ramayana: A Modern Retelling of the Great Indian Epic|url=https://books.google.com/books?id=aWFEAQAAQBAJ&pg=PA109 |year=2004|publisher=Macmillan|isbn=978-0-86547-695-0|pages=109–110}}</ref> ଏହିପରି ଭାବେ ରାମାୟଣ ମହାକାବ୍ୟର ଅନେକ ପ୍ରସଙ୍ଗରେ ଋଷି ଭରଦ୍ଵାଜଙ୍କ ସନ୍ଦର୍ଭ ରହିଛି ।
== ଆଧାର ==
{{Reflist}}