"ଶୈଳଭାମା ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ କଣ୍ଠଶିଳ୍ପୀ
Content deleted Content added
ଶୈଳଭାମା ମହାପାତ୍ର ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୯:୦୩, ୭ ମଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଶୈଳଭାମା ମହାପାତ୍ର , ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।

ଶୈଳଭାମା ମହାପାତ୍ର
Born
ଶୈଳଭାମା ମହାପାତ୍ର
Nationalityଭାରତୀୟ
Known forଓଡ଼ିଆ କଣ୍ଠଶିଳ୍ପୀ
Parentଜଗତବନ୍ଧୁ ମହାପାତ୍ର
ହରପ୍ରିୟା ମହାପାତ୍ର

ବ୍ୟକ୍ତିଗତ ଜୀବନ

ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଣି ଚଳଚ୍ଚିତ୍ର ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।[୧]

ଆଧାର

  1. "ବ୍ୟକ୍ତିତ୍ୱ". No. ନିତିଦିନ ୦୭/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ନିତିଦିନ. 7 May 2021. Retrieved 7 May 2021.