"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪୨ କ ଧାଡ଼ି:
 
=== ନିରାକରଣ ବ୍ୟବସ୍ଥା ===
ପ୍ରଥମ ପ୍ରମୁଖ ପଦକ୍ଷେପ ସ୍ଵରୂପ ଏପ୍ରିଲ୍ ୪ ତାରିଖରେ ଓଡ଼ିଶା ସରକାର ଛତିଶଗଡ଼ ସୀମାବର୍ତ୍ତୀ ଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ (ରାତି ୧୦ଟାରୁ ଭୋର ୫ଟା) ଜାରୀକରିଥିଲେ । ଦୁଇ ସପ୍ତାହ ପରେ ଏହି ଜିଲ୍ଲାମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁର ଅବଧି ଚାରି ଘଣ୍ଟା ବୃଦ୍ଧି କରାଯାଇଥିଲା ।
 
ପରବର୍ତ୍ତୀ ସମୟରେ, ଓଡିଶାର ସମସ୍ତ ସହରାଞ୍ଚଳରେ ରାତ୍ରିକାଳିନ କର୍ଫ୍ୟୁ ଲାଗୁ କରାଯାଇଥିଲା ଏବଂ ପ୍ରଭାବିତ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ଲକଡ଼ାଉନ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ୧୯ ଏପ୍ରିଲରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ସରକାର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ।<ref name="Frontline.thehindu">{{cite web |last1=Das |first1=Prafulla |title=As the second wave hits Odisha and new COVID-19 cases increase dramatically, the government resorts to night curfews and weekend lockdowns to contain the spread |url=https://frontline.thehindu.com/dispatches/as-the-second-wave-hits-odisha-and-new-covid-19-cases-increase-dramatically-the-government-resorts-to-night-curfews-and-weekend-lockdowns-to-contain-the-spread/article34365189.ece |website=Frontline |accessdate=28 April 2021 |language=en}}</ref>
 
କରୋନାର ଦ୍ଵିତୀୟ ଲହରରେ ଦେଖାଦେଇଥିବା ଭୟାବହତାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସପାହନ୍ତ ଲକଡ଼ାଉନ ତଥା ରାତ୍ରୀକାଳୀନ କର୍ଫ୍ୟୁ ଭଳି ଅନେକ ସତର୍କତା ଗ୍ରହଣ କରାଯାଇଥିଲେ ହେଁ ବେସରକାରୀ ସ୍ତରରେ ମଧ୍ୟ ଏଭଳି ଅନେକ ଉଦ୍ୟମ ସାମ୍ନାକୁ ଆସିଛି । କଲାହାଣ୍ଡି ଜିଲ୍ଲାର ପ୍ରାୟ ନଅଟି ଛୋଟ ସହରରେ ବ୍ୟବସୟୀମାନେ ମର ୨ ତାରିଖ ଯାଏଁ ନିଜ ନିଜର ବ୍ୟବସାୟୀକ ପ୍ରତିଷ୍ଠାନ ନ ଖୋଲିବା ପାଇଁ ସ୍ଵତଃପ୍ରବୃତ ଭାବେ ନିଷ୍ପତ୍ତି ନେଇଛନ୍ତି ।<ref name="The Hindu.com">{{cite web |last1=Barik |first1=Satyasundar |title=Coronavirus {{!}} In Odisha, trader bodies voluntarily announce shutdown to fight pandemic |url=https://www.thehindu.com/news/national/other-states/coronavirus-in-odisha-trader-bodies-voluntarily-announce-shutdown-to-fight-pandemic/article34418639.ece |website=The Hindu |accessdate=28 April 2021 |language=en-IN |date=27 April 2021}}</ref>