"ମାଣ୍ଡିଆଖାଇ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୫ କ ଧାଡ଼ି:
ମାଣ୍ଡିଆଖାଇ ପକ୍ଷୀକୁ ଏହାର ଦେହର ଗାଢ଼ କଳା ରଙ୍ଗ, ଲାଞ୍ଜ ତଳ ପଟର ଧଳା ପର, ହଳଦିଆ ଗୋଡ଼, ମୁହଁ ଓ ଥଣ୍ଟର କିଛି ଅଂଶରେ ଆଚ୍ଛାଦିତ ଲାଲ୍ ଚିହ୍ନରୁ ଏହି ପ୍ରଜାତିର ପକ୍ଷୀଙ୍କୁ ସହଜରେ ଠଉରାଇ ହେବ । କିଶୋରାବସ୍ଥାରେ ଥିବା ପକ୍ଷୀର ରଙ୍ଗ ମାଟିଆ ଓ ସେମାନଙ୍କ ମୁହଁରେ ଲାଲ୍ ଚିହ୍ନଟି ନଥାଏ । ଏହି ଲାଲ୍ ଚିହ୍ନଟି ଥଣ୍ଟ ପାଖରୁ ମୁହଁ ପର୍ଯ୍ୟନ୍ତ ଏକ ମନୁଷ୍ୟ ଆଙ୍ଗୁଠିର ଛାପ ପରି ରହିଥାଏ ।
 
ମାଣ୍ଡିଆଖାଇ ପକ୍ଷୀ ବିଭିନ୍ନ ପ୍ରକାରର “ଟିଁ – ଟିଁ” ଡାକ ପକାଇ ରାବିଥାଏ ଓ ବିପଦର ଆଶଙ୍କା ଥିଲେ ଉଚ୍ଚ ଧ୍ୱନିରେ ରାବେ ।<ref name="Snow" /> ମଧ୍ୟମରୁ ବୃହଦାକାର ଏକ ମାଣ୍ଡିଆଖାଇ ପକ୍ଷୀ ୩୦-୩୮ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ୱାଲମ୍ବା ହୋଇଥାଏ ଓ ଏହାର ସମ୍ପ୍ରସାରିତ ଡେଣାର ଦୈର୍ଘ୍ୟ ପ୍ରାୟ ୫୦-୬୨ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀମାନଙ୍କ ଶରୀରର ବସ୍ତୁତ୍ୱ ୧୯୨-୫୦୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ।<ref name="arkive" /><ref name="AAB" />
 
== ପରିବାସ ==
୪୭ କ ଧାଡ଼ି:
=== ପ୍ରଜନନ ===
[[ଫାଇଲ:Gallinula_chloropus_MWNH_0089.JPG|ବାଆଁ|thumb|[[ଜର୍ମାନୀ|ଜର୍ମାନୀର]] ୱିସ୍‍ବାଡେନ୍ ସଂଗ୍ରହାଳୟରେ ରଖାଯାଇଥିବା କିଛି ମାଣ୍ଡିଆଖାଇ ଅଣ୍ଡା]]
ପ୍ରଜନନ ଋତୁରେ ମାଣ୍ଡିଆଖାଇମାନେ ନିଜ ନିଜ କ୍ଷେତ୍ର ବାଛି ତାହାର ନିୟନ୍ତ୍ରଣ କରନ୍ତି । ନିଜ ପ୍ରଜାତି ତଥା ବତକ ଓ ଅନ୍ୟାନ୍ୟ ପ୍ରଜାତିର ପକ୍ଷୀ ମଧ୍ୟ ଏମାନଙ୍କ କ୍ଷେତ୍ର ମଧ୍ୟରେ ବିଚରଣ କରିବା ଦେଖିଲେ ଏମାନେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି । ଭୂମି ଉପରେ ଲଟାବୁଦାରେ ବା ଘଞ୍ଚ ଘାସରେ ଏମାନେ ଟୋକେଇ ପରି ବସାଟିଏ ନିର୍ମାଣ କରିଥାନ୍ତି । ମାଈ ମାଣ୍ଡିଆଖାଇମାନେ ବସନ୍ତ ଋତୁରେ ମଧ୍ୟ-ମାର୍ଚ୍ଚରୁ ନେଇ ମଧ୍ୟ-ମଇ ପର୍ଯ୍ୟନ୍ତ ଉତ୍ତର ଗୋଲାର୍ଦ୍ଧର ଉଷ୍ମ ଅଞ୍ଚଳମାନଙ୍କରେ ଅଣ୍ଡା ଦେଇଥାନ୍ତି । ପ୍ରାରମ୍ଭିକ ଋତୁମାନଙ୍କରେ ମାଈ ପକ୍ଷୀମାନେ ପ୍ରାୟ ୮ଟି ଓ ପରବର୍ତ୍ତୀ ଋତୁମାନଙ୍କରେ ୫-୮ଟି କିମ୍ୱାକିମ୍ବା ତାହାଠାରୁ କମ୍ ଅଣ୍ଡା ଦିଅନ୍ତି । ଅଣ୍ଡା ଦେବା ପାଇଁ ବିଭିନ୍ନ ମାଈ ପକ୍ଷୀ ଗୋଟିଏ ବସାକୁ ବ୍ୟବହାର କରିବା ଦେଖାଯାଇଛି । ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଅଣ୍ଡା ଉଷୁମାନ୍ତି ଏବଂ ଅଣ୍ଡା ଫୁଟିବା ପରେ ମିଳିତ ଭାବେ ଶାବକଙ୍କ ଲାଳନପାଳନ ଦାୟିତ୍ତ୍ୱ ବହନ କରନ୍ତି । ୪୦-୫୦ ଦିନରେ ଶାବକମାନେ ପରିପକ୍ୱ ଓ ସ୍ୱାବଲମ୍ୱୀସ୍ୱାବଲମ୍ବୀ ହୋଇଥାନ୍ତି ଓ ପରବର୍ତ୍ତୀ ବସନ୍ତ ଋତୁରେ ପ୍ରଜନନ କରିବା ଆରମ୍ଭ କରିଦିଅନ୍ତି । ବିପଦର ଆଶଙ୍କା ହେଲେ ଶାବକ ପକ୍ଷୀମାନେ ପିତାମାତାଙ୍କ ଶରୀରରେ ଲାଗି ରହିଯାନ୍ତି ଓ ପିତାମାତା ଉଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରିଦିଅନ୍ତି ।<ref name="Snow" /><ref name="Mann" />
 
== ସଂରକ୍ଷଣ ସ୍ଥିତି ଓ ସଂଖ୍ୟା ==