"ବିଜୁଳି ଶାଙ୍କୁଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
 
୧୫ କ ଧାଡ଼ି:
*[[Torpedinidae]]
}}
'''ବିଜୁଳି ଶାଙ୍କୁଚ''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Electric Rays''') ଟୋର୍ପିଡିନିଫୋର୍ମିସ୍ ବର୍ଗର ଶାଙ୍କୁଚ ଜାତୀୟ ଜଳଜୀବ । ନିଜର ଶିକାରକୁ କିଛି କ୍ଷଣ ଅଚଳ କରିବା ପାଇଁ କିମ୍ୱାକିମ୍ବା ନିଜ ପ୍ରତିରକ୍ଷା ପାଇଁ ଏମାନେ ନିଜ ଶରୀରରୁ ୮ରୁ ୨୨୦ ଭୋଲ୍‍ଟ୍ ବିଭବଯୁକ୍ତ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି ।<ref name="martin">Martin, R. Aidan. [http://www.elasmo-research.org/education/shark_profiles/torpediniformes.htm Electric Rays]. ''ReefQuest Centre for Shark Research.'' Retrieved on October 12, 2008.</ref> ୬୯ ଜାତିର ଏହି ଜୀବମାନଙ୍କୁ ବିଭିନ୍ନ ୪ଟି ପରିବାରରେ ବିଭକ୍ତ କରାଯାଇଥାଏ । ଏହି ସମସ୍ତଙ୍କ ମଧ୍ୟରେ ବୋଧହୁଏ ଟୋର୍ପିଡୋ ପ୍ରଜାତି (ଇଂରାଜୀରେ କ୍ରାମ୍ପ୍ ଫିଶ୍ ବା ନମ୍ୱ୍ନମ୍ବ୍ ଫିଶ୍) ସବୁଠାରୁ ଅଧିକ ଜଣାଶୁଣା । ଏହି ଶାଙ୍କୁଚର ନାମରୁ ‘‘ଟୋର୍ପିଡ଼ୋ’’ (ଜାହାଜ ବୁଡ଼ାଇବା ପାଇଁ ଜଳପୃଷ୍ଠ ତଳେ ପ୍ରୟୋଗ କରାଯାଉଥିବା କ୍ଷେପଣାସ୍ତ୍ର) ଶବ୍ଦର ସୃଷ୍ଟି ହୋଇଛି । ମୂଳ ଲାଟିନ୍ ଶବ୍ଦ ''ଟୋର୍ପିରେ (torpere)''ର ଅର୍ଥ ହେଉଛି ଅଚଳ ବା ଜଡ଼ ପାଲଟିଯିବା । ବିଜୁଳି ଶାଙ୍କୁଚ ସଂସ୍ପର୍ଶରେ ଆସିଲେ ଏପରି ହେଉଥିବାରୁ ଏପରି ନାମକରଣ କରାଯାଇଛି ।
 
== ବିବରଣୀ ==
୨୮ କ ଧାଡ଼ି:
[[ଫାଇଲ:Torpedo_electric_organs.jpg|thumb|ଦୁଇ ବିଦ୍ୟୁତ ସୃଷ୍ଟିକାରୀ ଅଙ୍ଗ]]
 
ସମସ୍ତ ଜୀବଙ୍କ ମଧ୍ୟରେ ବିଜୁଳି ଶାଙ୍କୁଚ ସର୍ବାଧିକ ବିଦ୍ୟୁତ-ସମ୍ୱେଦନସମ୍ବେଦନ ହୋଇଥିବା ଅନୁମାନ କରାଯାଏ । ମୁଣ୍ଡର ଉପରେ ଥିବା ଏମାନଙ୍କ ଆଖି ଦୁଇଟିର ଦୃଷ୍ଟିଶକ୍ତି କ୍ଷୀଣ ହୋଇଥାଏ କିନ୍ତୁ ଏହା ବଦଳରେ ଅନ୍ୟ ଇନ୍ଦ୍ରିୟ ଅଧିକ ସକ୍ରିୟ ଯାହା ବୈଦ୍ୟୁତିକ ପ୍ରକୃତିରେ ମଧ୍ୟ ସାହାଯ୍ୟ କରନ୍ତି । ବିଜୁଳି ଶାଙ୍କୁଚ ପରିବାର ବ୍ୟତୀତ ଅନ୍ୟ ବିଭିନ୍ନ ଶାଙ୍କୁଚ ଓ ଜଳଜୀବଙ୍କ ଲାଞ୍ଜରେ ବୈଦ୍ୟୁତିକ ଅଙ୍ଗ ଥିବା ଦେଖାଯାଏ । କିନ୍ତୁ ବିଜୁଳି ଶାଙ୍କୁଚଙ୍କ ମୁଣ୍ଡର ଦୁଇପଟେ ଗୋଟିଏ ଲେଖାଏଁ ବୈଦ୍ୟୁତିକ ଅଙ୍ଗ ରହିଥାଏ । ଏହି ବୈଦ୍ୟୁତିକ ଅଙ୍ଗରେ ଶରୀରର ପୃଷ୍ଠର ନିମ୍ନାଂଶରୁ ଅପରାଂଶକୁ ବିଦ୍ୟୁତ ପ୍ରବାହ ହୋଇଥାଏ । ୪ଟି କେନ୍ଦ୍ରୀୟ ସ୍ନାୟୁ ଏହି ବୈଦ୍ୟୁତିକ ଅଙ୍ଗର ନିୟନ୍ତ୍ରଣ କରିଥାନ୍ତି । ଏହି ମୁଖ୍ୟ ସ୍ନାୟୁ ବାରମ୍ୱାରବାରମ୍ବାର ବିଭାଜିତ ହୋଇ ବ୍ୟାଟେରୀ ବ୍ୟବସ୍ଥାର ତଳ ପଟଳରେ ସଂଯୁକ୍ତ ହୋଇଥାନ୍ତି । ଏହି ବ୍ୟାଟେରୀ ବ୍ୟବସ୍ଥା ଷଡ଼ଭୂଜାକାର ସ୍ତମ୍ଭମାନଙ୍କରେ ଗଠିତ ହୋଇଥାଏ । ଲୁଣି ପାଣିରେ ରହୁଥିବା ଜୀବଙ୍କ ବ୍ୟାଟେରୀଗୁଡ଼ିକ ସମାନ୍ତରାଳ ଭାବେ ସଂଯୁକ୍ତ ହୋଇଥିବା ସ୍ଥଳେ ମଧୁର ପାଣିର ଜୀବଙ୍କ ବ୍ୟାଟେରୀ କ୍ରମରେ ସଂଯୁକ୍ତ ହୋଇଥାଏ । ତେଣୁ ମଧୁରଜଳର ଜୀବ ସାମୁଦ୍ରିକ ଜୀବଙ୍କ ତୁଳନାରେ ଅଧିକ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି । ଏପରି ବ୍ୟାଟେରୀ ଯୋଗୁଁ ଏକ ବିଜୁଳି ଶାଙ୍କୁଚ ୫୦-୨୦୦ ଭୋଲ୍‍ଟ୍ ବିଦ୍ୟୁତ ବିଭବ ଓ ୩୦ ଆମ୍ପିୟର୍ ବିଦ୍ୟୁତ୍ ପ୍ରବାହ ସମ୍ପନ୍ନ ବିଦ୍ୟୁତ ଶକ୍ତି ସୃଷ୍ଟି କରିପାରେ ଓ ବଡ଼ ଆକାରର ଶିକାରକୁ ବିଦ୍ୟୁତ ଆଘାତ ଦେଇପାରେ । ୧୧୦-୨୨୦ ଭୋଲ୍‍ଟ୍ ବିଦ୍ୟୁତ ସଂଯୁକ୍ତ ତାରକୁ ପାଣି କୁଣ୍ଡରେ ପକାଇଲେ ଯେଉଁ ପ୍ରକାରର ଆଘାତ ଲାଗିବ ତାହା ସହିତ ଏକ ବିଜୁଳି ଶାଙ୍କୁଚର ହାରାହାରି କ୍ଷମତାକୁ ତୁଳନା କରିହେବ ।
 
== ବର୍ଗୀକରଣ ==