"ଦଦରାହଣା ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୨୧ କ ଧାଡ଼ି:
== ପରିବାସ, ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି ==
[[ଫାଇଲ:Spot-billed_Pelican_(Pelecanus_philippensis)_at_Garapadu,_AP_W_IMG_5369.jpg|ବାଆଁ|thumb|ନିର୍ଦ୍ଦିଷ୍ଟ ସଂରଚନାରେ ଉଡ଼ୁଥିବା ଦଦରାହଣା ଦଳ]]
କେବଳ ଭାରତୀୟ ଉପଦ୍ୱୀପ, [[ଶ୍ରୀଲଙ୍କା]] ଓ [[କମ୍ବୋଡ଼ିଆ|କାମ୍ୱୋଡ଼ିଆକାମ୍ବୋଡ଼ିଆ]]<nowiki/>ରେ ଦଦରାହଣା ପକ୍ଷୀ ପ୍ରଜନନ କରୁଥିବାର ତଥ୍ୟ ଲିପିବଦ୍ଧ କରାଯାଇଛି । କିଛି ଭାରତୀୟ ଦଦରାହଣା ଗାଙ୍ଗେୟ ଉପତ୍ୟକାରେ ଶୀତ ଦିନେ ପ୍ରବାସ କରିବା ଦେଖାଯାଏ, କିନ୍ତୁ [[ମାଳଦ୍ୱୀପ]], [[ପାକିସ୍ତାନ]] ଓ [[ବଙ୍ଗଳାଦେଶ]] ଇତ୍ୟାଦି ସ୍ଥାନରେ ଏମାନଙ୍କ ଉପସ୍ଥିତି ସନ୍ଦେହ ଘେରରେ ରହିଛି ।<ref name="pcr" /> ନିମ୍ନ ସମତଳ ଭୂମିର ମଧୁରଜଳ ଥିବା ଅଞ୍ଚଳ ଏହି ପକ୍ଷୀଙ୍କ ପରିବାସ । ଦଦରାହଣା ପ୍ରବାସୀ ନୁହଁନ୍ତି କିନ୍ତୁ ଅଳ୍ପ ଦୂରରେ ସ୍ଥାନୀୟ ପ୍ରବାସ କରିବା ମଧ୍ୟ ଦେଖାଯାଏ ଓ ପ୍ରଜନନ ଋତୁ ନଥିବା ସମୟରେ ଏମାନେ ବିଚ୍ଛିନ୍ନ ଭାବେ ରହିଥାନ୍ତି ।
[[ଫାଇଲ:Spot-billed_Pelicans_&_Painted_Storks_nesting_at_Garapadu,_AP_W_IMG_5230.jpg|thumb|ବାଆଁ|ଚିତ୍ରିତ କ୍ରୌଞ୍ଚ ପକ୍ଷୀଙ୍କ ସହ ନୀଡ଼ ବାନ୍ଧିଥିବା ଦଦରାହଣା ପକ୍ଷୀ]]
ଦଦରାହଣା ପକ୍ଷୀମାନେ ବସ୍ତିରେ ରହି ପ୍ରଜନନ କରନ୍ତି । ଏମାନଙ୍କ ବସ୍ତିରେ ଅନ୍ୟ ପ୍ରଜାତିର ଜଳପକ୍ଷୀ ମଧ୍ୟ ଦେଖାଯାନ୍ତି । ଏମାନଙ୍କ ବସା ଆର୍ଦ୍ର ଭୂମି ନିକଟସ୍ଥ ବା ଜନବସତି ନିକଟସ୍ଥ ଅଳ୍ପ ଉଚ୍ଚତାବିଶିଷ୍ଟ ଗଛମାନଙ୍କରେ ନିର୍ମିତ ହୋଇଥାଏ । ବିଭିନ୍ନ ଦଦରାହଣା ବସ୍ତି ଆବିଷ୍କାର ଓ ନିଶ୍ଚିହ୍ନ ହେବାର ତଥ୍ୟ ଲିପିବଦ୍ଧ କରାଯାଇଛି । ୧୯୦୬ ମସିହା ଜୁନ୍ ମାସରେ ସି ଇ ରେନିୟସ୍ ତିରୁନେଲୱେଲି ଜିଲ୍ଲାର କୁତାନକୁଳମରେ ଦଦରାହଣା ପକ୍ଷୀଙ୍କ ବସ୍ତି ଦେଖିଥିଲେ ଓ ଏହି ଅଞ୍ଚଳର ଗ୍ରାମବାସୀଙ୍କ ମନରେ ଏହି ପକ୍ଷୀ ପବିତ୍ର ବୋଲି ଧାରଣା ରହିଥିଲା ।<ref>{{cite journal|author=Rhenius, C.E.|year=1907|title=Pelicans breeding in India|url=https://biodiversitylibrary.org/page/30120032|journal=J. Bombay Nat. Hist. Soc.|volume=17|issue=3|pages=806–807}}</ref> ୧୯୪୪ ମସିହାରେ ଏହି ନିର୍ଦ୍ଦିଷ୍ଟ ବସ୍ତିରେ ମାତ୍ର ୧୦ଟି ଦଦରାହଣା ବସା ଓ ୨୦୦ଟି ଚିତ୍ରିତ କ୍ରୌଞ୍ଚ ବସା ରହିଥିଲା ।<ref>{{cite journal|author=Webb-Peploe, CG|year=1945|title=Notes on a few birds from the South of the Tinnevelly District|url=https://biodiversitylibrary.org/page/48127178|journal=J. Bombay Nat. Hist. Soc.|volume=45|issue=3|pages=425–426}}</ref>