"ଦଦରାହଣା ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧୫ କ ଧାଡ଼ି:
== ବର୍ଣ୍ଣନା ==
[[ଫାଇଲ:Spot-billed_Pelican_(Pelecanus_philippensis)-_Adult_with_Immatures_at_nest_in_Garapadu,_AP_W_IMG_5283.jpg|ବାଆଁ|thumb|ନୀଡ଼ରେ ବୟସ୍କ ଓ କିଶୋର ଦଦରାହଣା ପକ୍ଷୀ]]
ଦଦରାହଣା ପେଲିକାନ୍‍ ପରିବାରର ପକ୍ଷୀଙ୍କ ମଧ୍ୟରେ ଛୋଟ କିନ୍ତୁ ତଥାପି ଆକାରରେ ଯଥେଷ୍ଟ ବଡ଼ । ଏମାନଙ୍କ ଶରୀରର ଦୈର୍ଘ୍ୟ ପ୍ରାୟ ୧୨୫-୧୫୨ ସେଣ୍ଟିମିଟର୍ ଏବଂ ଓଜନ ପ୍ରାୟ ୪.୧-୬ କିଲୋଗ୍ରାମ୍ । ଏହାର ରଙ୍ଗ ମୁଖ୍ୟତଃ ଧଳା, ଛାତି ତଥା ବେକର ପଛପଟର ରଙ୍ଗ ପାଉଁଶିଆ ଏବଂ ଲାଞ୍ଜର ରଙ୍ଗ ଖଇରିଆ । ବେକର ପଛ ପଟର ପରଗୁଡ଼ିକ କୁଞ୍ଚୁକୁଞ୍ଚିଆ ଓ ଏକ ପାଉଁଶିଆ ଚୂଳ ପରି ଦେଖାଯାନ୍ତି । ଥଣ୍ଟ ତଳର ଖାଦ୍ୟ ଥଳୀ ଗୋଲାପି ବା ବାଇଗଣୀ ପରି ରଙ୍ଗର ଏବଂ ଏଥିରେ ଅନେକ ଛିଟ ଦାଗ ରହିଥାଏ । ଥଣ୍ଟର ଅଗ୍ର ଭାଗ ହଳଦିଆ ବା କମଳା ରଙ୍ଗର ହୋଇଥାଏ । ପ୍ରଜନନ କରୁଥିବା ପକ୍ଷୀଙ୍କ ଥଣ୍ଟ ମୂଳର ଚର୍ମ କଳା ରଙ୍ଗର ହୋଇଥିବା ଦେଖାଯାଏ । ଉଡ଼ିବା ବେଳେ ଦଦରାହଣା ପକ୍ଷୀ ପ୍ରାୟ ଡାଲମାସିଆନ୍ ପେଲିକାନ୍ ପରି ଦେଖାଯାନ୍ତି । କିନ୍ତୁ ଦ୍ଵିତୀୟକଦ୍ୱିତୀୟକ ଓ ତୃତୀୟକ ପରର କଳା ରଙ୍ଗରୁ ଦଦରାହଣାଙ୍କୁ ଠଉରାଇ ହେବ । ଏମାନଙ୍କ ଲାଞ୍ଜଟି ବଙ୍କେଇ ଗୋଲିଆ ହୋଇଯାଇଛି ।<ref name="pcr">{{cite book|title=Birds of South Asia: The Ripley Guide. Volume 2|author1=Rasmussen, PC|author2=JC Anderton|publisher=Smithsonian Institution & Lynx Edicions|year=2005|page=49|name-list-style=amp}}</ref>
 
ସଦ୍ୟ ଜାତ ଦଦରାହଣା ଶାବକମାନେ ଧଳା ରଙ୍ଗର ହୋଇଥାନ୍ତି । କ୍ରମଶଃ ସେମାନଙ୍କ ଦେହରେ ପାଉଁଶିଆ ପର ସୃଷ୍ଟି ହୁଏ । ଜନ୍ମର ପ୍ରାୟ ବର୍ଷେ ପରେ ଥଣ୍ଟର ଛିଟ ଦାଗ ସ୍ପଷ୍ଟ ଭାବେ ଦେଖାଯାଏ । ପ୍ରଜନନକ୍ଷମ ପରିପକ୍ଵପରିପକ୍ୱ ପକ୍ଷୀର ରଙ୍ଗ ଜନ୍ମ ହେବାର ପ୍ରାୟ ୩ ବର୍ଷ ପରେ ଆସିଥାଏ ।<ref name="philippine">{{cite book|url=https://archive.org/stream/manualofphilippi00mcgr#page/208/mode/2up/|title=A manual of Philippine birds. Part 1|author=McGregor, R C|publisher=Bureau of Printing, Manila|year=1909|pages=208–210}}</ref>
 
== ପରିବାସ, ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି ==
[[ଫାଇଲ:Spot-billed_Pelican_(Pelecanus_philippensis)_at_Garapadu,_AP_W_IMG_5369.jpg|ବାଆଁ|thumb|ନିର୍ଦ୍ଦିଷ୍ଟ ସଂରଚନାରେ ଉଡ଼ୁଥିବା ଦଦରାହଣା ଦଳ]]
କେବଳ ଭାରତୀୟ ଉପଦ୍ଵୀପଉପଦ୍ୱୀପ, [[ଶ୍ରୀଲଙ୍କା]] ଓ [[କମ୍ବୋଡ଼ିଆ|କାମ୍ଵୋଡ଼ିଆକାମ୍ୱୋଡ଼ିଆ]]<nowiki/>ରେ ଦଦରାହଣା ପକ୍ଷୀ ପ୍ରଜନନ କରୁଥିବାର ତଥ୍ୟ ଲିପିବଦ୍ଧ କରାଯାଇଛି । କିଛି ଭାରତୀୟ ଦଦରାହଣା ଗାଙ୍ଗେୟ ଉପତ୍ୟକାରେ ଶୀତ ଦିନେ ପ୍ରବାସ କରିବା ଦେଖାଯାଏ, କିନ୍ତୁ [[ମାଳଦ୍ଵୀପମାଳଦ୍ୱୀପ]], [[ପାକିସ୍ତାନ]] ଓ [[ବଙ୍ଗଳାଦେଶ]] ଇତ୍ୟାଦି ସ୍ଥାନରେ ଏମାନଙ୍କ ଉପସ୍ଥିତି ସନ୍ଦେହ ଘେରରେ ରହିଛି ।<ref name="pcr" /> ନିମ୍ନ ସମତଳ ଭୂମିର ମଧୁରଜଳ ଥିବା ଅଞ୍ଚଳ ଏହି ପକ୍ଷୀଙ୍କ ପରିବାସ । ଦଦରାହଣା ପ୍ରବାସୀ ନୁହଁନ୍ତି କିନ୍ତୁ ଅଳ୍ପ ଦୂରରେ ସ୍ଥାନୀୟ ପ୍ରବାସ କରିବା ମଧ୍ୟ ଦେଖାଯାଏ ଓ ପ୍ରଜନନ ଋତୁ ନଥିବା ସମୟରେ ଏମାନେ ବିଚ୍ଛିନ୍ନ ଭାବେ ରହିଥାନ୍ତି ।
[[ଫାଇଲ:Spot-billed_Pelicans_&_Painted_Storks_nesting_at_Garapadu,_AP_W_IMG_5230.jpg|thumb|ବାଆଁ|ଚିତ୍ରିତ କ୍ରୌଞ୍ଚ ପକ୍ଷୀଙ୍କ ସହ ନୀଡ଼ ବାନ୍ଧିଥିବା ଦଦରାହଣା ପକ୍ଷୀ]]
ଦଦରାହଣା ପକ୍ଷୀମାନେ ବସ୍ତିରେ ରହି ପ୍ରଜନନ କରନ୍ତି । ଏମାନଙ୍କ ବସ୍ତିରେ ଅନ୍ୟ ପ୍ରଜାତିର ଜଳପକ୍ଷୀ ମଧ୍ୟ ଦେଖାଯାନ୍ତି । ଏମାନଙ୍କ ବସା ଆର୍ଦ୍ର ଭୂମି ନିକଟସ୍ଥ ବା ଜନବସତି ନିକଟସ୍ଥ ଅଳ୍ପ ଉଚ୍ଚତାବିଶିଷ୍ଟ ଗଛମାନଙ୍କରେ ନିର୍ମିତ ହୋଇଥାଏ । ବିଭିନ୍ନ ଦଦରାହଣା ବସ୍ତି ଆବିଷ୍କାର ଓ ନିଶ୍ଚିହ୍ନ ହେବାର ତଥ୍ୟ ଲିପିବଦ୍ଧ କରାଯାଇଛି । ୧୯୦୬ ମସିହା ଜୁନ୍ ମାସରେ ସି ଇ ରେନିୟସ୍ ତିରୁନେଲୱେଲି ଜିଲ୍ଲାର କୁତାନକୁଳମରେ ଦଦରାହଣା ପକ୍ଷୀଙ୍କ ବସ୍ତି ଦେଖିଥିଲେ ଓ ଏହି ଅଞ୍ଚଳର ଗ୍ରାମବାସୀଙ୍କ ମନରେ ଏହି ପକ୍ଷୀ ପବିତ୍ର ବୋଲି ଧାରଣା ରହିଥିଲା ।<ref>{{cite journal|author=Rhenius, C.E.|year=1907|title=Pelicans breeding in India|url=https://biodiversitylibrary.org/page/30120032|journal=J. Bombay Nat. Hist. Soc.|volume=17|issue=3|pages=806–807}}</ref> ୧୯୪୪ ମସିହାରେ ଏହି ନିର୍ଦ୍ଦିଷ୍ଟ ବସ୍ତିରେ ମାତ୍ର ୧୦ଟି ଦଦରାହଣା ବସା ଓ ୨୦୦ଟି ଚିତ୍ରିତ କ୍ରୌଞ୍ଚ ବସା ରହିଥିଲା ।<ref>{{cite journal|author=Webb-Peploe, CG|year=1945|title=Notes on a few birds from the South of the Tinnevelly District|url=https://biodiversitylibrary.org/page/48127178|journal=J. Bombay Nat. Hist. Soc.|volume=45|issue=3|pages=425–426}}</ref>
 
[[ବ୍ରହ୍ମଦେଶ|ବ୍ରହ୍ମଦେଶର]] ସୀତାଙ୍ଗ ନଦୀରେ ଲକ୍ଷ ଲକ୍ଷ ଦଦରାହଣା ବାସ କରୁଥିବା ବିଷୟ ୟୁଜିନ୍ ୱିଲିୟମ୍ ଓଟ୍‍ସ୍ ୧୮୭୭ ମସିହାରେ ଉଲ୍ଲେଖ କରିଥିଲେ । ୧୯୨୯ ମସିହାରେ ଇ ସି ଷ୍ଟୁଆର୍ଟ ବେକର୍ ସେଠାରେ [[ବଡ଼ ହାଡ଼ଗିଳା]] ପକ୍ଷୀଙ୍କ ସହ ହଜାର ହଜାର ସଂଖ୍ୟାରେ ଦଦରାହଣା ବସା ବାନ୍ଧିଥିବା କଥା କହିଛନ୍ତି:
{{quote|ସମଗ୍ର ଜଙ୍ଗଲ ବିରାଟକାୟ ଗଛମାନଙ୍କଦ୍ଵାରାଗଛମାନଙ୍କଦ୍ୱାରା ଆଚ୍ଛାଦିତ ଥିଲା, କିନ୍ତୁ ଏକ ଛୋଟ ଅଂଶ (ପ୍ରାୟ ବିଂଶ ଭାଗରୁ ଏକ ଭାଗ) ଟଂଗ୍ ତେଲ ଗଛରେ ପୂର୍ଣ୍ଣ ଥିଲା । ୧୦୦ ଫୁଟ୍ ଉଚ୍ଚ ଶାଖାବିହୀନ କାଣ୍ଡରେ ଦଣ୍ଡାୟମାନ ଏହି ବିରାଟ ଗଛଗୁଡ଼ିକ ୧୫୦ ଫୁଟ୍ ବା ତତୋଧିକ ଉଚ୍ଚତାବିଶିଷ୍ଟ ଥିଲା । ଦଦରାହଣା ପକ୍ଷୀମାନେ ଏହି ଗଛଗୁଡ଼ିକୁ ବସା ବାନ୍ଧିବା ପାଇଁ ଚୟନ କରିଥିଲେ ।<br /> ସେ ଦିନ ମୁଁ ଅପରାହ୍ନ ୩ଟା ବେଳୁ ବାହାରି ଯାଇଥିଲି । ବିଭିନ୍ନ ଦିଗରେ ଅତି କମରେ ୨୦ ମାଇଲ୍ ବାଟ ଚାଲିଥିଲେ ମଧ୍ୟ ସବୁଠାରେ ମୁଁ ଦଦରାହଣା ଓ ହାଡ଼ଗିଳା ବସା ଦେଖିବାକୁ ପାଇଥିଲି । ମୁଁ ଯାହା ଦେଖିଲି ଓ ବର୍ମାର ଲୋକଙ୍କଠୁ ଯାହା ଶୁଣିବାକୁ ପାଇଲି, ତାହାକୁ ଭିତ୍ତି କରି ମୋ ଗଣନା କୁହେ ଯେ ଏହି ଅଞ୍ଚଳର ୨୦ ମାଇଲ୍ × ୫ ମାଇଲ୍ କ୍ଷେତ୍ରଫଳ ଅଞ୍ଚଳରେ ଏହି ପକ୍ଷୀଙ୍କ ପ୍ରଜନନ କ୍ଷେତ୍ର ଓ ବାସସ୍ଥଳ ରହିଥିଲା ।|ଆଲାନ୍ ଅକ୍ଟୋଭିଆନ୍ ହ୍ୟୁମ୍ (୧୮୯୦)ଙ୍କ ପୁସ୍ତକରେ ଓଟିସ୍ (୧୮୭୭)ଙ୍କ ବୟାନ<ref>{{cite book|title=The nests and eggs of Indian birds. Volume 3|url=https://archive.org/stream/cu31924000044994#page/n297/mode/1up|author=Hume, AO|author-link=Allan Octavian Hume|year=1890|page=297|publisher=R H Porter}}</ref>}}
କିନ୍ତୁ ୧୯୩୦ ଦଶନ୍ଧିରୁ ୧୯୪୦ ଦଶନ୍ଧି ମଧ୍ୟରେ ଏହି ବିଶାଳ ଦଦରାହଣା ବସ୍ତି ଅଦୃଶ୍ୟ ହୋଇଯାଇଥିବା ବିଷୟ ବେର୍ଟ୍ରାମ୍ ସ୍ମିଦିସ୍ କହିଥିଲେ ।<ref name="gee">{{cite journal|author=Gee, EP|author-link=Edward Pritchard Gee|year=1960|title=The breeding of the Grey or Spottedbilled Pelican ''Pelecanus philippensis'' (Gmelin)|url=https://biodiversitylibrary.org/page/47541781|journal=J. Bombay Nat. Hist. Soc.|volume=57|issue=2|pages=245–251}}</ref>
 
୪୧ କ ଧାଡ଼ି:
ଅନ୍ୟ ପେଲିକାନ୍ ପ୍ରଜାତିର ପକ୍ଷୀଙ୍କ ପରି ଦଦରାହଣା ପକ୍ଷୀ ପାଣିରେ ପହଁରିବା ସମୟରେ ମାଛ ଧରି ନିଜ ଥଣ୍ଟ ନିମ୍ନସ୍ଥ ବଡ଼ ଥଳୀରେ ରଖିଥାଏ । ଧଳା ପେଲିକାନ୍ ପକ୍ଷୀମାନେ ଏକ ବିଶାଳ ଦଳରେ ଆହରଣ କରୁଥିବା ବେଳେ ଏହି ପ୍ରଜାତିର ପକ୍ଷୀ ଏକାକୀ ବା ଛୋଟ ଦଳରେ ଖାଦ୍ୟ ସଂଗ୍ରହ କରୁଥିବାର ଲକ୍ଷ୍ୟ କରାଯାଇଛି । ଦଳରେ ଖାଦ୍ୟ ସଂଗ୍ରହ କରିବା ବେଳେ ଏମାନେ ମିଳିତ ଭାବେ ମାଛମାନଙ୍କୁ ଅଗଭୀର ପାଣି ଆଡ଼କୁ ଘଉଡ଼ାଇ ସେମାନଙ୍କର ଶିକାର କରନ୍ତି । ନୀଡ଼କୁ ବା ଖାଦ୍ୟ ଆହରଣ ଜଳାଶୟକୁ ଯିବା ସମୟରେ ଏମାନେ ଅବିରତ ଡେଣା ହଲାଇ ଏକ ନିର୍ଦ୍ଦିଷ୍ଟ ସଂରଚନାରେ ଦଳବଦ୍ଧ ଭାବେ ଆକାଶରେ ଉଡ଼ିବା ଦେଖାଯାଏ । ଦିନର ସବୁଠାରୁ ଅଧିକ ଗରମ ସମୟରେ ଏମାନେ ଉତ୍ତପ୍ତ ପବନ ସ୍ରୋତକୁ ବ୍ୟବହାର କରି କେବଳ ଡେଣା ଖୋଲି ରଖି ଉଡ଼ିବା ଦେଖାଯାଏ ।<ref name="ali">{{cite book|title=The Book of Indian Birds. Edition 12.|author=Ali, Salim|publisher=BNHS & Oxford University Press|year=1996|page=66}}</ref> ବେଳେବେଳେ ଏମାନଙ୍କୁ ରାତିରେ ଖାଦ୍ୟ ପାଇଁ ବିଚରଣ କରୁଥିବା ମଧ୍ୟ ଦେଖାଯାଇଛି ।<ref>{{cite journal|author=Gokula, V.|year=2011|title=Nocturnal foraging by Spot-billed Pelican in Tamil Nadu, India|url=http://www.marineornithology.org/PDF/39_2/39_2_267-268.pdf|journal=Marine Ornithology|volume=39|pages=267–268}}</ref>
 
ଏମାନେ ଗୋଠ ହୋଇ ବସ୍ତିରେ ନିଜର ନୀଡ଼ ନିର୍ମାଣ କରିଥାନ୍ତି । ଅଳ୍ପ ଉଚ୍ଚତାବିଶିଷ୍ଟ ଗଛର ମୋଟା ଡାଳରେ ବଡ଼ ବଡ଼ ଡାଙ୍ଗ ସହାୟତାରେ ନିଜ ବସା ବାନ୍ଧନ୍ତି । ଅକ୍ଟୋବର ମାସରୁ ନେଇ ମଇ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ସମୟ ।<ref name="pcr" /> [[ତାମିଲନାଡ଼ୁ|ତାମିଲନାଡ଼ୁରେ]] ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ଆରମ୍ଭ ହେବା ପରେ ଏମାନଙ୍କ ପ୍ରଜନନ ଋତୁ ଆସେ । ମାଈ ପକ୍ଷୀଙ୍କୁ ଆକର୍ଷିତ କରିବା ପାଇଁ ଅଣ୍ଡିରାମାନେ ନିଜର ଖାଦ୍ୟ ଥଳୀକୁ ପ୍ରସାରିତ କରି ନିଜ ମୁଣ୍ଡକୁ ପ୍ରଥମେ ଉପର-ତଳ, ତା’ ପରେ ପାର୍ଶ୍ଵରୁପାର୍ଶ୍ୱରୁ ପାର୍ଶ୍ଵକୁପାର୍ଶ୍ୱକୁ ହଲାଇ ଓ ଶେଷରେ ଟେକି ରଖି ପ୍ରଦର୍ଶନ କରନ୍ତି । ଏପରି ପ୍ରଦର୍ଶନ ସମୟରେ ଉପର ଓ ତଳ ଥଣ୍ଟକୁ ତାଳି ମାରିବା ପରି ପିଟି ଏମାନେ ଶବ୍ଦ ମଧ୍ୟ ସୃଷ୍ଟି କରନ୍ତି ।<ref name="breedbiology" /><ref>{{cite journal|author=Gokula V|year=2011|title=An ethogram of Spot-billed Pelican (''Pelecanus philippensis'')|journal=Chinese Birds|volume=2|issue=4|pages=183–192|doi=10.5122/cbirds.2011.0030|doi-access=free}}</ref> ବିଭିନ୍ନ ଜଳଜୀବୀ ପକ୍ଷୀ; ବିଶେଷ କରି [[ଚିତ୍ରିତ କ୍ରୌଞ୍ଚ]] ପକ୍ଷୀଙ୍କ ବସ୍ତି ଥିବା ଅଞ୍ଚଳରେ ଏମାନେ ନିଜର ବସା ବାନ୍ଧିଥାନ୍ତି । ମାଈ ଦଦରାହଣା ଏକା ବେଳକେ ୩-୪ଟି ଚୂନ ପରି ଧଳା ଅଣ୍ଡା ଦେଇପାରେ । ସମୟ ଅତିବାହିତ ହେବା ସହିତ ଅଣ୍ଡାଗୁଡ଼ିକ ମଇଳା ହେବା ପରି ଦେଖାଯାନ୍ତି ।<ref name="ali" /> ପ୍ରାୟ ୩୦ରୁ ୩୩ ଦିନରେ ଅଣ୍ଡାଗୁଡ଼ିକ ଫୁଟି ଛୁଆ ବାହାରନ୍ତି । ଦଦରାହଣା ଶାବକମାନେ ନୀଡ଼ରେ ୩-୫ ମାସ ପର୍ଯ୍ୟନ୍ତ ରୁହନ୍ତି ।<ref name="breedbiology">{{cite journal|author=Gokula, V|year=2011|title=Breeding biology of the Spot-billed Pelican (''Pelecanus philippensis'') in Karaivetti Bird Sanctuary, Tamil Nadu, India|journal=Chinese Birds|volume=2|issue=2|pages=101–108|doi=10.5122/cbirds.2011.0013}}</ref><ref name="aliripley">{{cite book|title=Handbook of the birds of India and Pakistan|author1=Ali, S|author2=Ripley, S D|publisher=Oxford University Press|year=1978|edition=2nd|volume=2|pages=29–30|name-list-style=amp}}</ref> ପୋଷା ମନାଇ ରଖାଯାଇଥିବା ଦଦରାହଣା ଜନ୍ମ ହେବାର ଦୁଇ ବର୍ଷ ପରେ ପ୍ରଜନନ କ୍ରିୟା ଆରମ୍ଭ କରିବା ଦେଖାଯାଇଛି ।<ref>{{cite journal|author=Das, RK|year=1991|title=Assam: the main breeding ground of Spotbilled Pelican|url=https://archive.org/stream/NLBW31_1112#page/n13/mode/1up|journal=[[Newsletter for Birdwatchers]]|volume=31|issue=11&12|pages=12–13}}</ref> ଅନ୍ୟ ପେଲିକାନ ଜାତୀୟ ପକ୍ଷୀଙ୍କ ପରି ଏମାନେ ମଧ୍ୟ କଣ୍ଠ କୋଷିକାର କମ୍ପନ ଓ ଧଇଁସଇଁ ହେଲା ପରି କ୍ରିୟାଦ୍ଵାରାକ୍ରିୟାଦ୍ୱାରା ନିଜ ଶରୀରର ଉଷ୍ମତାକୁ ନିୟନ୍ତ୍ରିତ କରିଥାନ୍ତି ।<ref>{{cite journal|author1=Bartholomew, GA|author2=Robert C. Lasiewski|author3=Eugene C. Crawford Jr.|year=1968|title=Patterns of Panting and Gular Flutter in Cormorants, Pelicans, Owls, and Doves|journal=The Condor|volume=70|issue=1|pages=31–34|doi=10.2307/1366506|jstor=1366506|name-list-style=amp}}</ref>
 
ଲଣ୍ଡନ ଚିଡ଼ିଆଖାନାରେ ମୃତ ଯାଇଥିବା ଏକ ସିଂହଳୀ ଦଦରାହଣା ପକ୍ଷୀ ନମୁନାର ବୃକକ୍‍ରୁ ''ରେନିକୋଲା ପେଲିକାନି (Renicola pelecani)'' ପରଜୀବୀ ମିଳିବା ବିଷୟ ବର୍ଣ୍ଣିତ ଅଛି ।<ref>{{cite journal|last=Stunkard|first=Horace W.|year=1964|title=Studies on the Trematode Genus Renicola: Observations on the Life-History, Specificity, and Systematic Position|journal=Biological Bulletin|volume=126|issue=3|pages=467–489|doi=10.2307/1539314|jstor=1539314}}</ref><ref>{{cite journal|last=Wright|first=C. A.|year=1954|title=Trematodes of the genus Renicola from birds in British zoos, with descriptions of two new species|journal=Journal of Zoology|volume=124|pages=51–61|doi=10.1111/j.1096-3642.1954.tb01477.x}}</ref>