"ଓଡ଼ିଶାରେ ସାଧବ ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
ଆଜକୁ ପ୍ରାୟ ୨୦୦୦ ହଜାର ବର୍ଷ ପୂର୍ବରୁ ଓଡ଼ିଶାର[[ଓଡ଼ିଶା]] ର ସାଧବ ପୁଅ ବଙ୍ଗୋପସାଗର ଅତିକ୍ରମ କରି [[ଜାଭା]], [[ସୁମାତ୍ରା]], [[ବାଲି]], [[ବୋର୍ଣ୍ଣିଓ]], [[ବର୍ମା]], [[ବ୍ରହ୍ମଦେଶ]], ଗଙ୍ଗାସାଗର, [[ସିଂହଳ]][[ଚାଇନା]] ଆଦି ଦେଶରେ ବ୍ୟବସାୟ କରୁଥିଲେ। ସେମାନେ ବଙ୍ଗୋପସାଗରକୁ[[ବଙ୍ଗୋପସାଗର]] କୁ କଳିଙ୍ଗସାଗର ନାମରେ ନାମିତ କରିଥିଲେ। ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜର ବାଣିଜ୍ୟରେ କଳିଙ୍ଗ ରାଜବଂଶମାନେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ବର୍ଷସାରା ସଂଗୃହୀତ ପଣ୍ୟ ସମ୍ଭାରକୁ ନେଇ କାର୍ତ୍ତିକ ଅମାବାସ୍ୟା ଦୀପାବଳି ଦିନ ଲକ୍ଷ୍ମୀପୂଜା ହେଉଥିଲା। ତା‘ପରଦିନଠାରୁ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବୋଇତରେ ପଣ୍ୟର ସଞ୍ଚୟନ ହେଉଥିଲା। ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଯାତ୍ରା କରୁଥିଲେ୤ କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର ଚାଲୁଥିଲା। ଫାଲ୍‌ଗୁନ ଓ ଚୈତ୍ର ମାସରେ ଦକ୍ଷିଣା ପବନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସାଧବମାନେ ଘରକୁ ଫେରୁଥିଲେ।<ref>ବରଦା ପ୍ରସନ୍ନ ଦାସ, ଧରିତ୍ରୀ, ୨୮.୧୧.୨୦୧୨ </ref>
==ନୌଯାତ୍ରା ସମୟ==
ଆମ ଦେଶରେ ଆଷାଢ଼ ମାସଠାରୁ ଆଶ୍ୱିନ ମାସ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ ଏବଂ କାର୍ତ୍ତିକ ମାସଠାରୁ ଫାଲ୍‌ଗୁନ ମାସ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଥିବାରୁ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ମାସରେ ବାଣିଜ୍ୟ ଯାତ୍ରା ଆରମ୍ଭ କରି ଆଷାଢ଼ ମାସରେ ବିଦେଶରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ ଭୌଗୋଳିକ ତଥା ବୌଜ୍ଞାନିକ ସିଦ୍ଧାନ୍ତ ବୋଲି ବିଚାର କରାଯାଏ।<ref>ରାଧାରଞ୍ଜନ ପଟ୍ଟନାୟକ, ପୃଷ୍ଠା-୮, ୨୭.୧୧.୨୦୧୨, ସୂର୍ଯ୍ୟପ୍ରଭା</ref>
==ନୌବାଣିଜ୍ୟ ସମ୍ବଳିତ କାବ୍ୟ କବିତା==
ନୌବାଣିଜ୍ୟ ସମ୍ବଳିତ ଦୁଇଟି କାବ୍ୟରୁ [[କେନ୍ଦ୍ରାପଡା]] ଅଞ୍ଚଳର ନୌବାଣିଜ୍ୟ ତଥା ବହିର୍ବାଣିଜ୍ୟ ବିଷୟରେ ଜଣାପଡେ। ‘ଖୁଲଣାସୁନ୍ଦରୀ’ ବା ନିଶା ମଙ୍ଗଳବାର ଓଷାର ରଚୟିତା ଭିକାରି ଧୀବର ଯିଏକି ଆଳି ରାଜପୁତ୍ରଙ୍କର ଗୃହ ଶିକ୍ଷକ ଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହି କାବ୍ୟ ରଚନା କରିଥିଲେ। କାବ୍ୟର ବିଷୟବସ୍ତୁ ଘାଗରା – ଇନ୍ଦୁପୁର ଅଞ୍ଚଳର ସୌଦାଗର ଧନେଶ୍ୱର ବୋଇତ ନେଇ ଯାଇ ସିଂହଳରେ ବନ୍ଦୀ ହୋଇଥିଲେ। ତାଙ୍କ ପୁତ୍ର ଶ୍ରୀଧର କୁମର ତାଙ୍କୁ ଯୁଦ୍ଧ କରି ମୁକ୍ତ କରିବା ସହିତ ସେଠା ରାଜକୁମାରୀଙ୍କୁ ବିବାହ କରିଥିଲେ। ବାଣିଜ୍ୟ ସହିତ ଗୋଟିଏ ଜାତିର ଐଶ୍ୱର୍ଯ୍ୟ ଓ ବୀରତ୍ୱକୁ ପ୍ରତିପାଦନ କରାଯାଇଛି। ଆଳି ରାଜା ବ୍ରଜସୁନ୍ଦର ଦେବ ଓ ବଡକୋଠା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କର ମଧ୍ୟ ବୋଇତ ବାହାର ଦେଶକୁ ଯାଇ ଧନରତ୍ନ ଭରି ଆଣୁଥିଲେ। ତାହା କାବ୍ୟାନ୍ତରାଳରେ ଲକ୍ଷ୍ୟ କରାଯାଏ। ଅନୁରୂପ କାବ୍ୟ ‘ତଅପୋଈ’ ବା ‘ଖୁଦୁରୁକୁଣୀ ଓଷା’ରେ ମିଳେ। ସପ୍ତଦଶ ଶତାବ୍ଦୀର କବି ପୁରୁଷୋତ୍ତମ ଦାସ ଉପକୂଳ ଅଞ୍ଚଳର ସାଧବପୁଅଙ୍କ ବୋଇତ ଯାତ୍ରାର କରୁଣ କାହାଣୀ ବର୍ଣ୍ଣନା କରିଛନ୍ତି। ତଅପୋଈ ଚରିତ୍ରର ବର୍ଣ୍ଣନା ସହିତ ସପ୍ତ ସାଧବଙ୍କର ବାଣିଜ୍ୟ କାହାଣୀ କାବ୍ୟକୁ ରସାଳ ଓ ମନମୋହିତ କରିଛନ୍ତି। ସାତଭାଇଙ୍କ ନାମରେ ‘ସାତଭାୟା’ ଅଦ୍ୟାପି ଭୌଗଳିକ ସାକ୍ଷ୍ୟ ପ୍ରଦାନ କରେ। ସେମାନଙ୍କ ନାମାନୁସାରେ ମୋହନପୁର, ବେଣୁପୁର ଆଦି ସାତଟି ବସତି ଅଧୁନା ଅବସ୍ଥିତ। ମଙ୍ଗଳ ଚାନ୍ଦଙ୍କ ନାମରେ ଚାନ୍ଦବାଲି ହୋଇଅଛି।
ବ୍ରିଟିଶ ରାଜତ୍ୱକାଳରେ ବାହାର ଦେଶକୁ ଲୁଣ ରପ୍ତାନି କରାଯାଉଥିଲା। ବତିଘର, ହୁକିଟୋଲା, ଜମ୍ବୁ ବାଟ ଦେଇ ନଦୀପଥରେ – ବନ୍ଦର ବାଟେ ଜାହାଜ ଯାଉଥିଲା। କେନ୍ଦ୍ରାପଡାରେ ଲୁଣ ବଙ୍ଗଳା ବା ସଲ୍‌ଟ ବଙ୍ଗଳା ଶତାଧିକ ବର୍ଷରୁ ମସ୍ତକ ଟେକି ଦଣ୍ଡାୟମାନ। ସବ୍‌କଲେକ୍ଟରଙ୍କ ବସାର ଅନତି ଦୂରରେ ଲଞ୍ଚଘାଟ ଥିଲା, ଅଦ୍ୟାପି ଲଞ୍ଚଘାଟ ନାମରେ ବିଦିତ। <ref>ଡ. ବାସୁଦେବ ଦାସ, ୨୭.୧୧.୧୯୧୨, ଓଡ଼ିଶା ଏକ୍ସପ୍ରେସ</ref>
==ନୌବାଣିଜ୍ୟ ଯୋଗୁଁ ସ୍ଥାନର ନାମକରଣ==