"ଶୁଦ୍ଧସତ୍ତା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗ: Reverted
ପୃଷ୍ଠାଟିକୁ ଖାଲି କରିଦେଲେ
ଟ୍ୟାଗସବୁ: Blanking Manual revert
୧ କ ଧାଡ଼ି:
{{prettyurl|Bharata (Ramayana)}}
'''ଭରତ''', ଭାରତୀୟ ମହାକାବ୍ୟ [[ରାମାୟଣ]]<nowiki></nowiki>ରେ ଚିତ୍ରିତ ହୋଇଥିବା ଏକ ଚରିତ୍ର । ରାମାୟଣର ବର୍ଣ୍ଣନା ଅନୁଯାୟୀ, ଭରତ ଥିଲେ ରାଜା ଦଶରଥଙ୍କ ଦ୍ଵିତୀୟ ପୁତ୍ର । ତାଙ୍କ ମାତା ଥିଲେ କୈକେୟୀ । ରାମ, [[ଲକ୍ଷ୍ମଣ]] ଏବଂ ଶତୃଘ୍ନ ତାଙ୍କର ଅନ୍ୟ ଭାଇମାନେ ଥିଲେ । ରାମାୟଣ ଅନୁଯାୟୀ ରାମ, ବିଷ୍ଣୁଙ୍କର ସପ୍ତମ ଅବତାର ହୋଇଥିବାବେଳେ ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କୁ ଯଥାକ୍ରମେ ଶେଷନାଗ, ଶଙ୍କର ଏବଂ ସୁଦର୍ଶନ ଚକ୍ରର ଅବତାର ଭାବରେ ବିବେଚନା କରାଯାଏ ।<ref name= Naidu>{{Cite book|last= Naidu |first= S. Shankar Raju|author2=Kampar, Tulasīdāsa |title= A comparative study of Kamba Ramayanam and Tulasi Ramayan| work=Shank| pages=44,148| access-date=2009-12-21| url=https://books.google.com/books?id=okVXAAAAMAAJ&q=Shankha&dq=Shankha&lr=&ei=emkcS6F6obKQBLGBmYcM|publisher= University of Madras|year=1971}}</ref>
ଭାରତରେ ଏକମାତ୍ର [[କେରଳ]]<nowiki></nowiki>ରେ ଭରତଙ୍କୁ ପୂଜା କରାଯିବା ପରମ୍ପରା ରହିଛି ଏବଂ ଏହି ଉପଲକ୍ଷେ ଭରତଙ୍କୁ ସମର୍ପିତ ଏକ ମନ୍ଦିର କେରକରେ ରହିଛି ।
 
== ଜନ୍ମ ଓ ବିବାହ ==
ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତୃଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । ଭରତ, ରାଜା ଜନକଙ୍କ କନିଷ୍ଠ ଭ୍ରାତା ରାଜା କୁଶଧ୍ଵଜଙ୍କ କନ୍ୟା ମାଣ୍ଡବୀଙ୍କୁ ବିବାହ କରିଥିଲେ । ତକ୍ଷ ଏବଂ ପୁଷ୍କଳ ନାମରେ ଦୁଇଟି ପୁତ୍ର ଥିଲେ ।<ref>[http://www.sacred-texts.com/hin/dutt/ramaconc.htm Ramayana – Conclusion], translated by Romesh C. Dutt (1899)</ref>
== ପୌରାଣିକ ଗାଥା ==
ରାମ ପିତୃ-ସତ୍ୟ ପାଳନ ନିମନ୍ତେ ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତେ, ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ-ଭକ୍ତିର ଉଦାହରଣସ୍ୱରୂପ ଭରତ, ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।
== ଆଧାର ==
{{Reflist}}
[[ଶ୍ରେଣୀ:ରାମାୟଣର ଚରିତ୍ର]]