"ରାମାୟଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩ କ ଧାଡ଼ି:
ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> ।
* ରାମ ଜନ୍ମ
ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ [[ଭରତ (ରାମାୟଣ)|ଭରତ]] ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତୃଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
* ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ [[ସୀତା]]ଙ୍କ ସହ ବିବାହ
ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ [[ଉର୍ମିଳା]] ଲକ୍ଷ୍ମଣଙ୍କୁ ବରଣ କଲେ ।
"https://or.wikipedia.org/wiki/ରାମାୟଣ"ରୁ ଅଣାଯାଇଅଛି