"କାତିଆ ଶାଙ୍କୁଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Scaly whipray}} {{Speciesbox | name = କାତିଆ ଶାଙ୍କୁଚ | image = Himantura maldives.jpg..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧୭ କ ଧାଡ଼ି:
'''କାତିଆ ଶାଙ୍କୁଚ''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Scaly Whipray''', ଜୀବବିଜ୍ଞାନ ନାମ ''Brevitrygon imbricata'') ଶାଙ୍କୁଚ ଜାତୀୟ ଜୀବଙ୍କ ଡାସ୍ୟାଟିଡାଏ ପରିବାରର ଏକ ପ୍ରଜାତି । ବ୍ୟାବସାୟିକ ଦୃଷ୍ଟିରୁ ଏମାନେ ସେତେ ଉପଯୋଗୀ ନୁହଁ ଏବଂ ଏମାନଙ୍କ ବିଷାକ୍ତ ଦଂଶନ ମନୁଷ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
ଏମାନେ ମୁଖ୍ୟତଃ ଲୋହିତ ସାଗରରୁ ନେଇ କ୍ରାନ୍ତୀୟ ଅଞ୍ଚଳର ଭାରତୀୟ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, [[ମରିସସ|ମୌରିସିୟସ୍‍ରୁ]] [[ଇଣ୍ଡୋନେସିଆ]] ପର୍ଯ୍ୟନ୍ତ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଜୁଆରିଆ ଅଞ୍ଚଳରେ, ସମୁଦ୍ର ସଂଲଗ୍ନ ହ୍ରଦରେ ଓ ସମୁଦ୍ର କୂଳରେ କାତିଆ ଶାଙ୍କୁଚ ଅଧିକାଂଶରେ ଦେଖାଯାଏ ।<ref name="iucn" /><ref name="fishbase">{{FishBase|genus=Himantura|species=imbricata|month=July|year=2006}}</ref> ଏହି ଶାଙ୍କୁଚ ଓ [[ଧଳା ଶାଙ୍କୁଚ|ଧଳା ଶାଙ୍କୁଚକୁ]] ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଥିବାରୁ ଏମାନଙ୍କ ପରିବାସ ଓ ବ୍ୟାପ୍ତି ସମ୍ପର୍କିତ ତଥ୍ୟରେ ଅନିଶ୍ଚିତତା ରହିଛି ।<ref name="iucn" /> ଟୁନ୍ଲେ ସାପ୍‍ ନଦୀ ଓ ହ୍ରଦ ଅଞ୍ଚଳରୁ ମିଳିଥିବା ତଥ୍ୟରୁ ଜଣାଯାଏ ଯେ ସେଠାରେ ଥିବା ଶାଙ୍କୁଚ ଏହି ପ୍ରଜାତିର ନୁହେଁ ବରଂ ମେକଂ ମଧୁରପାଣି ଶାଙ୍କୁଚ ପ୍ରଜାତିର ।<ref name="fishbase" /> IUCN ସଂସ୍ଥା ଏମାନଙ୍କ ସଂରକ୍ଷଣ ସ୍ଥିତିକୁ ‘‘ତଥ୍ୟ ଅଭାବ (Data Deficient)’’ ଶ୍ରେଣୀରେ ସ୍ଥାନିତ କରିଛି । [[ଓଡ଼ିଶା|ଓଡ଼ିଶାର]] [[ଚିଲିକା ହ୍ରଦ|ଚିଲିକା ହ୍ରଦରେ]] ୧୯୧୬ ମସିହାରେ ପ୍ରଥମେ ରମ୍ଭା ଉପସାଗରରୁ ବି. ଏଲ୍. ଚୌଧୁରୀଙ୍କ ଦ୍ୱାରା ଏକ କାତିଆ ଶାଙ୍କୁଚ ସଂଗ୍ରହ କରି ଏହା ସମ୍ଵନ୍ଧୀୟ ତଥ୍ୟ ଲିପିବଦ୍ଧ କରାଗଲା । ଚିଲିକାରେ ଅଧିକାଂଶରେ ବାହ୍ୟ ଚ୍ୟାନେଲ୍ ଅଞ୍ଚଳ ଓ ବେଳେବେଳେ ମଗରମୁଖ ଓ ନଳବଣରେ ମଧ୍ୟ କାତିଆ ଶାଙ୍କୁଚ ପରିଲକ୍ଷିତ ହୋଇଥାନ୍ତି ।<ref name="ICAR">{{Cite journal|title=''Fish And Shellfish Diversity And Its Sustainable Management in Chilika Lake''|publisher=ICAR & CDA}}</ref>
 
ଏମାନଙ୍କ ଶରୀର ପ୍ରାୟ ୨୨ ସେଣ୍ଟିମିଟର ଓସାରିଆ ଓ ଏମାନଙ୍କ ସମ୍ପୂର୍ଣ୍ଣ ଦୈର୍ଘ୍ୟ ପ୍ରାୟ ୬୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ।<ref name="iucn" /> ପ୍ରାୟ ଗୋଲାକାର କାତିଆ ଶାଙ୍କୁଚର ଫଳକର ବ୍ୟାସ ପ୍ରସ୍ଥ ଓ ଦୈର୍ଘ୍ୟ ପଟେ ପାଖାପାଖି ସମାନ । ଏହାର ଲାଞ୍ଜର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟରୁ କ୍ଷୁଦ୍ରତର । ଏହି ଶାଙ୍କୁଚର ପେଟଟି ସମ୍ପୂର୍ଣ୍ଣ ଧଳା ରଙ୍ଗର । ଅଳ୍ପବୟସ୍କ ଶାଙ୍କୁଚ ହେନ୍ତାଳ ବଣ ନିକଟସ୍ଥ ଜଳରେ ବିଚରଣ କରିବା ଦେଖାଯାଇଛି । ଉଭୟ ପରିପକ୍ଵ ଓ ଅଳ୍ପବୟସ୍କ କାତିଆ ଶାଙ୍କୁଚ ସମୁଦ୍ର ତଳେ ଥିବା ଅମେରୁଦଣ୍ଡୀ ଜୀବମାନଙ୍କୁ ଆହରଣ କରିଥାନ୍ତି ।<ref name="fishbase" />