"ଶକୁନ୍ତଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ →‎ଜନ୍ମ
୩ କ ଧାଡ଼ି:
[[File:Raja Ravi Varma - Mahabharata - Shakuntala.jpg|thumb|ରାଜା ରବି ବର୍ମାଙ୍କଦ୍ୱାରା ଅଙ୍କିତ ଶକୁନ୍ତଳାଙ୍କ ଏକ ତୈଳଚିତ୍ର]]
== ଜନ୍ମ ==
ଥରେ ବିଶ୍ୱମିତ୍ରବିଶ୍ୱାମିତ୍ର ଜଣେ ବ୍ରହ୍ମର୍ଷିର ମାନ୍ୟତା ପାଇବା ପାଇଁ ତପସ୍ୟା କରିବା ଆରମ୍ଭ କଲେ । ତାଙ୍କର କଠୋର ତପରେ ଇନ୍ଦ୍ର ଭୟଭୀତ ହେଲେ । ସେ ଭୟ କରୁଥିଲେ ଯେ ବିଶ୍ୱାମିତ୍ର ତାଙ୍କ ଇନ୍ଦ୍ର ପଦ ଚାହାଁନ୍ତି । ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର [[ମେନକା]] ନାମ୍ନୀ ଏକ ଅପସରା ପଠାଇଲେ । ମେନକା ବିଶ୍ୱାମିତ୍ରଙ୍କ ଧ୍ୟାନ ସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଲୋଭିତ କରିବାକୁ ଲାଗିଲେ । ବିଶ୍ୱାମିତ୍ର ତାଙ୍କର କାମନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଫଳରେ ତାଙ୍କର ତପ ଭଙ୍ଗ ହୋଇଯାଇଥିଲା । ବିଶ୍ୱାମିତ୍ର ଏବଂ ମେନକା କିଛି ବର୍ଷ ଏକାଠି ରହିଲେ ଏବଂ ସେମାନଙ୍କ ଔରସରୁ ଏକ ଝିଅ ଜନ୍ମ ହେଲା । ପରେ ବିଶ୍ୱାମିତ୍ର ହୃଦୟଙ୍ଗମ କଲେ ଯେ ଇନ୍ଦ୍ର ହିଁ କୌଶଳ ପୂର୍ବକ ତାଙ୍କ ତପ ଭଙ୍ଗ କରିଛନ୍ତି । ସେ ଅନୁଭବ କଲେ ଯେ ତାଙ୍କର କାମନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବିଶ୍ୱାମିତ୍ର ମେନକାଙ୍କୁ ପରିତ୍ୟାଗ କଲେ । ମେନକା ମଧ୍ୟ ଜନ୍ମିତ କନ୍ୟା ଶିଶୁଟିକୁ ଋଷି କଣ୍ୱଙ୍କ ଆଶ୍ରମରେ ଛାଡି ସ୍ୱର୍ଗକୁ ଫେରିଯାଇଥିଲେ ।<ref name="Thehindu">{{cite web |last1=Sattar |first1=Arshia |title=The ultimate male fantasy |url=https://www.thehindu.com/society/history-and-culture/analysing-the-episode-of-apsara-menaka-and-sage-vishwamitra/article19125560.ece |website=The Hindu |accessdate=14 December 2020 |language=en-IN |date=22 June 2017}}</ref>
ଋଷି କଣ୍ୱ ସେହି ଆଶ୍ରମରେ କନ୍ୟା ଶିଶୁଟିକୁ ଶକୁନ୍ତ ପକ୍ଷୀଙ୍କଦ୍ୱାରା ଘୋଡାଇହୋଇ ପଡିଥିବାର ଦେଖିଲେ । ତେଣୁ, ସେ ତାଙ୍କୁ ଶକୁନ୍ତଳା (ସଂସ୍କୃତ: शकुन्तला) ନାମ ଦେଲେ, ଯାହାର ଅର୍ଥ ଶକୁନ୍ତଙ୍କଦ୍ୱାରା ସୁରକ୍ଷିତ ।<ref name="sacredtexts">{{cite web |title=The Mahabharata, Book 1: Adi Parva: Sambhava Parva: Section LXXII |url=https://www.sacred-texts.com/hin/m01/m01073.htm |website=www.sacred-texts.com |accessdate=14 December 2020}}</ref>
 
"https://or.wikipedia.org/wiki/ଶକୁନ୍ତଳା"ରୁ ଅଣାଯାଇଅଛି