"୨୦୨୧ ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ବିତ୍ପାତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Soumendrak (ଆଲୋଚନା | ଅବଦାନ) ନୂତନ ପୃଷ୍ଠା ପ୍ରାରମ୍ଭ |
(କିଛି ବଦଳିନାହିଁ)
|
୧୪:୦୮, ୮ ମାର୍ଚ୍ଚ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ଦୁର୍ବିପାକ ୨୦୨୧ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାସ୍ଥିତ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଉପରେ ପର୍ଯ୍ୟବେସିତ ।[୧]
ନିଆଁ ବ୍ୟାପିବାର କାରଣ
ଶିମିଳପାଳ ଜଙ୍ଗଲରେ ବିଭିନ୍ନ କାରଣ ବଶତଃ ନିଆଁ ଲାଗିଥାଏ:
- ପ୍ରାକୃତିକ
- ବିଜୁଳି/ଚଡ଼କ ପଡି଼ବାଦ୍ୱାରା
- ଖରାଦିନରେ ଶୁଖିଲା ପତ୍ର/ଡାଳ ଘଷିହୋଇ
- ମନୁଷ୍ୟକୃତ
- ମହୂଲ ଫୁଲ ତଳୁ ଗୋଟାଇବାପାଇଁ ସ୍ଥାନୀୟ ଅଧିବାସୀ ଶାଳ ଗଛର ଶୁଖିଲା ପତ୍ରରେ ନିଅଁ ଲଗାଇ ସଫା କରିଦିଅନ୍ତି ।
- ବଣୁଆ ଜନ୍ତୁ ଶିକାର ପାଇଁ ଶିକାରୀମାନେ ବନ୍ୟଜନ୍ତୁ ରହୁଥିବା ଗୋଟିଏ ପାର୍ଶ୍ବରେ ନିଆଁ ଲଗେଇଦେଇଥାନ୍ତି ।
ଏହି ନିଆଁ ଉଭୟ ମନୁଷ୍ୟକୃତ ଏବଂ ଶୁଖିଲା ପାଣିପାଗଯୋଗୁଁ ଖୁବ ତୀବ୍ରଗତିରେ ବ୍ୟାପୁଥିବାର ଅନୁମାନ କରାଯାଉଥିଲା ।[୨]
ନିଆଁର ପ୍ରକୋପ
ଶିମିଳିପାଳ ଜାତୀୟ ଉଦ୍ୟାନ ୨,୭୫୦ ବର୍ଗକିଲୋମିଟର କ୍ଷେତ୍ରରେ ଅବସ୍ଥିତ । ୩ ମାର୍ଚ୍ଚ ୨୦୨୧ ସୁଦ୍ଧା ମୋଟ ୨୧ଟି ଜଙ୍ଗଲ ଶ୍ରେଣୀରୁ ୮ଟିରେ ନିଆଁ ବ୍ୟାପିଯାଇଥିଲା ।[୩]
ଅଗ୍ନି ପ୍ରଶମନ
ସାଧାରଣତଃ ନିଆଁ ଲିଭାଇବାପାଇଁ ନିମ୍ନଲିଖିତ ପଦକ୍ଷେପମାନ ନିଆଯାଇଥାଏ:[୨]
- ଏହିପ୍ରକାର ନିଆଁ ସାଧାରଣତଃ ପ୍ରାକୃତିକ ବର୍ଷା ହେଲେ ଆପେ ଆପେ ଲିଭିଯାଇଥାଏ ।
- ନିଆଁ ଲାଗିବାର ସମୟକୁ ଆଗୁଆ ଆକଳନ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୂର୍ବ ପ୍ରସ୍ତୁତି ହୋଇଥାଏ ।
- ଗୋବର କିମ୍ବା ଜୈବଗ୍ୟାସ ଥିବା ସ୍ଥାନକୁ ଆଗୁଆ ସଫା କରାଯାଇ
- ବଣ୍ୟଜନ୍ତୁ ଶିକାରୀ ମାନଙ୍କୁ କରାୟତ୍ତ କରି କିମ୍ବା
- ନିଆଁ ରୋକିବାକୁ ଅଗ୍ନି ରେଖା (ଫାୟାର ଲାଇନ) କରାଯାଇ ନିଆଁକୁ ବ୍ୟାପିବାକୁ ଦିଆଯାଇନଥାଏ । ଯାହାକି ଜଙ୍ଗଲକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ପକାଯାଇଥାଏ ।
୨୦୨୧ ମସିହାରେ ୧୨୦୦ରୁ ଅଧିକ ପୃଷ୍ଠଭୂମି କର୍ମଚାରୀ, ୨୨୫ ଅଗ୍ନି ପର୍ଯ୍ୟବେକ୍ଷଣକାରୀ ଏବଂ ୨୪୦ଜଣ ଅଗ୍ନି ନିର୍ବାପନକାରୀ କାମ କରିଥିଲେ ।[୧]
ଆହୁରି ଦେଖନ୍ତୁ
ଆଧାର
- ↑ ୧.୦ ୧.୧ Barik, Satyasundar (2021-03-03). "Massive fire threatens to cause colossal damage to Similipal Biosphere". The Hindu (in Indian English). ISSN 0971-751X. Retrieved 2021-03-08.
- ↑ ୨.୦ ୨.୧ https://indianexpress.com/article/explained/simplipal-forest-fire-explained-7213375/
- ↑ https://www.indiatoday.in/india/story/wildfire-rages-on-in-odisha-s-similipal-tiger-reserve-cm-orders-action-1775363-2021-03-04