"ହଦଗଡ଼ ଜଳଭଣ୍ଡାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" ବଣ ପାହାଡ ଭରା କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସୌନ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Regular Character Changes
୧ କ ଧାଡ଼ି:
ବଣ ପାହାଡ ଭରା କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ୟ୍ୟ ବେଶ ମନଲୋଭା | ଖଣି ,ତାରିଣୀ ଓ ବୈତରଣୀ ରବୈତରଣୀର ତ୍ରିବେଣୀ ସଙ୍ଗମ ଏହି ଜିଲ୍ଲାରେ ଅନେକ ପର୍ୟ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ରହିଛି ତନ୍ମମଧ୍ୟରୁ ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକର ହଦଗଡ଼ ଡ୍ୟାମ ଅନ୍ୟତମ | ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାର ରଜଳଭଣ୍ଡାରର ମନୋରମ ଦୃଶ୍ୟ ଖୁବ ନିଆରା ଓ ଉପଭୋଗ୍ୟ | ଦୁଇପଟେ ସୁଉଚ୍ଚ ସବୁଜ ଶାଳୁଆ ବନାନୀ ଓ ନିଶ୍ଚଳ ନୀରବତା ମଝିରେ ସାଳନ୍ଦୀ ଶୁଣାଉଛି ଗୁଣୁଗୁଣୁ ସୁଗମ ସଂଗୀତ | ଅବିଭକ୍ତ ବାଲେଶ୍ୱର ଜିଲ୍ଲାସହ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ରବ୍ଲକର କିଛି ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଏହି ପ୍ରକଳ୍ପ ୧୯୭୮ ରେ୧୯୭୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ ନିର୍ମାଣ କରାଯାଇଥିଲା | ଏହା ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ପିତାନଭ ଓ ବଉଳା ପାହାଡ଼ ମଧ୍ୟ ଭାଗରେ ସାଳନ୍ଦୀ ନଦୀ ଉପରେ ନିର୍ମିତ ହୋଇଛି | ଏହାର ଗଭୀରତା ୨୭୨ ଫୁଟ | ପ୍ରତିବର୍ଷ ଏଠାକୁ ବହୁ ପର୍ୟ୍ୟଟକ ଓ ଛାତ୍ରଛାତ୍ରୀ ଭ୍ରମଣ ସହ ବଣଭୋଜି କରିବାକୁ ଆସଥାନ୍ତି | ସନ୍ଧ୍ୟା ସମୟରେ ହାତୀମାନେ ପାଣି ପିଇବାକୁ ମଧ୍ୟ ଆସନ୍ତି | ସେହିପରି ବିଭିନ୍ନ ପ୍ରାନ୍ତରୁ ପକ୍ଷୀମାନେ ଆସି ଜଙ୍ଗଲରେ ଆଶ୍ରୟ ନିଅନ୍ତି | ଏଠାରେ ଜଳସମ୍ପଦ ବିଭାଗର ଏକ ଅତିଥି ଗୃହ ରହିଛି | ବନ୍ଧ ଆରମ୍ଭରେ ରହିଛି ଏକ ଉଚ୍ଚ ଗୃହ ଯେଉଁଠାରୁ ହଦଗଡ଼ ନଦୀବନ୍ଧର ପ୍ରାକୃତିକ ସୌନ୍ଦର୍ୟ୍ୟ କୁସୌନ୍ଦର୍ୟ୍ୟକୁ ବେଶ ଭଲଭାବେ ଉପଭୋଗ କରିହେବ |
 
କେମିତି ଯିବେ -ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବସ ବା କାର ଯୋଗେ ୫ ନଂ ଜାତୀୟ ରାଜପଥରେ ପାଣିକୋଇଲି କିମ୍ବା ଭଦ୍ରକ ରୁଭଦ୍ରକରୁ ଏଠାକୁ ଯାଇହେବ | ପାଣିକୋଇଲିରୁ କେନ୍ଦୁଝର ଅଭିମୁଖେ ଯାଇ ମଝିରେ ଶାଳପଡା ଛକ ପଡିବ | ଏଠାରେ ଓହ୍ଲାଇ ଭଦ୍ରକ ରାସ୍ତାରେ ଗଲେ ଛେନାପଦୀ ଛକ ରୁ ବାମପାର୍ଶ୍ଵଛକରୁ କୁବାମପାର୍ଶ୍ଵକୁ ବଉଳା ରୋଡରେ ୨୦ କି .ମି ଗଲେ ପଡିବ ହଦଗଡ଼ | କିମ୍ବା ଭଦ୍ରକ ରୁଭଦ୍ରକରୁ ଆନନ୍ଦପୁର ରାସ୍ତାରେ ୨୬ କି .ମି ଯାଇ ଛେନାପଦିରୁ ଡାହାଣପାର୍ଶ୍ଵକୁ ୨୦ କି .ମି ଗଲେ ମଧ୍ୟ ହଦଗଡ଼ରେ ପହଞ୍ଚି ପାରିବେ | ରେଳ ଯୋଗେ ମଧ୍ୟ ଏଠାକୁ ଯାଇହେବ | ଏହାର ନିକଟସ୍ଥ ଷ୍ଟେସନ ଯାଜପୁର ଓ ଭଦ୍ରକ |