"ମୁଚୁକୁନ୍ଦ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩ କ ଧାଡ଼ି:
 
== ଅସୁରମାନଙ୍କ ସହ ଯୁଦ୍ଧ ==
ଥରେ ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କ ଦ୍ୱାରାଅସୁରମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ । ଅସୁର ମାନଙ୍କ ଦ୍ଵାରାମାନଙ୍କଦ୍ଵାରା ଯନ୍ତ୍ରଣା ପାଇ ସେମାନେ ରାଜା ମୁଚୁକୁନ୍ଦଙ୍କ ସାହାଯ୍ୟ ଲୋଡ଼ିଥିଲେ । ରାଜା ମୁଚୁକୁନ୍ଦ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଏବଂ ଦୀର୍ଘ ଦିନ ଧରି ଅସୁର ବିରୁଦ୍ଧରେ ଲଢିଥିଲେ ।<ref name="mythfolklore">{{cite web |title=Muchukunda |url=http://www.mythfolklore.net/india/encyclopedia/muchukunda.htm |website=www.mythfolklore.net |accessdate=5 February 2021}}</ref> ଦେବତାମାନଙ୍କ ପାଖରେ ଜଣେ ଦକ୍ଷ ସେନାପତି ନ ଥିବାରୁ ଦେବତାମାନେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପରି ଜଣେ ଦକ୍ଷ ସେନାପତି ପାଇବା ପର୍ଯ୍ୟନ୍ତ ରାଜା ମୁଚୁକୁନ୍ଦ ସେମାନଙ୍କୁ ଅସୁରଙ୍କ ଆକ୍ରମଣରୁ ରକ୍ଷା କରିଥିଲେ । ତା’ପରେ ଦେବତାମାନଙ୍କର ରାଜା ଇନ୍ଦ୍ର, ରାଜା ମୁଚୁକୁନ୍ଦଙ୍କୁ କହିଲେ, "ହେ ମହାରାଜ, ଆପଣ ନିଜ ପରିବାରର ସ୍ଵାର୍ଥକୁ ବଳି ଦେଇ ଆମକୁ ଦେଇଥିବା ସାହାଯ୍ୟ ଏବଂ ସୁରକ୍ଷା ପାଇଁ ଆମେ ଆପଣଙ୍କ ନିକଟରେ ଋଣୀ ଅଟୁ । ଏଠାରେ ସ୍ୱର୍ଗରେ ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଏପରି ସ୍ଥଳେ ଆପଣ ସ୍ୱର୍ଗର ଏକ ବର୍ଷ ପାଇଁ ଅସୁରମାନଙ୍କ ସହିତ ଯୁଦ୍ଧ କରିଥିଲେ । ଏହି ଦୀର୍ଘ ଦିନ ଭିତରେ ତୁମର ରାଜ୍ୟ ଏବଂ ପରିବାରର କୌଣସି ଖୋଜ ଖବର ନାହିଁ, କାରଣ ଏସବୁ ସମୟ ସହିତ ନଷ୍ଟ ହୋଇଯାଇଛି । ଆମେ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେଣୁ ପ୍ରତିଦାନରେ ଆମେ ଆପଣଙ୍କୁ ମୋକ୍ଷ (ମୁକ୍ତି) ବ୍ୟତୀତ ଯେ କୌଣସି ବର ଦେବା ପାଇଁ ପ୍ରସ୍ତୁତ । କାରଣ ମୋକ୍ଷ (ମୁକ୍ତି) ବରଦାନ ଆମର ସାମର୍ଥ୍ୟ ବାହାରେ ।”
 
ଇନ୍ଦ୍ରଙ୍କ ଅନୁରୋଧରେ ମୁଚୁକୁନ୍ଦ ଇନ୍ଦ୍ରଙ୍କୁ ଏହି ବର ମାଗିବାକୁ ଚାହିଁଲେ ଯେ ସେ ଦୀର୍ଘ ସମୟ ଶୋଇବାକୁ ଚାହାଁନ୍ତି । ଦେବତାଙ୍କ ପକ୍ଷରେ ରହି ଯୁଦ୍ଧ କରୁଥିବାବେଳେ ରାଜା ମୁଚୁକୁନ୍ଦ କିଛି କ୍ଷଣ ପାଇଁ ମଧ୍ୟ ଶୋଇବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ, ଯେହେତୁ ତାଙ୍କର ଦାୟିତ୍ଵ ସମାପ୍ତ ହେଲା, ସେ ବହୁତ ନିଦ୍ରା ଅନୁଭବ କରୁଥିଲେ । ତେଣୁ ସେ କହିଥିଲେ, "ହେ ଦେବତାମାନଙ୍କର ରାଜା, ମୁଁ ଶୋଇବାକୁ ଚାହେଁ । ଯିଏ ମୋ ନିଦକୁ ବ୍ୟାଘାତ କରିବାକୁ ସାହସ କରେ ସେ ତୁରନ୍ତ ପୋଡ଼ି ପାଉଁଶ ହୋଇଯିବା ଉଚିତ୍ ।"