"ଉଇକିପିଡ଼ିଆ:ମାସର ବଛା ଲେଖା/ମାର୍ଚ୍ଚ ୨୦୨୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବଛା ଲେଖା
 
(କିଛି ବଦଳିନାହିଁ)

୦୦:୧୮, ୧ ମାର୍ଚ୍ଚ ୨୦୨୧ ହୋଇଥିବା ରିଭିଜନ

କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେ ସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍‍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍‍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍‍ଙ୍କ ଉତ୍ତରାଧିକାରୀ ଟାଇଟସ୍‍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍‍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍‍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ ।


ପୁରା ପଢନ୍ତୁ...