"ସୁମିତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
୬ କ ଧାଡ଼ି:
 
ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌସଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।
== ବ୍ୟକ୍ତିତ୍ଵ ==
ରାମଚରିତ ମାନସରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ଵର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।
 
ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ । 'ରାମ ଚରିତ ମାନସ'ର ଉପରୋକ୍ତ ଧାଡିଗୁଡିକ ପ୍ରଣିଧାନ ଯୋଗ୍ୟ:
::अवध तहाँ जहँ राम निवासू ।
तहँइँ दिवसु जहँ भानु प्रकासू ।
जौं पै सीय राम बन जाहीं ।
अवध तुम्हार काजु कछु नाहीं
 
ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି ।
 
== ଆଧାର ==
{{Reflist}}
"https://or.wikipedia.org/wiki/ସୁମିତ୍ରା"ରୁ ଅଣାଯାଇଅଛି