"ସୁମିତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଦଶରଥ ପତ୍ନୀ
Content deleted Content added
ପୃଷ୍ଠା ତିଆରି
(କିଛି ବଦଳିନାହିଁ)

୧୪:୨୩, ୨୬ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ହିନ୍ଦୁ ପୁରାଣ ରାମାୟଣ ଅନୁସାରେ ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ସୁମିତ୍ରା (ସଂସ୍କୃତ: सुमित्रा) ହେଉଛି ତାଙ୍କର ତିନି ପତ୍ନୀଙ୍କ ମଧ୍ୟରେ କନିଷ୍ଠା । ସେ ଥିଲେ ଦୁଇ ଯାଆଁଳା ପୁଅ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କର ମାତା । ଦଶରଥଙ୍କ ପତ୍ନୀମାନଙ୍କ ମଧ୍ୟରେ ତାଙ୍କୁ ଜ୍ଞାନୀ ଭାବରେ ପରିଗଣିତ କରାଯାଏ । ସୁମିତ୍ରା ଅନେକ ସମୟରେ ଦଶରଥଙ୍କୁ ତାଙ୍କ ସମସ୍ୟାରେ ସାହାଯ୍ୟ କରିଥିଲେ ।

ପୌରାଣିକ ଗାଥା

ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଷ୍ୟଶୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] । ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣଶତୃଘ୍ନ ଜନ୍ମ ଗ୍ରହଣ କଲେ[୨][୩]

ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌସଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।

ଆଧାର

  1. "santkesavadas" ପୃ-୨୭
  2. "santkesavadas" ପୃ-29
  3. "Birth Story of Lord Rama". ApniSanskriti - Back to veda. Retrieved 26 February 2021.