"ଦଶରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୯ କ ଧାଡ଼ି:
 
=== ଶ୍ରବଣ କୁମାରର ହତ୍ୟା ===
ରାମ ବନବାସକୁ ଯିବା ପରେ ଦଶରଥ କ୍ରନ୍ଦନରତା କୌଶଲ୍ୟା ସହିତ ତାଙ୍କ ଶଯ୍ୟାରେ ଶୋଇଛନ୍ତି । ଅତୀତରେ ଘଟିଥିବା ଏକ ଘଟଣାକୁ ସେ ହଠାତ୍ ମନେ ପକାଇଲେ | ସେ କୌଶଲ୍ୟାଙ୍କୁ କହିଛନ୍ତି ଯେ କିପରି ଦୁର୍ଘଟଣାରେ ସେ ଶ୍ରବଣ କୁମାର ନାମକ ଜଣେ ବାଳକକୁ ଶୀକାର ବୋଲି ଭାବି ହତ୍ୟା କରିଥିଲେ । ଦଶରଥ ସେତେବେଳେ ରାଜକୁମାର ଥିଲେ, ସେ ସରଜୁ ନଦୀ କୂଳକୁ ଶିକାର କରିବାକୁ ଯାଇଥିଲେ । ସେ ଶବ୍ଦର ଦିଗ ନିର୍ଣ୍ଣୟ କରି ଶିକାର କରିବାରେ ପାରଦର୍ଶୀ ଥିଲେ ଏବଂ ଏକ ପଶୁ ଜଲପାନ କରିବା ଶବ୍ଦ ଶୁଣିଥିଲେ । ଏହି ଶବ୍ଦକୁ ଲକ୍ଷ୍ୟ କରି ସେ ଏକ ଶବ୍ଦ ଭେଦୀ ତୀର ଚାଳନା କରିଥିଲେ । ବାସ୍ତବରେ ଶ୍ରବଣ କୁମାର ନାମକ ଏକ ବାଳକ ସେତେବେଳେ ତାଙ୍କ ପିତା ମାତାଙ୍କ ପାଇଁ ନଦୀରୁ ଜଳ ସଂଗ୍ରହ କରୁଥିଲା । ଦଶରଥଙ୍କ ତୀର ଆଘାତରେ ସେ ମୃତ୍ୟୁବରଣ କଲେ । ସେତେବେଳେ ମନୁଷ୍ୟର କ୍ରନ୍ଦନ ଶୁଣି ଦଶରଥ ସେଠାରେ ପହଂଚି ଦେଖିଲେ ଯେ ତାଙ୍କରି ତିର ଆଘାତରେ ନଦୀ କୂଳରେ ଏକ ବାଳକ ମରି ପଡିଛି । ଅଜାଣତରେ ଏଭଳି ଅନ୍ୟାୟ କରିଥିବାରୁ ପିଲାଟି ଦଶରଥଙ୍କୁ କ୍ଷମା କରି ଛାତି ଭିତରୁ ତୀର ବାହାର କରିବାକୁ ଗୁହାରୀ କଲା । ସେ ଆହୁରି ମଧ୍ୟ ତାଙ୍କୁ କହିଲା ଯେ ତାଙ୍କ ଜଳ ପାତ୍ରକୁ ତାଙ୍କ ଅନ୍ଧ ପିତାମାତାଙ୍କ ନିକଟକୁ ନେଇଯାଆନ୍ତୁ, କାରଣ ସେମାନେ ସେଠାରେ ତାଙ୍କୁ ଅପେକ୍ଷା କରିଥିବେ । ଏହା କହି ପିଲାଟି ମରିଗଲା । ଦଶରଥ ଅନ୍ଧ ଦମ୍ପତିଙ୍କ ନିକଟକୁ ଯାଇ ସେମାନଙ୍କ ପୁଅର ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ କହିଥିଲେ । ପିତାମାତା, ଦୁଃଖରେ ମ୍ରିୟମାଣ ହୋଇ ରାଜକୁମାରଙ୍କୁ ଅଭିଶାପ ଦିଅନ୍ତି: "ଯେପରି ଆମର ପ୍ରିୟ ପୁଅଠାରୁ ଅଲଗା ହୋଇ ଆମେ ମରୁଛୁ, ତୁମେ ମଧ୍ୟ ସମ ଦଶା ପ୍ରାପ୍ତ ହେବ "। ଶେଷ ସମୟରେ ଏହା ମନେ ପକାଇ ଦଶରଥ କହିଛନ୍ତି ଯେ ଅଭିଶାପ କାର୍ଯ୍ୟକାରୀ ହୋଇଛି ଏବଂ ତାଙ୍କର ଶେଷ ପାଖେଇ ଆସିଛି ।<ref name="chivukulas">{{cite web |last1=link |first1=Get |last2=Apps |first2=Other |title=The Story of Shravan Kumar |url=https://www.chivukulas.com/2019/03/the-story-of-shravan-kumar.html |website=www.chivukulas.com |accessdate=21 February 2021}}</ref>
 
== ଆଧାର ==
"https://or.wikipedia.org/wiki/ଦଶରଥ"ରୁ ଅଣାଯାଇଅଛି