"ଦଶରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର ଯୋଡିବା
ଟିକେNo edit summary
୧ କ ଧାଡ଼ି:
{{prettyurl|Dasharatha}}
[[ହିନ୍ଦୁ]] ପୁରାଣ ବାଲ୍ମିକୀ କୃତ [[ରାମାୟଣ]]ର ବର୍ଣ୍ଣନା ଅନୁସାରେ ଦଶରଥ ଥିଲେ ତ୍ରେତୟା ଯୁଗରେ ଅଯୋଧ୍ୟାର ସୂର୍ଯ୍ୟବଂଶୀୟ ରାଜା ତଥା ପ୍ରଭୁ ରାମଚନ୍ଦ୍ରଙ୍କ ପିତା । ଦଶରଥଙ୍କ ପିତା ଥିଲେ ରାଜା ଅଜ ଏବଂ ମାତା ଥିଲେ ସ୍ଵର୍ଗର [[ଅପ୍‌ସରା]] ଇନ୍ଦୁମତୀ । ରାଜା ଦଶରଥଙ୍କୁ ଜଣେ ଆଦର୍ଶ ମହାରାଜା, ପୁଅମାନଙ୍କୁ ଭଲ ପାଉଥିବା ଏକ ପିତା ତଥା ନିଜ ବଚନ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି ଭାବେ ଚିତ୍ରିତ କରାଯାଇଛି । ତାଙ୍କର ତିନୋଟି ପତ୍ନୀ ଥିଲେ -କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ଏକ ପୌରାଣିକ ତଥ୍ୟ ଅନୁସାରେ ରାଜା ରୋମପାଦଙ୍କ ପୋଷ୍ୟକନ୍ୟା ତଥା [[ଋଷ୍ୟଶୃଙ୍ଗ]]<nowiki></nowiki>ଙ୍କ ପତ୍ନୀ ଶାନ୍ତା ବାସ୍ତବରେ ଦଶରଥଙ୍କ ଝିଅ ଥିଲେ ।<ref name="valmikiramayana">{{cite web |title=Valmiki Ramayana - Bala Kanda |url=http://www.valmikiramayan.net/bala/sarga9/bala_9_frame.htm |website=www.valmikiramayan.net |accessdate=21 February 2021}}</ref>
[[File:King Dasharatha grieves inconsolably at his obligation to banish Rama to the forest.jpg|thumb|ଶୋକରାମ ସନ୍ତପ୍ତବନବାସ ଜନିତ ଦୁଃଖରେ ଶୋକାଭିଭୂତ ରାଜା ଦଶରଥ]]
== ରାମଙ୍କ ଜନ୍ମ ==
ବିବାହର ବହୁବର୍ଷ ପର୍ଯ୍ୟନ୍ତ ପୁତ୍ରରୂପୀ କୌଣସି ବଂଶଜ ନ ଥିବାରୁ ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ କେହି ନାହାନ୍ତି । କୁଳଗୁରୁ ବଶିଷ୍ଠ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷ୍ୟଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ ।<ref name="apnisanskriti">{{cite web |title=Birth Story of Lord Rama |url=https://www.apnisanskriti.com/story/birth-story-of-lord-rama-723 |website=ApniSanskriti - Back to veda |accessdate=21 February 2021}}</ref>
"https://or.wikipedia.org/wiki/ଦଶରଥ"ରୁ ଅଣାଯାଇଅଛି