"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
→‎ସାରଳା ମନ୍ଦିର: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି:
{{ଛୋଟ|Sarala Temple}}
{{Infobox Mandir
|name = ସାରଳାଶାରଳା ମନ୍ଦିର
|image = Sarala_Temple_Small.JPG
|image_size = 250
୪୪ କ ଧାଡ଼ି:
 
[[ଫାଇଲ:Sarala temple 1.JPG|thumb|ସାରଳା ଠାକୁରାଣୀ]]
'''ମା’ ଶାରଳାଙ୍କ ମନ୍ଦିର''' [[ଓଡ଼ିଶା]] ରାଜ୍ୟର [[ଜଗତସିଂହପୁର ଜିଲ୍ଲା]]ରେ ଅବସ୍ଥିତ। ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଲିଖିତ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ବହିରେ ସପ୍ତମ ପରିଚ୍ଛେଦରେ ଲିଖିତ ଅଛି - ରତ୍ନଗିରି ଦକ୍ଷିଣକୁ ସିଧାସଳଖ ପ୍ରାୟ ୨୦ ମାଇଲ ଦୂରରେ ପ୍ରସିଦ୍ଧ ତିର୍ତ୍ତୋଳ ଭୂବନ୍ଦର । ଏହାକୁ [[ହୁଏନସାଂ]] ଚେଲିତାଲେ କହିଛନ୍ତି । ତିରିତୋଳର ବର୍ତ୍ତମାନ ନାମ [[ତିର୍ତ୍ତୋଲ]] । ଏହା ନିକଟରେ ଥିବା ଝଙ୍କଡ଼ଠାରେ ଦେବୀ ଶାରଳାଙ୍କ ପୀଠ। [[ସାରଳା ମହାଭାରତ]]ରେ ଏହି ଝଙ୍କଡ଼କୁ ଜଙ୍ଗେର ବା ଜଙ୍ଗେରପୁର କୁହାହୋଇଛି । ପୂର୍ବେ ପୂର୍ବ[[ଭାରତ]]ର ପ୍ରସିଦ୍ଧ ବନ୍ଦର ଚେଳିତାଳୋ ଥିବା ଯୋଗୁଁ ସେହି ଅଞ୍ଚଳରେ ଯକ୍ଷ ବା ଜଙ୍ଖମାନେ ରହିବା ସ୍ୱାଭାବିକ। ତେଣୁ ଜଙ୍ଖମାନେ ରହୁଥିବା ଅଞ୍ଚଳକୁ ଜଙ୍ଖେରପୁର କୁହାଯାଉଥିବା ସମ୍ଭବ। ସେତେବେଳେ ବୃଦ୍ଧା ଏବଂ ଚନ୍ଦ୍ରଭାଗା ଦୁଇଟି ନଦୀ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ଉତ୍ତର ଦକ୍ଷିଣରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିଲେ । ବର୍ତ୍ତମାନ ସେହି ବୃଦ୍ଧନଦୀ ବୁଢ଼ାନଈ ନାମରେ ନାମିତ । [[ସାରଳା ଦାସ]] ବୃଦ୍ଧନଦୀକୁ ବୁଧମାତା ନାମେ ନଦୀ’ବର୍ଣ୍ଣନା କରିଛନ୍ତି । ସାରଳା ଦାସ ତାଙ୍କ ପୁରାଣରେ ଶାରୋଳ ଗ୍ରାମରେ ଶାରଳାପୀଠ ଅବସ୍ଥିତ ବୋଲି କହିଛନ୍ତି । ବର୍ତ୍ତମାନ ଝଙ୍କଡ଼ ପ୍ରଗଣାରେ ବଡ଼ ଶାରୋଳ ଓ ସାନ ଶାରୋଳ ନାମରେ ଦୁଇଟି ଗ୍ରାମ ଅଛି । ସେହି ଗ୍ରାମ ନିକଟରେ ପୂର୍ବେ ଶାରଳା ଠାକୁରାଣୀଙ୍କ ମନ୍ଦିର ଥିଲା ।
 
==ମନ୍ଦିର==
ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଲିଖିତ ଖୋରଧାର ଇତିହାସରେ ଲେଖିଛନ୍ତି, ସେଠାରେ ଥିବା ଶାରଳା ମନ୍ଦିର ୧୬୮୬ ମସିହାରେ [[ମୁସଲମାନ]]ମାନେ ଭାଙ୍ଗିନେଇ ସେହି ମନ୍ଦିରର ପ୍ରାୟ ମାଇଲିଏ ପଶ୍ଚିମକୁ ଏକ ମସଜିଦ ନିର୍ମାଣ କରିଛନ୍ତି । ସେହି ମସଜିଦ ନିର୍ମାଣ ୧୦୯୮ ହିଜ୍ରିରେ ହୋଇଥିବା ଉଲ୍ଲେଖ ଅଛି । ବର୍ତ୍ତମାନ ସେଠାରେ [[ଗଣେଶ]]ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି । [[ଓଡ଼ିଆ ଭାଷା]]ର ପ୍ରଥମ କବି ହେଉଛନ୍ତି ସାରଳା ଦାସ । ତାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଚଣ୍ଡୀପୁରାଣରେ ଓଡ଼ିଶାର ଆଠଟି ତନ୍ତ୍ରପୀଠର ନାମ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ପ୍ରାଚୀନ ତାଳପତ୍ର ପୋଥିରେ ଅଷ୍ଟଚଣ୍ଡୀଙ୍କ ନାମ ବର୍ଣ୍ଣନା ଅନୁଯାୟୀ ଝଙ୍କଡ଼ର ଶାରଳା, [[କାକଟପୁର]]ର [[ମଙ୍ଗଳା ମନ୍ଦିର|ମଙ୍ଗଳା]], [[କୋଣାର୍କ]]ର [[ରାମଚଣ୍ଡୀ]], [[ପୁରୀ]]ର [[ବିମଳା ଶକ୍ତିପୀଠ|ବିମଳା]], [[ବାଙ୍କୀ]]ର [[ଚର୍ଚ୍ଚିକା ମନ୍ଦିର|ଚର୍ଚ୍ଚିକା]], [[ଯାଜପୁର]]ର [[ବିରଜା ମନ୍ଦିର|ବିରଜା]], [[ତାଳଚେର]]ର [[ହିଙ୍ଗୁଳା ମନ୍ଦିର|ହିଙ୍ଗୁଳା]] ଓ [[ଭୁବନେଶ୍ୱର]]ର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ରପୀଠର ଅଷ୍ଟଦେବୀ। କିନ୍ତୁ ପରବର୍ତ୍ତୀ କାଳରେ ଧବଳଗିରି ନିବାସୀ ବାଳକବି ଭଗବତୀ ଜଣାଣରେ ଯେଉଁ ଅଷ୍ଟଚଣ୍ଡୀଙ୍କ ନାମ ଉଲ୍ଲେଖ କରିଛନ୍ତି, ସେଥିରେ ଭୁବନେଶ୍ୱରର ଗୌରୀ, ତାଳଚେରର ହିଙ୍ଗୁଳା ଓ କୋଣାର୍କର ରାମଚଣ୍ଡୀଙ୍କ ନାମ ବଦଳରେ [[ସମ୍ବଲପୁର]]ର [[ସମଲେଇ ମନ୍ଦିର|ସମଲାଇ]], [[ବାଣପୁର]]ର [[ଭଗବତୀ ଦେଉଳ|ଭଗବତୀ]] ଓ ଚଣ୍ଡୀ (ସମ୍ଭବତଃ ଚିତ୍ରୋତ୍ପଳା ଓ ଲୁଣାନଦୀ ମଧ୍ୟରେ ଥିବା ହରଚଣ୍ଡୀ)ଙ୍କୁ ବର୍ଣ୍ଣନା କରିଛନ୍ତି। ସାରଳାଙ୍କର ପରବର୍ତ୍ତୀ କବିମାନେ ଶାରଳା ଠାକୁରାଣୀ ଝଙ୍କଡ଼ରେ ଥିବା ବର୍ଣ୍ଣନା କରିଛନ୍ତି। [[ବଳରାମ ଦାସ]]ଙ୍କ ମାଳଶ୍ରୀ ଯାହାକୁ [[ଭାଦ୍ରବ]] ମାସ [[ଖୁଦୁରୁକୁଣୀ ଓଷା|ଖୁଦୁରୁକୁଣୀ]]ଙ୍କ ପାଖରେ ପଢ଼ାଯାଏ। ମାଳଶ୍ରୀକୁ ଅନୁଧ୍ୟାନ କଲେ ଦେଖାଯାଏ, ଝଙ୍କଡ଼ ପ୍ରଗଣାର ତେନ୍ତୁଳିପଦାଠାରେ ବିଲ-ଶାରଳା ନାମରେ ଆଉ ଏକ ଦେବୀଙ୍କ ମନ୍ଦିର ଅଛି । ସମ୍ଭବତତଃ ୧୬୮୬ ମସିହାରେ ଯେତେବେଳେ ମୁସଲମାନମାନେ ଶାରଳା ଠାକୁରାଣୀଙ୍କ ମୂଳ ମନ୍ଦିରକୁ ଭାଙ୍ଗିଦେଇ ମସଜିଦ କଲେ, ସେତେବେଳେ ଠାକୁରାଣୀଙ୍କ ସେବକମାନେ ଓ ହିନ୍ଦୁମାନେ ଶାରଳା ଠାକୁରାଣୀଙ୍କୁ ସେହି ବୃଦ୍ଧନଦୀରେ ନେଇଯାଇ। ତେନ୍ତୁଳିପଦାଠାରେ ଯେଉଁଠାରେ ବିଲ-ଶାରଳା ଅଛନ୍ତି ସେଠାରେ ରଖିଦେଇ ଆସିଲେ । ପରେ ସେଠାରୁ ଶାରଳାଙ୍କ ମୂର୍ତ୍ତିକୁ ଉନବିଂଶ ଶତାବ୍ଦୀର ଶେଷଭାଗରେ ବା ବିଂଶ ଶତାବ୍ଦୀର ଆରମ୍ଭରେ କନକପୁର ନିଆଯାଇଥିଲା। ବର୍ତ୍ତମାନ କନକପୁରଠାରେ ଯେଉଁ ମନ୍ଦିର ଅଛି ସେହି ମନ୍ଦିରରେ ଶାରଳା ଠାକୁରାଣୀଙ୍କର ବିଧିବଦ୍ଧ ପ୍ରତିଷ୍ଠା ୧୩୨୧ ସାଲ [[ଆଷାଢ଼]] ଦି୧୨ନ ଠାରୁ ଦି୧୯ନ ପର୍ଯ୍ୟନ୍ତ ହୋଇଥିବା ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ରରୁ ଜଣାଯାଏ । ଏହି ୧୩୨୧ ସାଲ ଇଂରାଜୀ ୧୯୧୪ ମସିହାରେ ପଡ଼ିଥିଲା।