"ସିଦ୍ଧାର୍ଥ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

କ୍ରୀଡ଼ା ସାମ୍ବାଦିକ
Content deleted Content added
ସିଦ୍ଧାର୍ଥ ମିଶ୍ର ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୪:୫୦, ୧୧ ଫେବୃଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସିଦ୍ଧାର୍ଥ ମିଶ୍ର, ଜଣେ ସାମ୍ବାଦିକ ଥିଲେ । ସେ 'ଟାଇମ୍ସ ଅଫ ଇଣ୍ଡିଆ'[୧], 'ନ୍ୟୁଜ-ଏକ୍ସ' ଓ 'ଇଣ୍ଡିଆନ ଏକ୍ସପ୍ରେସ' ଭଳି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସର ସେ ଜାତୀୟ କ୍ରୀଡ଼ା ସମ୍ପାଦକ ଥିଲେ ।[୨][୩]

ସିଦ୍ଧାର୍ଥ ମିଶ୍ର
ଜନ୍ମ
ସିଦ୍ଧାର୍ଥ ମିଶ୍ର
ମୃତ୍ୟୁ୩୦ ଅକ୍ଟୋବର ୨୦୧୨(୨୦୧୨-୧୦-୩୦)
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାମ୍ବାଦିକ
ବୈବାହିକ-ସାଥୀପ୍ରାଚୀ ତାରା ମିଶ୍ର
ସନ୍ତାନସୁମିତ, ମାମାଲୀ
ପିତାମାତା(s)ଗଣେଶ୍ୱର ମିଶ୍ର,ସୁରଙ୍ଗିଣୀ ମିଶ୍ର

ବ୍ୟକ୍ତିଗତ ଜୀବନ

ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ସେ ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ ଥିଲେ । ସେ ଥିଲେ ତାଙ୍କ ପିତାମାତାଙ୍କର ଚତୁର୍ଥ ସନ୍ତାନ । ଅନ୍ୟ ତିନି ଭାଇ ଥିଲେ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ'ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । କର୍କଟ ରୋଗରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୪]

ବୃତ୍ତିଗତ ଜୀବନ

୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ ଚେନ୍ନାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ ।[୫] ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ ।[୬]

ଆଧାର

  1. "Siddhartha Mishra". www.timesofindia.indiatimes.com. The Times of India. Archived from the original on 11 February 2021. Retrieved 11 February 2021.
  2. "Sports journalist Siddhartha Mishra dies". www.zeenews.india.com/. ZEE News. Archived from the original on 11 February 2021. Retrieved 11 February 2021.
  3. "It's a privilege to have known you, Siddhartha Mishra, and there is no goodbye". www.news18.com. news18.com. Archived from the original on 11 February 2021. Retrieved 11 February 2021.
  4. "Siddhartha Mishra cremated". www.newindianexpress.com. The Indian Express. Archived from the original on 11 February 2021. Retrieved 11 February 2021.
  5. "Obituary: TNIE Sports Editor Siddhartha Mishra passed away". www.http://hotnhitnews.com/. hot n hit news. Archived from the original on 11 February 2021. Retrieved 11 February 2021. {{cite web}}: External link in |website= (help)
  6. "A Genius Who Moved On Early; Remembering Siddhartha Mishra Fondly". www.odishabytes.com. Odisha Byites. Archived from the original on 11 February 2021. Retrieved 11 February 2021.