"ଶାମ୍ବ (କୃଷ୍ଣଙ୍କ ପୁତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ଟିକେ Bot: Automated text replacement (-୍ଵ +୍ୱ)
 
୧ କ ଧାଡ଼ି:
{{prettyurl|Samba (Krishna's son)}}
'''ଶାମ୍ବ''' (ସଂସ୍କୃତ:साम्ब ) ହିନ୍ଦୁ ଦେବତା [[କୃଷ୍ଣ]] ଏବଂ ତାଙ୍କର ଦ୍ଵିତୀୟଦ୍ୱିତୀୟ ପତ୍ନୀ ଜାମ୍ବବତୀଙ୍କ ପୁତ୍ର । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ରଙ୍କ ମଧ୍ୟରେ ଜାମ୍ବବତୀଙ୍କ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ ।
 
== ଜନ୍ମ ==
[[ମହାଭାରତ]] ଏବଂ [[ଦେବୀ ଭାଗବତ]] ପୁରାଣରେ ଶାମ୍ବଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରାଯାଇଛି । ଜାମ୍ବବତୀଙ୍କ ବ୍ୟତୀତ କୃଷ୍ଣଙ୍କ ଅନ୍ୟ ସମସ୍ତ ରାଣୀ ସନ୍ତାନବତୀ ଥିଲେ । ତେଣୁ ଜାମ୍ବବତୀ ପ୍ରଦ୍ୟୁମ୍ନଙ୍କ ପରି ସୁନ୍ଦର ପୁତ୍ରଟିଏର ଜନନୀ ହେବାର ଆଶୀର୍ବାଦ ପାଇବା ପାଇଁ କୃଷ୍ଣଙ୍କ ନିକଟକୁ ଯାଇଥିଲେ । କୃଷ୍ଣ ଜାଣିଥିଲେ ଯେ ଜାମ୍ବବତୀଙ୍କ ପୁତ୍ର ହିଁ ଭବିଷ୍ୟତରେ ଯଦୁ ବଂଶର ବିନାଶ ଘଟାଇବ, ଏବଂ ସେଥିପାଇଁ ସେ ଶିବଙ୍କର ବିନାଶକାରୀ ଶକ୍ତିର ଏକ ରୂପ ହେବା ଆବଶ୍ୟକ । ଏହାର ସମାଧନା ପାଇବା ପାଇଁ କୃଷ୍ଣ ହିମାଳରରେ ଥିବା ଉପମନ୍ୟୁ ଋଷିଙ୍କ ଆଶ୍ରମକୁ ଗଲେ ଏବଂ ଋଷୀଙ୍କ ପରାମର୍ଶ ଅନୁଯାୟୀ ସେ ଶିବ ଦେବତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲେ । ସେ ବିଭିନ୍ନ ଆସନରେ ବହୁଦିନ ପାଇଁ କଷ୍ଟକର ତପ ସାଧନ କରିଥିଲେ; ଥରେ ଗୋଟିଏ ଖପୁରୀ ଏବଂ ବାଡ଼ି ଧରି, ତା’ପରେ ପରବର୍ତ୍ତୀ ମାସରେ କେବଳ ଗୋଟିଏ ଗୋଡରେ ଠିଆ ହୋଇ କେବଳ ଜଳରେ ବଞ୍ଚି ରହିଲେ, ତୃତୀୟ ମାସରେ ସେ ଆଙ୍ଗୁଠି ଉପରେ ଠିଆ ହୋଇ କେବଳ ବାୟୁରେ ବଞ୍ଚି ରହିଲେ । ଏଭଳି କଠିନ ତପରେ ସନ୍ତୁଷ୍ଟ ହୋଇ ଶିବ ଶେଷରେ କୃଷ୍ଣଙ୍କ ନିକଟରେ ଅର୍ଦ୍ଧନାରୀଶ୍ଵରଅର୍ଦ୍ଧନାରୀଶ୍ୱର ରୂପରେ ଦେଖାଦେଲେ, ଏବଂ ତାଙ୍କୁ ଏକ ବର ମାଗିବାକୁ କହିଥିଲେ । ବର ପ୍ରାପ୍ତିପରେ କୃଷ୍ଣ ଓ ଜାମ୍ବବତୀଙ୍କଠାରୁ ଏକ ପୁତ୍ର ଜନ୍ମଲାଭ କରିଥିଲା, ଯାହାର ନାମ ଦିଆଯାଇଥିଲା ଶାମ୍ବ ।<ref name="archieve.org">{{cite web |title=Encyclopaedia of the Śaivism |url=https://archive.org/details/bub_gb_HQvbJDacNDMC |website=www.archive.org |publisher=Sarup & Sons |accessdate=13 January 2021 |language=English |date=2004}}</ref> ଶାମ୍ବ ଠିକ୍ ଭଗବାନ କୃଷ୍ଣଙ୍କ ପରି ଦେଖାଯାଉଥିଲେ ଏବଂ ଭଗବାନ କୃଷ୍ଣ ତାଙ୍କୁ ତାଙ୍କର ସମସ୍ତ ଲୀଳା ଶିଖାଇଥିଲେ । ପରେ ଶାମ୍ବ ଯଦୁ ରାଜବଂଶର ବିନାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶାମ୍ବଙ୍କ ଏହି ବିନାଶକାରୀ ଭୂମିକା ପଛରେ ଥିବା ମୁଖ୍ୟ କାରଣ ହେଉଛି ଯେ ଭଗବାନ କୃଷ୍ଣ ଶିବଙ୍କଠାରୁ ସନ୍ତାନ ପାଇଁ ବର ମାଗିଥିଲେ ସେତେବେଳେ ଶିବ ଉତ୍ତର ଦେଇଥିଲେ ଯେ ଜାମ୍ବବତୀଙ୍କ ପୁଅ ଶାମ୍ବ ଏକାଦଶ ରୁଦ୍ର ମଧ୍ୟରୁ ଜଣେ ହେବ ଯିଏ ବିନାଶ ପାଇଁ ଉଦ୍ଦିଷ୍ଟ । ଭଗବାନ କୃଷ୍ଣ ମଧ୍ୟ ଏହାକୁ ଗ୍ରହଣ କଲେ ।
 
ଭାଗବତ ପୁରାଣଙ୍କ ଅନୁଯାୟୀ ଜାମ୍ବବତୀଙ୍କ ପୁତ୍ରମାନେ ଥିଲେ ଶାମ୍ବ, ସୁମିତ୍ର, ପୂରୁଜିତ, ଶତାଜିତ, ସହସ୍ରାଜିତ, ବିଜୟ, ଚିତ୍ରକେତୁ, ବାସୁମାନ, ଦ୍ରାବିଡ ଏବଂ କ୍ରତୁ ।