"ରେବତୀ (କ୍ଷୁଦ୍ରଗଳ୍ପ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କଥାବସ୍ତୁ ଓ ଚରିତ୍ର: ଟାଇପିଙ୍ଗ ଭୁଲ ଓ ସାମାନ୍ୟ ତୃଟି ବିଚ୍ୟୁତି ଗୁଡିକୁ ଠିକ କରାଗଲା ।
ଟିକେ Bot: Automated text replacement (-୍ଵ +୍ୱ)
୨୯ କ ଧାଡ଼ି:
କଟକ ଜିଲ୍ଲାର ଏକ ଅଖ୍ୟାତପଲ୍ଲୀ ପାଟପୁର ଗ୍ରାମର କାହାଣି । କଥାବସ୍ତୁର ମୁଖ୍ୟ ଚରିତ୍ର ରେବତୀ, ବାପା, ମାଆ ଓ ତାର ବୁଢୀ ଜେଜେମା ଓ ଗାଁ ସ୍କୁଲ ମାଷ୍ଟର ବାସୁ ।
 
ରେବତୀ ହେଉଛି ୧୦ ବର୍ଷ ବୟସର ଏକ ଗରୀବ କିନ୍ତୁ ବୁଦ୍ଧିମତି ଝିଅ । ତତ୍କାଳୀନ ଓଡ଼ିଶାର ଏକ ପଛୁଆ ଅଞ୍ଚଳର ଝିଅ ସେ । ଭଗବତ ଗୀତାର ପଂକ୍ତି ଗାଇବା ସହ ଭଲ ଭଜନ ଗାଇ ଜାଣେ ସେ । ତେବେ ତତ୍କାଳୀନ ରକ୍ଷଣଶୀଳ ସମାଜରେ ପାଠ ପଢିବାର ଦୁର୍ବାର ଇଚ୍ଛା ଏ ଝିଅ ମଧ୍ୟରେ ଜାଗି ଉଠିଛି । ସେ ପାଠ ପଢିବାକୁ ଚାହିଁଛି । ତତ୍କାଳୀନ ସମୟରେ ସମାଜରେ ଝିଅଙ୍କ ଭାଗ୍ୟରେ ପାଠ ପଢିବା ଜୁଟୁ ନ ଥିଲା , ବରଂ ଝିଅମାନଙ୍କୁ ଘର କାମ ସମ୍ଭାଳିବା ଦାୟୀତ୍ତ୍ଵଦାୟୀତ୍ତ୍ୱ ଯେପରିକି ରୋଷେଇ କରିବା, ପିଠାପଣା କରିବା, ସିଲେଇ କରିବା, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସହାୟତା କରିବା ତଥା ଅନ୍ୟାନ୍ୟ ଘରକରଣା କାମ କରିବାକୁ କୁହାଯାଉଥିଲା । ଉନବିଂଶ ଶତାବ୍ଦୀର ଏକ ରକ୍ଷଣଶୀଳ ପରିବାରର ମୁରବୀ, ରେବତୀର ପିତା ଶ୍ୟାମବନ୍ଧୁ । ନିଷ୍ପାପ ରେବତୀର ପାଠ ପଢିବାର ଇଛାକୁ ଗ୍ରାମର କିଛି ରକ୍ଷଣଶୀଳ ଲୋକଙ୍କ ସହଜରେ ଗ୍ରହଣ କରିପାରି ନ ଥିଲେ । ଘରେ ଓ ବାହାରେ ଏଥିପାଇଁ ରେବତୀକୁ ବହୁ ଘାତ ପ୍ରତିଘାତର ସାମନା କରିବାକୁ ପଡିଥିଲା । ବୁଢୀ ଜେଜେମା ଏହାର ଘୋର ବିରୋଧ କରିଥିଲେ ମଧ୍ୟ ପିତ ଶ୍ୟାମବନ୍ଧୁ ବହୁ କଷ୍ଟରେ ରେବତୀକୁ ଗାଆଁ ମାଇନର ସ୍କୁଲକୁ ପଠାଇବାକୁ ରାଜି ହୋଇଥିଲେ । ପିତା ଶ୍ୟାମବନ୍ଧୁ ପୁରୁଣାକାଳିଆ ଲୋକ ହେଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ବେଶ ବୁଝି ପାରିଥିଲେ । ନାରୀ ଶିକ୍ଷା କ୍ଷେତ୍ରରେ ଆମ ସମାଜର ନାରୀ ଯେ ଅବହେଳିତ ସେ କଥା ସେ ଅନୁଭବ କରି ପାରୁଥିଲେ । ଏକଥା ବି ଜାଣିଥିଲେ ଯେ ନାରୀଟିଏ ଶିକ୍ଷିତା ହେଲେ ସାରା ପରିବାର ଶିକ୍ଷିତ ହେବାକୁ ଆଦୌ ଡେରି ହେବ ନାହିଁ । ତେବେ ରେବତୀର ଜେଜେମା ତଥା ସାଇ ପଡୋଶୀ ଏକଥାର ଘୋର ବିରୋଧ କରିଥିଲେ । କହିଲେ, ଝିଅ ପିଲାଟା; ପାଠଶାଠ କଣ ? ପିଠାପଣା ଶିଖୁ, ଝୋଟିଦିଆ ଶିଖୁ, ଘରକରଣା ଶିଖୁ । ସବୁ ଘାତ ପ୍ରତିଘାତ ସତ୍ତ୍ୱେ ରେବତୀ ଗାଁ ସ୍କୁଲ ଶିକ୍ଷକଙ୍କ ଭରସାରେ ସ୍କୁଲ ଯିବାକୁ ଜିଦ କରେ । ଦୁର୍ଭାଗ୍ୟକୁ ଗାଁରେ ମହାମାରୀ ବ୍ୟାପେ । ମହାମାରୀରେ ଅନେକ ଧନ ଜୀବନ ନଷ୍ଟ ହୁଏ । ହେଲେ ଜେଜେମା ବୁଢୀ ରେବତୀର ପାଠ ପଢିବା ଜିଦ୍ ହିଁ ଏସବୁ ଦୁର୍ଭାଗ୍ୟର ଏକ ମାତ୍ର କାରଣ ଭାବି ସମ୍ପିବାକୁ ଲାଗେ । ଏକ ଋଢୀବାଦୀ ପରିବାରରେ ରେବତୀର ପାଠ ପଢିବାର ଇଛା କେବଳ ଇଛାରେ ରହିଯାଏ । ଏତେ ସବୁ ଘଟଣା ଦୁର୍ଘଟଣାକୁ ନେଇ ରଚିତ ଏହି କାହଣୀ ବାସ୍ତବରେ ନାରୀ ଶିକ୍ଷାର ଜାଗରଣ ଦିଗରେ ଏକ ମହାନ ରୂପକ ଭାବେ ଆଜି ବି ସ୍ଥାନ ବଜାୟ ରଖିଛି । ଫକିର ମୋହନଙ୍କ ଏହି କାହଣୀ ଆଜି ବି ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ । ଫକୀର ମୋହନଙ୍କ ସଂସ୍କାରବାଦୀ ମନୋଭାବର ଏହା ଏକ ନିଛକ ପ୍ରତିଫଳନ । ଏହି କାହାଣୀ ମହିଳା ଶିକ୍ଷା ଓ ମୁକ୍ତି ଆନ୍ଦୋଳନର ଏକ ରୂପକ । କାହାଣୀରେ ଫକୀର ମୋହନଙ୍କ ନାରୀ ସୁଧାରବାଦି ମନୋଭାବର ପରିଚୟ ଦିଏ ।<ref name="Odishareview">{{cite web |title=Values of Women in the Literature ofFakir Mohan Senapati |url=http://magazines.odisha.gov.in/Orissareview/2013/aug-sept/engpdf/136-141.pdf |website=magazines.odisha.gov.in |accessdate=17 December 2018}}</ref>
 
ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ଵାସଅନ୍ଧବିଶ୍ୱାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ<ref name="odiasahitya">{{cite web |title=ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ରେ ଲୋକ ସାହିତ୍ୟିକ ଉପାଦାନ - ରମେଶ ଚନ୍ଦ୍ର ଦାସ {{!}} Odia Bhasha Ebam Sahitya |url=http://www.odiasahitya.com/odia-language-literature-discussion/fakira-mohananka-prathama-galpa-babadare-alochana/3/ |website=www.odiasahitya.com |accessdate=17 December 2018}}</ref> ରେବତୀ ଗଳ୍ପ ପରବର୍ତ୍ତୀ ସମୟରେ ଅନେକ ଓଡ଼ିଆ ଲେଖକ ଓ ଗାଳ୍ପିକଙ୍କୁ ନାରୀ ଶିକ୍ଷା ଓ ଅନ୍ଧବିଶ୍ୱାସକୁ ନେଇ ଅନେକ ଗଳ୍ପ ଓ ନାଟକ ଲେଖିବା ପାଇଁ ପ୍ରେରଣା ପ୍ରଦାନ କରିଛି ।<ref>“Album”-Short Stories Collection by Jagadish Mohanty, Published by Grantha Mandir, Binode Behari, Cuttack</ref>
 
== ଆଧାର ==