"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଆଧାର ସଜଡ଼ା
୧୦ କ ଧାଡ଼ି:
 
== ତଦନ୍ତ ==
୨୦୨୦ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧୁନା ଏହି ମାମଲାର ତଦନ୍ତ ଭାର [[ଅରୁଣ ବୋଥ୍ରା]]ଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଦଳ କରୁଛି ।<ref>{{cite news |title=ନୟାଗଡ ପରୀ ହତ୍ୟାର ତଦନ୍ତ କରିବ ଏସଆଇଟି, ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ୫ ଜଣିଆ ଟିମ ଗଠନ, ସେପଟେ ମନ୍ତ୍ରୀ ଅରୁଣଙ୍କ ଇସ୍ତଫା ଦାବିରେ ଅଡି ବସିଛି ବିଜେପି |url=http://www.prameyanews7.com/sit-to-probe-nayagarh-pari-murder-formation-of-five-member-team-led-by-arun-bothra/ |accessdate=14 January 2021 |work=Prameyanews7 |date=28 November 2020}}</ref>
 
=== ଅଭିଯୁକ୍ତ ===
ଡିସେମ୍ବର ୨୦ ତାରିଖରେ ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଓ ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗିରଫ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତର ନାମ ପ୍ରକାଶ କରିନଥିଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା ।<ref>{{cite news |title=ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ - Dharitri |url=https://www.dharitri.com/the-main-accused-is-in-court/ |accessdate=14 January 2021 |work=Dharitri Odia News |date=22 December 2020}}</ref> ଡିସେମ୍ବର ୨୧ ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ସାବାଳକ ବୋଲି ତାଙ୍କ ମା' ଗଣମାଧ୍ୟମକୁ କହିଥିଲେ । ଜନ୍ମ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିଲେ ମଧ୍ଯ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓସିଫିକେଶନ ପରୀକ୍ଷାରୁ ସେ ସେ ସାବାଳକ ବୋଲି ପ୍ରମାଣ ମିଳିଥିଲା ।<ref name=":1kanak5January2021">{{cite news |title=ପକ୍ସୋ କୋର୍ଟରେ 'ପରୀ' ଅଭିଯୁକ୍ତ {{!}} Kanak News |url=https://kanaknews.com/pari-muder-case-live-updates/ |accessdate=14 January 2021 |date=5 January 2021}}</ref> ପ୍ରାଥମିକ ତଦନ୍ତରେ [[ଧର୍ଷଣ]] ମୁଖ୍ୟ ଅପରାଧ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।<ref>{{cite news |title=ପରୀ ହତ୍ୟାକାଣ୍ଡ : ଏସ୍ଆଇଟି ବିରୋଧରେ ଅଭିଯୁକ୍ତ ମା’ଙ୍କ ଏତଲା |url=https://www.samajalive.in/nayagada-pari-murder-case-accused-mother-file-a-case-agnest-sit/254204.html |work=Samaja Live}}</ref> ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ ନ୍ୟାୟାଳୟରେ ଆବେଦନ କରିଥିଲେ । ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।<ref name=":1kanak5January2021" />
 
== ଆଧାର ==