"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
DashNistha (ଆଲୋଚନା | ଅବଦାନ) ତଥ୍ୟ ସଜଡାଗଲା |
Psubhashish (ଆଲୋଚନା | ଅବଦାନ) ପ୍ରସଙ୍ଗର ଉଇକିକରଣ |
||
୧ କ ଧାଡ଼ି:
{{Current event}}
'''ପରୀ ଅପହରଣ ଓ ହତ୍ୟାକାଣ୍ଡ''' [[ଓଡ଼ିଶା]]ର [[ଯଦୁପୁର]] ଗ୍ରାମରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡ ଏବଂ [[ଓଡ଼ିଶା ଉଚ୍ଚନ୍ୟାୟାଳୟ]]ରେ ବର୍ତ୍ତମାନ ବିଚାରାଧୀନ ଏକ ଅପରାଧ ତଦନ୍ତ ମାମଲା । [[ନୟାଗଡ଼ ଜିଲ୍ଲା]]ର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅମୃତା ସ୍ନେହା (ପରୀ ନାମରେ ଜଣା) ୨୦୨୦ ଜୁଲାଇ ୧୪ ତାରିଖ ଦିନ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା [[ଓଡ଼ିଶା ବିଧାନ ସଭା]] ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଓ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର (୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ) ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ତାଙ୍କୁ କେହି ହତ୍ୟା କରି କିଡନୀ ଓ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ▼
== ହତ୍ୟାକାଣ୍ଡ ==
▲୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ
== ତଦନ୍ତ ପାଇଁ ଦାବୀ ==
ଏହି ଘଟଣାର ଅଧିକ ତଦନ୍ତ ଦାବୀ କରି ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସଂଗଠନସବୁ ବିକ୍ଷୋଭ, ରାସ୍ତାରୋକ, ଆମରଣ ଅନଶନ କରିବା ପରେ ଉପଜିଲ୍ଲାପାଳ ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ଅମୃତାର ପିତା ଅଶୋକ ସାହୁ ଏବଂ ମାତା ସୌଦାମିନୀ ସାହୁ ଆତ୍ମାହୁତି ଉଦ୍ୟମ କରିଥିଲେ ।
== ତଦନ୍ତ ==
୨୦୨୦ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧୁନା ଏହି ମାମଲାର ତଦନ୍ତ ଭାର [[ଅରୁଣ ବୋଥ୍ରା]]ଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଦଳ କରୁଛି ।<ref>http://www.prameyanews7.com/sit-to-probe-nayagarh-pari-murder-formation-of-five-member-team-led-by-arun-bothra/</ref>
=== ଅଭିଯୁକ୍ତ ===▼
ଡିସେମ୍ବର ୨୦ ତାରିଖରେ ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଓ ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗିରଫ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତର ନାମ ପ୍ରକାଶ କରିନଥିଲା । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା ।<ref>https://www.dharitri.com/the-main-accused-is-in-court/</ref> ଡିସେମ୍ବର ୨୧ ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ସାବାଳକ ବୋଲି ତାଙ୍କ ମା' ଗଣମାଧ୍ୟମକୁ କହିଥିଲେ । ଜନ୍ମ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିଲେ ମଧ୍ଯ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓସିଫିକେଶନ ପରୀକ୍ଷାରୁ ସେ ସେ ସାବାଳକ ବୋଲି ପ୍ରମାଣ ମିଳିଥିଲା ।<ref name=":1">https://kanaknews.com/pari-muder-case-live-updates/</ref> ପ୍ରାଥମିକ ତଦନ୍ତରେ [[ଧର୍ଷଣ]] ମୁଖ୍ୟ ଅପରାଧ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।<ref>https://www.samajalive.in/nayagada-pari-murder-case-accused-mother-file-a-case-agnest-sit/254204.html</ref> ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ ନ୍ୟାୟାଳୟରେ ଆବେଦନ କରିଥିଲେ । ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।<ref name=":1" />
▲== ଅଭିଯୁକ୍ତ ==
== ଆଧାର ==
{{ଆଧାର}}
[[ଶ୍ରେଣୀ:ଓଡ଼ିଶାରେ ଅପରାଧ]]
|