"ପୂଜା (ଉପାସନା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୪ ଉପଚାର ପୂଜା
୯୯ କ ଧାଡ଼ି:
# ଦେବବିସର୍ଜନ
 
===୬୪ ଉପଚାର===
ତନ୍ତ୍ର ମତରେ ଦେବୀପୂଜାର ୬୪ ଗୋଟି ଉପଚାର ବା ଅଙ୍ଗ ଯଥା===:
# ଆସନାରୋପଣ: ଆସନରେ ବସାଇବା
# ସୁଗନ୍ଧ ତୈଳାଭ୍ୟଙ୍ଗ: ଫୁଲରି ତେଲ ମାଲିଶ କରିବା
# ସୁଗନ୍ଧ ତୈଲାଭ୍ୟଙ୍ଗ:
# ମଜ୍ଜନଶାଳା ପ୍ରବେଶନ: ଗାଧୁଆ ଘରକୁ ନେବା
# ମଜ୍ଜନମଣିପୀଠୋପବେଶନ: ଗାଧୁଆ ଘରେ ଚଉକିରେ ବସାଇବା
# ଦିବ୍ୟ ସ୍ନାନୀୟ: ବଟା ଗନ୍ଧଦ୍ରବ୍ୟ ବୋଳିବା
# ଉଦ୍ବର୍ତ୍ତନ: ଗାତ୍ରମାର୍ଜନ; ଦେହ ଘଷିବା
# ଉଷ୍ଣୋଦକ ସ୍ନାନ: ଉଷୁମ ପାଣିରେ ଗାଧୋଇଦେବା
# କନକ କଳସ ସ୍ଥିତ ସକଳ ତୀର୍ଥ ଜଳାଭିଷେକ: ସୁନା କଳସରେ ଥିବା ତୀର୍ଥ ଜଳରେ ସ୍ନାନ କରାଇବା
# ଧୌତ ବସ୍ତ୍ର ପରିମାର୍ଜନ: ପାଲଟା ଲୁଗା ସଫା କରିବା
# ଅରୁଣ ଦୁକୂଳ ପରିଧାନ : ନାଲି ପାଟଶାଢ଼ୀ ପିନ୍ଧାଇବା
# ଅରୁଣ ଦୁକୂଳୋତ୍ତରୀୟ: ନାଲି ପାଟଓଢ଼ଣୀ ପକାଇବା
# ଆଲେପ ମଣ୍ଡପ ପ୍ରବେଶନ: ଚିତା ଘେନିବା ନିମିତ୍ତ ମଣ୍ଡପକୁ ନେବା
# ଆଲେପ ମଣିପୀଠୋପବେଶନ: ଚିତା ଘେନିବା ପାଇଁ ମଣ୍ଡପରେ ଚଉକିରେ ବସାଇବା
#
# ଚନ୍ଦନାଗୁରୁ କୁଙ୍କୁମ କର୍ପୁର କସ୍ତୁରୀ ଗୋରୋଚନା ଦିବ୍ୟଗନ୍ଧ ସର୍ବାଙ୍ଗୁଲେପନ: ବିଭିନ୍ନ ସୁଗନ୍ଧି ଦ୍ରବ୍ୟ ଦେହରେ ବୋଳିବା
#
# କେଶଭାର କାଳାଗୁରୁ ଧୂପ ଓ ମଲ୍ଲିକା ମାଳତୀ ଚମ୍ପକାଦି ସର୍ବର୍ତ୍ତୁ କୁସୁମମାଳା ଭୂଷଣ: କେଶକୁ ଧୁପଦ୍ବାରା ସୁଗନ୍ଧିତ କରିବା ଓଅ ସବୁ ଋତୁର ଫୁଲର ମାଳ ପିନ୍ଧାଇବା
#
# ଭୂଷଣ ମଣ୍ଡପ ପ୍ରବେଶନ: ଅଳଙ୍କାର ପିନ୍ଧିବା ମଣ୍ଡପକୁ ନେବା
# ଭୁଷଣ ମଣିପୀଠୋବେଶନ: ଭୁଷଣ ମଣ୍ଡପର ଆସନରେ ବସାଇବା
# ନବମଣି ମୁକୁଟ: ନବରତ୍ନ ଖଚିତ ମୁକୁଟ ପିନ୍ଧାଇବା
# ଚନ୍ଦ୍ର ଶକଳା: ମୁଣ୍ଡରେ ଚନ୍ଦ୍ର ପଗଡ଼ୀ ପିନ୍ଧାଇବା
# ସୀମନ୍ତ ସିନ୍ଦୁର: ସିଁଥିରେ ଦିନ୍ଦୂର ଦେବା
# ତିଳକ ରତ୍ନ: କପାଳରେ ତିଳକ ଦେବା
# କାଳାଞ୍ଜନ: ଆଖିରେ କଜ୍ଜଳ ଦେବା
# କର୍ଣ୍ଣପାଳୀ ଯୁଗଳ: କାନରେ କୁଣ୍ଡଳ ବା କାପ ଦେବା
# ନାସାଭରଣ: ନାକରେ ଅଳଙ୍କାର ଦେବା
# ଅଧର ଯାବକ: ଓଠ ରଙ୍ଗାଇବା
# ଗ୍ରଥନ ଭୂଷଣ: ବେକରେକଣ୍ଠି ଦେବା
# କନକ ଚିତ୍ର ପଦକ: ବେକରେ ସୁନା ପଦକ ଦେବା
# ମହା ପଦକ: ବେକରେ ବଡ଼ ପଦକ ଦେବା
# ମୁକ୍ତାବଳି: ବେକରେ ମୁକ୍ତାହାର ଦେବା
# ଏକାବଳି: ବେକରେ ଏକସରିଆ ହାର ଦେବା
# ଦେବଚ୍ଛନ୍ଦକ: ବେକରେ ବଡ଼ ହାର ଦେବା
# କେୟୁର ଯୁଗଳ ଚତୁଷ୍ଟୟ: ଚାରି ବାହୁରେ ଦୁଇସରିଆ ବାଜୁ
# ବଳୟାବଳି: ହାତର ଖଡ଼ୁ
# ଉର୍ମିକାବଳି: ଏକ ପ୍ରକାର ଖଡ଼ୁ
# କାଞ୍ଚୀଦାମ: ଗୋଠ
# କଟିସୂତ୍ର: ଅଣ୍ଟା ସୂତା
# ଶୋଭାଖ୍ୟାଭରଣ: ନଳୀ ଗୋଡ଼ର ଅଳଙ୍କାର
# ପାଦ କଟକ: ଗୋଡ଼ ଖଡ଼ୁ ବା ପାହୁଡ଼
# ରତ୍ନ ନୂପୁର: ଘାଗୁଡ଼ି ବା ବାଜେଣୀ ବା ବଳା
# ପଦାଙ୍ଗୁରୀୟକ: ଗୋଡ଼ ମୁଦି
# ଏକ କରେ ପାଶ: ପ୍ରଥମ ହସ୍ତରେ ଶସ୍ତ୍ର ପ୍ରଦାନ
# ଅନ୍ୟକରେ ଅଙ୍କୁଶ: ଦ୍ବିତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଇତର କରେ ପୁଣ୍ଡ୍ରେକ୍ଷୁଚାପ: ତୃତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଅପର କରେ ପୁଷ୍ପବାଣ: ଚତୁର୍ଥ ହସ୍ତରେ ଶସ୍ତ୍ର ପ୍ରଦାନ
# ଶ୍ରୀମନ୍ମାଣିକ୍ୟ ପାଦୁକା: ରତ୍ନ କଠାଉ
# ସ୍ବସମାନ ବେଶାଭରଣ ଭୂଷିତ ଦେବତାମାନଙ୍କ ସହ ସିଂହାସନାରୋହଣ: ନାନାପ୍ରକାର ବେଶଭୁଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା
# କାମେଶ୍ବର ପର୍ଯ୍ୟଙ୍କୋପବେଶନ: ପଲଙ୍କରେ ବସାଇବା
# ଅମୃତାଶନ ଚଷକ: ଅମୃତ ପାନପାତ୍ର
# ଆଚମନୀୟ: ଭୋଜନ ପୂର୍ବରୁ ଚଳୁପାଇଁ ଜଳ
# କର୍ପୂର ବଟିକା: କର୍ପୂରର ଗୁଳା
# ଆନନ୍ଦୋଲ୍ଲାସ ବିଳାସହାସ: ପ୍ରେମହାସ୍ୟ
# ମଙ୍ଗଳାରାତ୍ରିକ: ମଙ୍ଗଳ ଆଳତି
# ଶ୍ବେତଚ୍ଛତ୍ର: ଧଳା ଛତା
# ଚାମର ଯୁଗଳ: ଦୁଇଟି ଚଅଁର
# ଦର୍ପଣ: ଆରସୀ
# ତାଳବୃନ୍ତ: ବିଞ୍ଚଣା
# ଗନ୍ଧ: ଚନ୍ଦନ
# ପୁଷ୍ପ: ଫୁଲ
# ଧୂପ: ଝୁଣା ଆଦିର ଧୂପ
# ଦୀପ: ଘିଅର ପ୍ରଦୀପ
# ନୈବେଦ୍ୟ: ଭୋଗ; ଖାଦ୍ୟ ଦ୍ରବ୍ୟ ଅର୍ପଣ
# ପୁନରାଚମନୀୟ: ଆଞ୍ଚୁଆ ପାଣି
# ତାମ୍ବୁଳ: ପାନ
# ବନ୍ଦନ: ସ୍ତୁତି
 
== ବାହାର ଲିଙ୍କ ==