"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୮ କ ଧାଡ଼ି:
ସ୍ପେନର ଘରୋଇ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୭୪ ଥର ବିଭିନ୍ନ ଟ୍ରଫି ଜିତିଛି : ୨୬ ଥର ''ଲା ଲିଗା'', ୩୦ ଥର ''କୋପା ଡେଲ୍ ରେ'', ୧୩ ଥର ''ସୁପରକୋପା ଡି ଇସ୍ପାନା'', ୩ ଥର ''କୋପା ଇଭା ଦୁଆର୍ତେ'', ଏବଂ ୨ ଥର ''କୋପା ଡେ ଲା ଲିଗା'' । ଅନ୍ତର୍ଜାତୀୟ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୨୦ ଥର ବିଭିନ୍ନ ଟ୍ରଫି ଜିତିଛି : ୫ ଥର ''ୟୁଇଫା ଚାମ୍ପିୟନ୍ସ ଲିଗ'', ୪ ଥର ''ୟୁଇଫା କପ୍ ୱିନର୍ସ କପ'', ୫ ଥର ''ୟୁଇଫା ସୁପର କପ'', ୩ ଥର ''ଇଣ୍ଟର୍-ସିଟିସ୍ ଫେୟାର୍ସ କପ'' ଓ ୩ ଥର ''ଫିଫା କ୍ଲବ୍ ବିଶ୍ୱକପ'' ।<ref name="Football Europe: FC Barcelona">{{cite web|url=http://en.archive.uefa.com/footballeurope/club=50080/domestic.html|title=Football Europe: FC Barcelona|publisher=UEFA|access-date=4 May 2009|url-status=dead|archive-url=https://web.archive.org/web/20100603054639/http://en.archive.uefa.com/footballeurope/club%3D50080/domestic.html|archive-date=3 June 2010}}</ref> ୧୯୯୭, ୨୦୦୯, ୨୦୧୧, ୨୦୧୨ ଓ ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ଫୁଟବଲ ଇତିହାସ ଓ ପରିସଂଖ୍ୟାନ ସଂଘ (International Federation of Football History & Statistics)ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ତରର ଶ୍ରେଷ୍ଠ କ୍ଲବ୍ ତାଲିକାରେ ବାର୍ସେଲୋନା ଫୁଟବଲ କ୍ଲବ୍‍ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଥିଲା ।<ref>{{cite web|url=http://www.iffhs.de/former-results/|title=FORMER RESULTS|publisher=International Federation of Football History & Statistics|access-date=16 December 2014}}</ref><ref>{{cite web|url=http://iffhs.de/club-world-ranking-2015/|title=Club World Ranking 2015|publisher=International Federation of Football History & Statistics|access-date=7 January 2015}}</ref> ୨୦୧୬ ମସିହାରେ ଏହା ୟୁଇଫା କ୍ଲବ୍ ତାଲିକାରେ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା ।<ref>{{cite web|url=http://www.uefa.com/memberassociations/uefarankings/club/|title=UEFA Club Rankings 2016|publisher=UEFA|access-date=5 June 2016}}</ref> ସ୍ପେନର ଆଉ ଏକ ଫୁଟବଲ କ୍ଲବ୍ [[ରିଆଲ ମାଦ୍ରିଦ]] ହେଉଛି ବାର୍ସେଲୋନା ଫୁଟବଲ ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ମଧ୍ୟରେ ହେଉଥିବା ଫୁଟବଲ ମ୍ୟାଚକୁ ''ଏଲ୍ କ୍ଲାସିକୋ (El Clásico)'' ବୋଲି କୁହାଯାଇଥାଏ ।
 
ବିଶ୍ୱର ବହୁ ଦେଶରେ ବାର୍ସେଲୋନା ଫୁଟବଲ ଦଳର ସମର୍ଥକ ରହିଛନ୍ତି ଏବଂ ସାମାଜିକ ମାଧ୍ୟମରେ ଏହାର ଅନୁସରଣକାରୀଙ୍କ (ଫଲୋଅର୍) ସଂଖ୍ୟା ସମସ୍ତ ଖେଳର ଦଳଙ୍କ ମଧ୍ୟରେ ସର୍ବାଧିକ ।<ref name="Social media">[http://www.marca.com/en/2014/11/13/en/football/barcelona/1415913827.html "Barça, the most loved club in the world"]. ''Marca''. Madrid. Retrieved 15 December 2014.</ref><ref>{{cite news|url=http://www.straitstimes.com/the-big-story/social-media-awards/story/social-star-awards-2013-list-winners-20130523|title=Barcelona wins Social Star Award for 'Most Popular Sports Team'|work=The Straits Times|archive-url=https://web.archive.org/web/20131103223605/http://www.straitstimes.com/the-big-story/social-media-awards/story/social-star-awards-2013-list-winners-20130523|archive-date=3 November 2013|url-status=dead}}</ref> ବାର୍ସେଲୋନା ଫୁଟବଲ କ୍ଲବର ଖେଳାଳିମାନେ ୧୨ ଥର ବଲୁନ୍ ଡି’ଓର୍ ଓ ୭ ଥର ଫିଫା ୱଲ୍ଡ ପ୍ଲେୟର୍ ଅଫ୍ ଦ ଇୟର୍ ସମ୍ମାନ ଲାଭ କରିଛନ୍ତି । ରୋନାଲ୍ଡୋ (ବ୍ରାଜିଲ), ରୋନାଲ୍ଡିନୋ, ରିଭାଲ୍ଡୋ, ରୋମାରିଓ ପ୍ରଭୃତି ପ୍ରଖ୍ୟାତ ଖେଳାଳି ବାର୍ସେଲୋନା କ୍ଲବ୍ ପାଇଁ ଖେଳିଛନ୍ତି । ୨୦୧୦ ମସିହାରେ ବାର୍ସେଲୋନା କ୍ଲବ୍‍ର ତରୁଣ ଦଳରୁ ତିନି ଜଣ ଖେଳାଳି [[ଲିଓନେଲ୍ ମେସି]], ଆଣ୍ଡ୍ରେଆସ୍ ଇନିଏସ୍ତା ଓ ଜାଭି ବାର୍ସେଲୋନା ମୁଖ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷର ଫିଫା ବେଲୁନ୍ ଡି’ଓର୍ ସମ୍ମାନ ହାସଲ କରିଥିଲେ । ଗୋଟିଏ ଫୁଟବଲ ଦଳରୁ ୩ ଜଣ ଖେଳାଳି ଏକା ବର୍ଷରେ ଏହି ପୁରସ୍କାର ପାଇବା ଘଟଣା ପୂର୍ବରୁ କେବେ ହୋଇନଥିଲା । ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା ଖେଳାଳିମାନେ ୮ ଥର “ୟୁରୋପୀୟ ଗୋଲ୍ଡେନ୍ ସୁ” ପୁରସ୍କାର ମଧ୍ୟ ଜିତିଛନ୍ତି ।
 
ବାର୍ସେଲୋନା ଫୁଟବଲ କ୍ଲବ୍, ରିଆଲ୍ ମାଦ୍ରିଦ୍ ଓ ଆଥଲେଟିକ୍ ବିଲ୍‍ବାଓ – ଏହି ତିନି କ୍ଲବ୍ ମିଶି ଲା ଲିଗା ପ୍ରିମେରା ଡିଭିଜନ୍ ପ୍ରତିଷ୍ଠା କରିଥିଲେ ଏବଂ ଏମାନେ ୧୯୨୯ରେ ଆରମ୍ଭ ହୋଇଥିବା ଲା ଲିଗାରେ ଆଜି ଯାଏଁ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛନ୍ତି । ୨୦୦୯ ମସିହାରେ ପ୍ରଥମ ସ୍ପେନୀୟ କ୍ଲବ୍ ଦଳ ଭାବେ ବାର୍ସେଲୋନା ଲା-ଲିଗା, କୋପା ଡେଲ୍ରେଡେଲ୍ ରେ ଓ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତି ମହାଦେଶୀୟ ତ୍ରି-ବିଜୟୀ ଦଳ ହୋଇଥିଲା । ସେହି ବର୍ଷ ବାର୍ସେଲୋନା କ୍ଲବ୍ ଦଳ ସୁପର୍‍କୋପା ଡି ଇସ୍ପାନା, ୟୁଇଫା ସୁପର କପ ଓ ଫିଫା କ୍ଲବ୍ ବିଶ୍ୱକପ ଜିତି ସେ ବର୍ଷର ୬ରୁ ୬ଟି ପ୍ରତିଯୋଗିତାରେ ବିଜୟ ଗୌରବ ଲାଭ କରିଥିବା ସ୍ପେନର ପ୍ରଥମ ଫୁଟବଲ କ୍ଲବ୍ ହୋଇଥିଲା ।<ref name="fcbarcelona7">{{cite web|url=http://arxiu.fcbarcelona.cat/web/english/club/historia/records/rec_colectius.html|title=FC Barcelona Records|date=12 January 2012|publisher=FC Barcelona|access-date=12 January 2012}}</ref> ୨୦୧୧ରେ ବାର୍ସେଲୋନା କ୍ଲବ୍ ପୁଣି ୟୁରୋପୀୟ ଚାମ୍ପିୟନ୍ ହେବା ସହ ୫ଟି ଟ୍ରଫି ଜିତିଥିଲା । ପେପ୍ ଗାର୍ଡିଓଲା ମୁଖ୍ୟ ପ୍ରଶିକ୍ଷକ ଥିବା ସମୟରେଥିବାବେଳେ ୪ ବର୍ଷରୁ କମ୍ ସମୟରେସମୟ ମଧ୍ୟରେ ବାର୍ସେଲୋନା କ୍ଲବ୍ ୧୪ଟି ଟ୍ରଫି ଜିତିଥିବାରୁ କେହି କେହି ସେ କାଳର ଦଳକୁ ବିଶ୍ୱର ''ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଦଳ'' ବୋଲି ମଧ୍ୟ କୁହନ୍ତି ।<ref>{{cite news|url=http://worldsport.blogs.cnn.com/2011/12/23/is-this-barcelona-team-the-best-of-all-time/|title=Is this Barcelona team the best of all time?|date=23 December 2011|publisher=CNN}}</ref><ref name="Ferguson">{{cite news|url=https://www.theguardian.com/football/blog/2013/may/24/great-european-cup-teams-barcelona|title=The great European Cup teams: Barcelona 2009–2011|date=25 October 2015|newspaper=The Guardian|location=London}}</ref><ref>{{cite web|title=Who's the Greatest of Them All? Barcelona!|url=http://mag.newsweek.com/2011/06/03/is-barcelona-the-greatest-soccer-team-ever.html|work=Newsweek|date=25 October 2015|url-status=dead|archive-url=https://web.archive.org/web/20160304211416/http://mag.newsweek.com/2011/06/03/is-barcelona-the-greatest-soccer-team-ever.html|archive-date=4 March 2016}}</ref> ୬-ଜୁନ-୨୦୧୫ ମସିହାରେ ପଞ୍ଚମ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତିଥିଲା । ଏଥି ସହିତ ବାର୍ସେଲୋନା ଦଳ ବିଶ୍ୱର ପ୍ରଥମ ୟୁରୋପୀୟ ଦଳ ଭାବେ ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ ଜିତିବାର ଗୌରବ ମଧ୍ୟ ଲାଭ କରିଥିଲା । ୨୦୧୮ ମସିହା ନଭେମ୍ବରରେ ଏହାର ପ୍ରମୁଖ ଦଳର ପରିଚାଳନା ପାଇଁ ୧୩ କୋଟି ଆମେରିକୀୟ ଡଲାରରୁ ଅଧିକ ବ୍ୟୟ କରିଥିଲା ଯାହା ଅନ୍ୟ କ୍ରୀଡ଼ା କ୍ଲବ୍‍ମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।<ref name="Highest">{{cite web|url=https://www.theguardian.com/football/2018/nov/25/barcelona-team-average-10m-year-wages-sporting-intelligence|title=Barcelona become first sports team to average £10m a year in wages|newspaper=The Guardian|access-date=28 November 2018}}</ref><ref name="Highest paid">{{cite web|url=https://www.businessinsider.in/Barcelona-tops-the-2018-list-of-the-highest-paid-sports-teams-in-the-world-with-13-8-million-average-annual-salary/articleshow/66835942.cms|title=Barcelona tops the 2018 list of the highest-paid sports teams in the world with $13.8 million average annual salary|website=Business Insider|access-date=28 November 2018}}</ref>
==ପ୍ରାରମ୍ଭିକ ଯୁଗର ଇତିହାସ (୧୮୯୯-୧୯୨୨)==
[[File:Walter_Wild.jpg|thumb|left|200px|ବାର୍ସେଲୋନା କ୍ଲବର ପ୍ରଥମ ଅଧ୍ୟକ୍ଷ ୱାଲ୍‍ଟର୍ ୱାଇଲ୍‍ଡ୍ (କାର୍ଯ୍ୟକାଳ: ୧୮୯୯-୧୯୦୧)]]
୧୯ କ ଧାଡ଼ି:
 
[[File:Vitrina-1.v1311695239.jpg|thumb|right|250px|୧୯୦୩ ମସିହା ବାର୍ସେଲୋନା ଦଳ]]
ବାର୍ସେଲୋନା ଦଳ ପ୍ରାଦେଶିକ ଓ ଜାତୀୟ ସ୍ତରରେ କ୍ଲବ ଫୁଟବଲ ଖେଳିବା ଆରମ୍ଭ କଲା । କାମ୍ପିଓନାଟ୍ ଡି କାଟାଲୁନିଆ ଓ କୋପା ଡେଲ୍ରେଡେଲ୍ ରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲା । ୧୯୦୨ରେ ବାର୍ସେଲୋନା ଦଳ ନିଜ ପ୍ରଥମ ଟ୍ରଫି କୋପା ମକାୟା ଜିତିଲା ଏବଂ ନିଜର ପ୍ରଥମ କୋପା ଡେଲ୍ରେଡେଲ୍ ରେ ପ୍ରତିଯୋଗିତାରେ ଖେଳି ଆଥଲେଟିକ ବିଲବାଓଠାରୁ ଫାଇନାଲରେ ୧-୨ ଗୋଲରେ ପରାସ୍ତ ହେଲା ।<ref name="rsssf1">{{cite web|url=http://www.rsssf.com/tabless/spancuphist.html |title=Spain&nbsp;– List of Cup Finals |author=Carnicero, José Vicente Tejedor |publisher=Rec.Sport.Soccer Statistics Foundation |date=21 May 2010|access-date=9 March 2010}}</ref> ୧୯୦୫ କାମ୍ପିଓନାଟ୍ ଡି କାଟାଲୁନିଆ ପରଠାରୁ କୌଣସି ପ୍ରତିଯୋଗିତା ନ ଜିତିପାରି ହତୋତ୍ସାହ ଏବଂ ଆର୍ଥିକ ଅନଟନ ଦେଇ ଗତି କରୁଥିବା ବାର୍ସେଲୋନା ଦଳର ଅଧ୍ୟକ୍ଷ ପଦ ହୋଆନ ଗାମ୍ପର ସମ୍ଭାଳିଲେ । ୧୯୦୮ରୁ ୧୯୨୫ ମଧ୍ୟରେ ସେ ବିଭିନ୍ନ ସମୟରେ କ୍ଲବ୍‍ର ଅଧ୍ୟକ୍ଷ ପଦବୀ ସମ୍ଭାଳିଥିଲେ ।
 
୧୯୦୯ ମସିହା ମାର୍ଚ୍ଚ ୧୪ ତାରିଖରେ ବାର୍ସେଲୋନା ଦଳ ୮୦୦୦ ଦର୍ଶକ କ୍ଷମତାବିଶିଷ୍ଟ କ୍ୟାମ୍ପ ଡେ ଲା ଇଣ୍ଡୁଷ୍ଟ୍ରିଆକୁ ନିଜର ଘର ମ୍ୟାଚ ଷ୍ଟାଡ଼ିୟମ ଭାବେ ଗ୍ରହଣ କଲା । ତାହା ଆଗାମୀ ବର୍ଷ ଏକ ଲୋଗୋ ନିଶ୍ଚିତ କରିବା ଉଦ୍ଦେଶ୍ୟରେ କ୍ଲବ୍ ଏକ ପ୍ରତିଯୋଗିତାର ଆୟୋଜନ କଲା । କାର୍ଲେସ୍ କୋମାମାଲାଙ୍କ ଲୋଗୋକୁ ଏଥିରେ ବିଜୟୀ ଘୋଷଣା କରି ଦଳ ପାଇଁ ଏହାକୁ ଗ୍ରହଣ କରାଗଲା । ଏଥିରେ କିଛି ଛୋଟ ପରିବର୍ତ୍ତନ କରି ଏହାକୁ ଆଜି ପର୍ଯ୍ୟନ୍ତ ଦଳର ଚିହ୍ନ ଭାବେ ବ୍ୟବହାର କରାଯାଉଛି ।<ref name=crest>{{cite web |url= http://www.fcbarcelona.com/web/english/club/historia/simbols/escut.html |archive-url= https://archive.today/20120530060040/http://www.fcbarcelona.com/web/english/club/historia/simbols/escut.html |url-status=dead |archive-date= 30 May 2012 |title= The crest |access-date= 30 July 2010 |publisher= FC Barcelona }}</ref>