"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫ କ ଧାଡ଼ି:
ତତ୍କାଳୀନ ମିଲାନ [[କ୍ରିକେଟ]] ଓ ଫୁଟବଲ କ୍ଲବରେ (ବର୍ତ୍ତମାନ [[ଏସି ମିଲାନ]] ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍‍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।<ref name="Italy – List of Champions">{{cite web|url=http://www.rsssf.com/tablesi/italchamp.html%7Cpublisher=RSSSF|publisher=RSSSF|title=Italy&nbsp;– List of Champions}}{{dead link|date=March 2018|bot=InternetArchiveBot|fix-attempted=yes}}</ref> ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।<ref name="treble">{{cite web|url=http://www.uefa.com/uefachampionsleague/news/newsid=1490968.html|title=Inter join exclusive treble club|work=uefa.com|access-date=9 August 2012|archive-url=https://web.archive.org/web/20121111175751/http://www.uefa.com/uefachampionsleague/news/newsid=1490968.html|archive-date=11 November 2012|url-status=live}}</ref> ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ଵକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।
 
ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ (କେବଳ '''ମିଲାନ''' ନାମରେ ମଧ୍ୟ ପରିଚିତ) କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।<ref name="sansirosize">{{cite web|title=Struttura|url=http://www.sansiro.net/struttura.asp|publisher=[[San Siro]]|access-date=4 October 2010|language=it|url-status=dead|archive-url=https://web.archive.org/web/20100612094451/http://sansiro.net/struttura.asp|archive-date=12 June 2010}}</ref> ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।<ref>{{cite web|url=http://www.theroar.com.au/2010/01/26/is-this-the-greatest-derby-in-the-world/|title=Is this the greatest derby in world sports?|publisher=Theroar.com.au|date=26 January 2010|access-date=28 September 2011|archive-url=https://web.archive.org/web/20111020204305/http://www.theroar.com.au/2010/01/26/is-this-the-greatest-derby-in-the-world/|archive-date=20 October 2011|url-status=live}}</ref> ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।<ref>{{cite web|url=https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|title=Best supported clubs who attract more than a million fans every season|date=31 March 2019|website=talkSPORT|access-date=29 May 2019|archive-url=https://web.archive.org/web/20190629131419/https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|archive-date=29 June 2019|url-status=live}}</ref> ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।<ref name="Football Team Valuations">{{cite news|url=https://www.forbes.com/pictures/mlm45eigjk/14-inter-milan/|title=The World's Most Valuable Soccer Teams|date=17 April 2013|work=Forbes|access-date=13 July 2013|archive-url=https://web.archive.org/web/20130704152116/http://www.forbes.com/pictures/mlm45eigjk/14-inter-milan/|archive-date=4 July 2013|url-status=live}}</ref>
==ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)==
[[File:Internazionale1910Scudetto.jpg|thumb|୧୯୧୦ ମସିହା ଇଣ୍ଟର ଦଳ]]
୧୭ କ ଧାଡ଼ି:
|}
 
ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ''ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ'' ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ଵିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ଵଯୁଦ୍ଧ]]<nowiki/>ରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।
 
୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ''ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)''ରେ ବିଲୟ କରି ଦିଆଗଲା ଓ ଏହାର ନାମ ''ସୋଶିଏଟା ସ୍ପୋର୍ଟିଭା ଆମ୍ଵ୍ରୋସିଆନା'' ବୋଲି ରଖାଯାଇଥିଲା ।<ref>{{cite web|url=http://www.inter.it/en/societa/storia.html|publisher=FC Internazionale Milano|title=Storia|access-date=6 September 2007|archive-url=https://web.archive.org/web/20100130141713/http://www.inter.it/en/societa/storia.html|archive-date=30 January 2010|url-status=live}}</ref> ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ଵଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା (Associazione Sportiva Ambrosiana)'' ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ''ଇଣ୍ଟର'' ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା - ଇଣ୍ଟର'' ବୋଲି ରଖିଥିଲେ ।
୩୦ କ ଧାଡ଼ି:
୧୯୬୪ ମସିହାରେ ଇଣ୍ଟର ଦଳ [[ବୋରୁସିଆ ଡୋର୍ଟମୁଣ୍ଡ]] ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା [[ରିଆଲ ମାଦ୍ରିଦ]] ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍‍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍‍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ [[ସେଲ୍‍ଟିକ୍ ଏଫ୍‍ସି]]ଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ''ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋ''କୁ ପରିବର୍ତ୍ତିତ କରାଯାଇଥିଲା ।
 
==ଷ୍ଟାଡିୟମ==
[[File:Scudo2009.jpg|thumb|300px|ଇଣ୍ଟର ମିଲାନର ଏକ ମ୍ୟାଚ ଚାଲୁଥିବା ବେଳେ ସାନ୍ ସିରୋର ଦୃଶ୍ୟ]]
 
ମିଲାନ ସହରରେ ନିର୍ମିତ ''ସାନ୍ ସିରୋ ଷ୍ଟାଡିୟମ'' (ପଞ୍ଜୀକୃତ ନାମ – ''ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା'') ଉଭୟ ଏସି ମିଲାନ ଓ ଇଣ୍ଟର ମିଲାନ ଦଳର ଘରୋଇ ପଡ଼ିଆ । ଜ୍ୟୁସେପ୍ ମେଆଜ୍ଜା ନିଜ ଖେଳ ଜୀବନରେ ଉଭୟ ଇଣ୍ଟର ଓ ଏସି ମିଲାନ ଦଳ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାଡିୟମର ଦର୍ଶକଧାରଣ କ୍ଷମତା ୮୦,୦୧୮ । ସାନ୍ ସିରୋ ଜିଲ୍ଲାରେ ଏହି ଷ୍ଟାଡିୟମ ରହିଥିବାରୁ ଏହାକୁ ସାନ୍ ସିରୋ ଷ୍ଟାଡିୟମ୍ ବୋଲି କୁହାଯାଏ । ୧୯୨୬ ମସିହାରୁ ସାନ୍ ସିରୋ ଏସି ମିଲାନର ଘରୋଇ ପଡ଼ିଆ ରହିଆସିଛି । ମିଲାନର ତତ୍କାଳୀନ ସଭାପତି ପିଏରୋ ପିରେଲିଙ୍କ ଆର୍ଥିକ ଅନୁଦାନରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ସାଢ଼େ ୧୩ ମାସ ସମୟରେ ୧୨୦ ଜଣ ଲୋକଙ୍କ ଉଦ୍ୟମରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲା । କ୍ଲବ ଅଧୀନରେ ରହିଥିବା ଏହି ଷ୍ଟାଡିୟମ୍ ୧୯୩୫ ମସିହାରେ ନଗରପାଳିକାକୁ ବିକ୍ରି କରାଗଲା । ୧୯୪୭ ମସିହାରୁ ଏସି ମିଲାନ ସହ ଇଣ୍ଟର ମିଲାନ ମଧ୍ୟ ସାନ୍ ସିରୋକୁ ନିଜ ଘରୋଇ ମ୍ୟାଚ୍ ପଡ଼ିଆ ଭାବେ ବ୍ୟବହାର କରିବା ଆରମ୍ଭ କଲା ।
 
୧୯୨୬ ମସିହା ସେପ୍ଟେମ୍ଵର ୧୯ ତାରିଖରେ ସାନ୍ ସିରୋରେ ପ୍ରଥମ ଫୁଟବଲ ମ୍ୟାଚ୍ ଖେଳାଯାଇଥିଲା । ଏହି ସୌହାର୍ଦ୍ଦ୍ୟମୂଳକ ମ୍ୟାଚରେ ଇଣ୍ଟର ଦଳ ଏସି ମିଲାନ ଦଳକୁ ୬-୩ ଗୋଲରେ ପରାସ୍ତ କରିଥିଲା । ଏହି ପଡ଼ିଆରେ ଏସି ମିଲାନ ଦଳ ଖେଳିଥିବା ନିଜ ପ୍ରଥମ ଲିଗ୍ ମ୍ୟାଚରେ ସାମ୍ପିଏର୍ଡାରେନେସ୍ କ୍ଲବଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ପ୍ରଥମେ ଷ୍ଟାଡିୟମର ଦର୍ଶକ କ୍ଷମତା ୩୫ ହଜାର ଥିଲା । ଏହି ଷ୍ଟାଡିୟମରେ ଅନେକ ନବୀକରଣ ପ୍ରକଳ୍ପ କରାଯାଇଛି । ୧୯୯୦ ମସିହା [[ଫିଫା ବିଶ୍ଵକପ]] ପାଇଁ ଷ୍ଟାଡିୟମର ନବୀକରଣ କରାଯାଇଥିଲା । ଏହାର ଉପର ପଟେ ଏକ ପଲିକାର୍ବୋନେଟ୍ ଛାତ ନିର୍ମିତ ହେଲା ଓ ଏହାର ଦର୍ଶକ କ୍ଷମତା ୮୫ ହଜାର ୭୦୦କୁ ବଢ଼ାଯାଇଥିଲା । ୟୁଇଫା ଧାର୍ଯ୍ୟ କରିଥିବା ନୂତନ ନିୟମାବଳୀ ଆଧାରରେ ୨୦୦୮ ମସିହାରେ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ୦୧୮କୁ କମାଇ ଦିଆଯାଇଛି ।
 
ଷ୍ଟାଡିୟମ୍ ନିର୍ମାଣର ଇଂରାଜୀ ମଡେଲ୍ ଅନୁଯାୟୀ ସାନ୍ ସିରୋକୁ ଫୁଟବଲ ଖେଳ ପାଇଁ ହିଁ ନିର୍ମାଣ କରାଯାଇଛି । ସିରି ଏରେ ବହୁମୁଖୀ ବ୍ୟବହାର ପାଇଁ କିଛି ଷ୍ଟାଡିୟମ ବ୍ୟବହୃତ ହୁଅନ୍ତି । ବସିବା ସ୍ଥାନର ଅବସ୍ଥିତି ଷ୍ଟାଡିୟମ୍ ମଧ୍ୟସ୍ଥ ପଡ଼ିଆଠାରୁ ଅପେକ୍ଷାକୃତ ନିକଟତର ହୋଇଥିବାରୁ ଖେଳ ଦେଖିବା ବେଳେ ରୋମାଞ୍ଚ ସୃଷ୍ଟିକାରୀ ପରିବେଶ ସୃଷ୍ଟି ହୁଏ ଓ ସାନ୍ ସିରୋ ପଡ଼ିଆ ଇଟାଲୀରେ ଏହି କାରଣରୁ ଖୁବ୍ ପ୍ରସିଦ୍ଧ । ଅଗ୍ନିସଂଯୁକ୍ତ ଆଲୋକମାଳା ଯୋଗୁଁ ଏହି ପରିବେଶ ଅଧିକ ମନୋରଞ୍ଜକ ଲାଗିପାରେ କିନ୍ତୁ ଅନେକ ସମୟରେ ଏହା ଯୋଗୁଁ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
 
==ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ==
Line ୭୦ ⟶ ୭୮:
| ୨୦୧୬–
|{{unbulleted list|ପିରେଲି (ପ୍ରକୃତ ମ୍ୟାଚ ପୋଷାକ)|ସୁନିଂଗ୍ ଡଟ୍ କମ୍ (ପ୍ରଶିକ୍ଷଣ ପୋଷାକ)<ref>{{cite press release|url=http://www.inter.it/it/news/77843|title=Comunicato di FC Internazionale Milano|date=20 December 2016|access-date=15 July 2017|work=inter.it|publisher=FC Internazionale Milano|language=it|archive-url=https://web.archive.org/web/20170716075644/http://www.inter.it/it/news/77843|archive-date=16 July 2017|url-status=dead}}</ref>}}
|}
 
==ବିଜୟ ଓ ସମ୍ମାନ==
[[File:Inter1965-66.jpg|thumb|୧୯୬୫ ମସିହା ଅନ୍ତଃ-ମହାଦେଶୀୟ କପ ବିଜୟୀ ଇଣ୍ଟର ଫୁଟବଲ ଦଳ]]
ଇଣ୍ଟର କ୍ଲବ ୩୦ ଗୋଟି ଘରୋଇ ବା ଜାତୀୟ ଟ୍ରଫି ଜିତିଛି । ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ, ୫ ଥର ସୁପରକୋପା ଇଟାଲିଆନା ଏହାର ଅନ୍ତର୍ଗତ । ୨୦୦୬ ମସିହାରୁ ୨୦୧୦ ମସିହା ଯାଏଁ ଇଣ୍ଟର କ୍ଲବ କ୍ରମାଗତ ୫ ବର୍ଷ ଲିଗ୍ ବିଜୟୀ ହୋଇଥିଲା । ଏହା ସେ ସମୟରେ ଏକ ଯୁଗ୍ମ ରେକର୍ଡ ଥିଲା । ୨୦୧୭ ମସିହାରେ ୟୁଭେଣ୍ଟସ୍ କ୍ଲବ ଷଷ୍ଠ ବର୍ଷ କ୍ରମାଗତ ଲିଗ୍ ବିଜୟୀ ହୋଇ ନୂତନ ରେକର୍ଡ କରିଥିଲା ।<ref name="Italy&nbsp;– List of Champions"/> ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର କ୍ଲବ ୩ ଥର ୟୁଇଫା ଚାମ୍ପିୟନ୍ସ ଲିଗ୍ ମଧ୍ୟ ଜିତିଛି । ୨୦୧୦ ବର୍ଷରେ ଇଣ୍ଟର ଜାତୀୟ ତ୍ରି-ବିଜୟ ମଧ୍ୟ ହୋଇଥିଲା ।<ref name="treble" /> ଏହା ଛଡ଼ା ଇଣ୍ଟର କ୍ଲବ ଦୁଇ ଥର ୟୁଇଫା ୟୁରୋପା ଲିଗ୍, ଦୁଇ ଥର ଅନ୍ତଃମହାଦେଶୀୟ କପ ଓ ଥରେ ଫିଫା କ୍ଲବ ବିଶ୍ଵକପ ମଧ୍ୟ ଜିତିଛି ।
 
ସ୍ଥାପନା ପରଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସବୁ ବର୍ଷ ଇଟାଲୀର ସର୍ବୋଚ୍ଚ ଫୁଟବଲ ଲିଗରେ ଇଣ୍ଟର କ୍ଲବ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ସିରି ଏ ଓ ତା ପୂର୍ବରୁ ରହିଥିବା ଇଟାଲୀୟ ଲିଗର ସମସ୍ତ କ୍ରୀଡ଼ାବର୍ଷରେ ଖେଳିଥିବା ଏକମାତ୍ର ଦଳ ହେଉଛି ଇଣ୍ଟର ଦଳ । [[ୟୁରୋପ]] ମହାଦେଶରେ ନିଜ ଦେଶର ସର୍ବୋଚ୍ଚ ଲିଗରେ ସବୁଠାରୁ ଲମ୍ଵା ସମୟ ପାଇଁ ଅବିଚ୍ଛିନ୍ନ ଭାବେ ଖେଳିବାରେ ଯେଉଁ କିଛି ଦଳ ରହିଛନ୍ତି ତନ୍ମଧ୍ୟରୁ ଇଣ୍ଟର ଅନ୍ୟତମ । ୨୦୨୦ ଯାଏଁ ଇଣ୍ଟର କ୍ରମାଗତ ୧୦୬ ବର୍ଷ ସର୍ବୋଚ୍ଚ ଲିଗରେ ଖେଳିଆସିଛି । ଇଣ୍ଟର ଆଗକୁ ଆଉ ପାଞ୍ଚଟି ଇଂରାଜୀ ଫୁଟବଲ କ୍ଲବ ଦଳ ରହିଛନ୍ତି ।
 
{| class="wikitable plainrowheaders" style="font-size:95%; text-align:center;"
|+ଇଣ୍ଟର ମିଲାନର ସଫଳତା କାହାଣୀ
! scope=col|ପ୍ରକାର
!scope=col|ପ୍ରତିଯୋଗିତା
!scope=col|ଟାଇଟଲ୍
!scope=col|କ୍ରୀଡ଼ାବର୍ଷ
|-
| rowspan="3" |'''ଜାତୀୟ'''
! scope=col|ସିରି ଏ<br/>ବା<br/>ଇଟାଲୀୟ ଫୁଟବଲ ଚାମ୍ପିୟନ୍‍ସିପ୍
|align="center"|୧୮
|align="left"| ୧୯୦୯-୧୦, ୧୯୧୯-୨୦, ୧୯୨୯-୩୦, ୧୯୩୭-୩୮, ୧୯୩୯-୪୦, ୧୯୫୨-୫୩, ୧୯୫୩-୫୪, ୧୯୬୨-୬୩, ୧୯୬୪-୬୫, ୧୯୬୫-୬୬, ୧୯୭୦-୭୧, ୧୯୭୯-୮୦, ୧୯୮୮-୮୯, ୨୦୦୫-୦୬{{#tag:ref|୨୦୦୬ ମସିହାରେ ଇଟାଲୀୟ ଫୁଟବଲରେ ଦେଖାଦେଇଥିବା କାଲ୍‍ସିଓପୋଲି କେଳେଙ୍କାରୀ ପରେ ନ୍ୟାୟାଳୟମାନେ ଇଣ୍ଟର ଦଳକୁ ବିଜୟୀ ଘୋଷିତ କରିଥିଲେ ।|group="nb"}}, ୨୦୦୬-୦୭, ୨୦୦୭-୦୮, ୨୦୦୮-୦୯, ୨୦୦୯-୧୦
|-
! scope=col|କୋପା ଇଟାଲିଆ
|align="center"|୭
|align="left"|୧୯୩୮-୩୯, ୧୯୭୭-7୮, ୧୯୮୧-୮୨, ୨୦୦୪-୦୫, ୨୦୦୫-୦୬,୨୦୦୯-୧୦, ୨୦୧୦-୧୧
|-
! scope=col|ସୁପରକୋପା ଇଟାଲିଆନା
|align="center"|୫
|align="left"|୧୯୮୯, ୨୦୦୫, ୨୦୦୬, ୨୦୦୮, ୨୦୧୦
|-
| rowspan="2" |'''ମହାଦେଶୀୟ'''
! scope=col|ୟୁରୋପୀୟ କପ / ୟୁଇଫା ଚାମ୍ପିୟନ୍ସ ଲିଗ୍
|align="center"|୩
|align="left"|୧୯୬୩-୬୪, ୧୯୬୪-୬୫, ୨୦୦୯-୧୦
|-
! scope=col|ୟୁଇଫା କପ (ୟୁରୋପା ଲିଗ୍)
|align="center"|୩
|align="left"|୧୯୯୦-୯୧, ୧୯୯୩-୯୪, ୧୯୯୭-୯୮
|-
| rowspan="2" |'''ଅନ୍ତର୍ଜାତୀୟ'''
! scope=col|ଅନ୍ତଃ-ମହାଦେଶୀୟ କପ
|align="center"|୨
|align="left"|୧୯୬୪, ୧୯୬୫
|-
! scope=col|ଫିଫା କ୍ଲବ୍ ବିଶ୍ଵକପ
|align="center"|୧
|align="left"|୨୦୧୦
|}