"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଇଟାଲୀର ଏକ ବ୍ୟବସାୟିକ ଫୁଟବଲ କ୍ଲବ
Content deleted Content added
"{{ଛୋଟ|Inter Milan}} {{Infobox football club|clubname=ଇଣ୍ଟର ମିଲାନ|shorts2=FFFFFF|socks1=1C57F0|p..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୨:୧୨, ୭ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

Football Club Internazionale Milano (ଇଟାଲୀ ଭାଷାରେ ମୂଳନାମ Football Club Internazionale Milano, ଇଟାଲୀର ବ୍ୟବହାରିକ ଭାଷାରେ ଇଣ୍ଟରନାଜିଓନାଲେ ବା ଇଣ୍ଟର, ଇଟାଲୀ ବାହାରେ ଇଣ୍ଟର ମିଲାନ[୯][୧୦]) ଇଟାଲୀର ଲୋମ୍ଵାର୍ଡ଼ି ପ୍ରାନ୍ତର ମିଲାନ ସହରର ଏକ ବ୍ୟବସାୟିକ ଫୁଟବଲ କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।

ଇଣ୍ଟର ମିଲାନ
ପୂର୍ଣ୍ଣ ନାମଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ[୧]
ଡାକ ନାମ
  • ଇ ନେରାଜ୍ଜୁରି (କଳା ଓ ନୀଳ ଦଳ)
  • ଲା ବାନିଆମାଟା (ସୁପୋଷିତ ଓ ଆଦୃତ ଦଳ)
  • ଇଲ୍ ବିଶ୍ୟୋନେ (ବୃହତ୍ ତୃଣଭୂମି ସର୍ପ)
କ୍ଷୁଦ୍ର ନାମଇଣ୍ଟର
ପ୍ରତିଷ୍ଠା୦୯-ମାର୍ଚ୍ଚ-୧୯୦୮
ଷ୍ଟାଡ଼ିୟମ୍ସାନ୍ ସିରେ
ଦର୍ଶକ କ୍ଷମତା୭୮,୨୭୫
ମାଲିକ
  • ସୁନିଂଗ୍ ହୋଲ୍‍ଡିଂଗ୍ସ ଗ୍ରୁପ୍ (୬୮.୫୫%)[୨][୩]
  • ଲାୟନ୍‍ରକ୍ କ୍ୟାପିଟାଲ (୩୧.୦୫%)[୪]
  • ପିରେଲି (୦.୩୭%)[୫]
  • ଅନ୍ୟାନ୍ୟ ଅଂଶୀଦାର (୦.୦୩%)[୬]
ଅଧ୍ୟକ୍ଷ ବା ସଭାପତିଷ୍ଟିଭେନ୍ ଝାଂଗ୍[୭]
ମୁଖ୍ୟ ପ୍ରଶିକ୍ଷକଆଣ୍ଟୋନିଓ କୋଣ୍ଟେ[୮]
ଲିଗ୍ସିରି ଏ
ୱେବସାଇଟ୍Club website
ବାହାର ରଙ୍ଗ
ତୃତୀୟ ରଙ୍ଗ

ତତ୍କାଳୀନ ମିଲାନ କ୍ରିକେଟ ଓ ଫୁଟବଲ କ୍ଲବରେ (ବର୍ତ୍ତମାନ ଏସି ମିଲାନ ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍‍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।[୧୧] ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।[୧୨] ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ଵକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।

ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।[୧୩] ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।[୧୪] ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।[୧୫] ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।[୧୬]

ଆହୁରି ଦେଖନ୍ତୁ

ଟୀକା

ଆଧାର

  1. "FC Internazionale Milano S.p.A." Financial Times (in ଇଂରାଜୀ). Archived from the original on 13 June 2018. Retrieved 13 June 2018.
  2. "Suning Holdings Group acquires majority stake of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 9 June 2016. Retrieved 6 June 2016.
  3. "Inter, Suning si prende il 68,55%, Moratti lascia dopo 21 anni". gazzetta.it (in ଇଟାଲୀୟ). Archived from the original on 6 June 2016. Retrieved 6 June 2016.
  4. "LionRock Capital acquires 31.05% of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 25 January 2019. Retrieved 25 January 2019.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Pirelli2015bilancio ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. List of shareholders on 30 June 2016, document purchased from Italian C.C.I.A.A.
  7. "Steven Zhang named President of FC Internazionale Milano S.p.A." inter.it (in ଇଂରାଜୀ). Archived from the original on 26 October 2018. Retrieved 26 October 2018.
  8. "ANTONIO CONTE WILL BE INTER'S NEW COACH" (in ଇଟାଲୀୟ). inter.it. 31 May 2019. Archived from the original on 31 May 2019. Retrieved 31 May 2019.
  9. "Inter Milan arrives in Jakarta to prepare for two friendlies". The Jakarta Post. 24 May 2012. Archived from the original on 28 September 2013. Retrieved 25 July 2013.
  10. Grove, Daryl (22 December 2014). "10 Soccer Things You Might Be Saying Incorrectly". Paste. Archived from the original on 30 July 2017. Retrieved 21 June 2017.
  11. "Italy – List of Champions". RSSSF.[permanent dead link]
  12. "Inter join exclusive treble club". uefa.com. Archived from the original on 11 November 2012. Retrieved 9 August 2012.
  13. "Struttura" (in ଇଟାଲୀୟ). San Siro. Archived from the original on 12 June 2010. Retrieved 4 October 2010.
  14. "Is this the greatest derby in world sports?". Theroar.com.au. 26 January 2010. Archived from the original on 20 October 2011. Retrieved 28 September 2011.
  15. "Best supported clubs who attract more than a million fans every season". talkSPORT. 31 March 2019. Archived from the original on 29 June 2019. Retrieved 29 May 2019.
  16. "The World's Most Valuable Soccer Teams". Forbes. 17 April 2013. Archived from the original on 4 July 2013. Retrieved 13 July 2013.

ଅନ୍ୟାନ୍ୟ ଲିଂକ୍

ଛାଞ୍ଚ:Wikinews category