"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଳ୍ପ କିଛି ସଂଯୋଗୀକରଣ କଲି।ଯାହା କି #justiceforParee ର ମୂଳଦୁଆ ଥିଲା।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ମେଡ଼ିକାଲ ରେ ଆକ୍ରମଣ ଘଟଣା। ପାଉଁରୁଟି ରେ ବିଷ ଦିଆ ଉପାଖ୍ୟାନ।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୮ କ ଧାଡ଼ି:
 
== ଘଟଣା ==
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର (୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ) ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପାରିପାଶ୍ୱିର୍କସ୍ଥିତିକୁ ଆଧାର କରି ତାଙ୍କୁ କେହି ହତ୍ୟା କରି କିଡନୀ ଓ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୫ ମାସ ବିତିବା ପରେ ମଧ୍ୟ ଘଟଣାର ରହସ୍ୟ ଖୋଲିନଥିଲା । ଏହିପୋଲିସର ଘଟଣାକୁକହିବା ମୁତାବକ ପରୀ ସାଙ୍ଗରେ ଖେଳୁଥିବା ଜଣେ ଶିଶୁକୁ କିଛି ପାଉଁରୁଟି ଦେଇ ପରୀ ର ବାପା ଅଶୋକ ସାହୁ ପରୀ ନିଖୋଜ ବିଷୟରେ ପଚାରୁଥିଲେ।ପାଉଁରୁଟି ରେ ବିଷ ଦିଆଯାଇଛି କହି କିଛି ଅସାଧୁ ଅପପ୍ରଚାର କରିଥିଲେ। ଏବଂ ଏ ନେଇ ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ନୟାଗଡ଼ ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା । ଏମିତିକି ପୁଲିସ୍‌ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇ ହଇରାଣ ହରକତ କରୁଥିବା ସେ ଅଭିଯୋଗ କରିଥିଲେ । ନୟାଗଡ଼ରୁ ନିରାଶ ହେବା ପରେ ‘ପରୀ’ ପରିବାର ନ୍ୟାୟ ଆଶାରେ ରାଜଧାନୀକୁ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲେ ।<ref>https://reporterspen.com/crime/suside-attemt-in-bbsr/</ref>
 
୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ନୟାଗଡ଼ ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ ଦେହରେ [[ଡିଜେଲ]] ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ବିଧାନ ସଭା ବାହାରେ ଏହି ଦମ୍ପତି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଆମ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କରିଥିଲେ । ତାଙ୍କ ଝିଅକୁ ତତ୍କାଳୀନ ନୟାଗଡ଼ ବିଧାୟକ [[ଅରୁଣ କୁମାର ସାହୁ]] ଓ ବାବୁଲି ନାୟକ ଲୋକ ଲଗାଇ ମାରି ତା'ର ଆଖି ଏବଂ କିଡ୍‌ନୀ କାଢ଼ି ନେଇଥିବା ଅଭିଯୋଗ କଲେ । ପରୀ ମା’ ବାପାଙ୍କର ଏଭଳି ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ଘଟଣାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା । ସୋସିଆଲ ମିଡିଆରେ ପରୀକୁ ନ୍ୟାୟ '''#JusticeForPari''' ଲେଖି ପୋଷ୍ଟ କରି, ଠାକୁରଙ୍କ ପାଖେ ଦୀପ ଜାଳି ପରୀକୁ ନ୍ୟାୟ ପାଇଁ ଜନ ସ୍ୱର ତେଜି ଉଠିଥିଲା । ଶୀଘ୍ର ପରୀକୁ ନ୍ୟାୟ ନଦେଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ପର ଦିନ ବିଧାନ ସଭାରେ ହୋହଲ୍ଲା ହୋଇଥିଲା । ବିଧାନ ସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ୍ [[ଦିବ୍ୟ ଶଙ୍କର ମିଶ୍ର]] ଉତ୍ତର ରଖି ପରୀ ମୃତ୍ୟୁ ପଛରେ କିଏ ଏବଂ ଏହାର ସତ୍ୟା ସତ୍ୟ କ’ଣ ତାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଲେ । ନଭେମ୍ବର ୨୮ରେ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଡିଓ କନଫରେନ୍ସିଂ ମାଧ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।<ref>https://odishareporter.in/uncategorized/odisha-cm-naveen-patnaik-orders-sit-investigation-into-nayagarh-minor-murder-case-595607</ref>