"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୨ କ ଧାଡ଼ି:
}}
 
'''ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍''' (ମୂଳ ଜର୍ମାନ ନାମ '''Fußball-Club Bayern München e.V.''', କଥିତ ଜର୍ମାନ ଭାଷାରେ '''FC Bayern München''') [[ଜର୍ମାନୀ]]ର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ [[ଫୁଟବଲ]] କ୍ଲବ । '''ଏଫ୍‍ସିବି''', '''ବାଏର୍ଣ୍ଣ ମ୍ୟୁନିକ୍''' ବା '''ଏଫ୍‍ସି ବାଏର୍ଣ୍ଣ''' ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।<ref>{{Cite web|url=https://www.90min.com/posts/bayern-munich-s-8-consecutive-bundesliga-titles-ranked|title=Bayern Munich's 8 Consecutive Bundesliga Titles - Ranked|website=90min.com}}</ref> ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍‍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।<ref>{{cite web |url=https://www.fifa.com/classicfootball/clubs/club=30993/index.html |title=Bayern München |publisher=[[FIFA]] |access-date=10 May 2012 |url-status=dead |archive-url=https://web.archive.org/web/20090221115857/http://www.fifa.com/classicfootball/clubs/club%3D30993/index.html |archive-date=21 February 2009 }}</ref>
 
ଫ୍ରାଂଜ୍ ଜନ୍‍ଙ୍କ ନେତୃତ୍ଵରେ ୧୧ ଜଣ ଫୁଟବଲ ଖେଳାଳୀ ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।<ref name="fcbbook1stch">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 17–33 | isbn = 3-89533-426-X}}</ref> ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍‍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା<ref name="bayernhistory0045">{{cite web | title = 1900 bis 1932: Von Beginn an erfolgreich | trans-title = 1900 to 1932: Successful from the start | publisher = FC Bayern Munich Official Website | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1900-1932/index.php | language = de | url-status=live | archive-url = https://web.archive.org/web/20141028114211/http://fcb-erlebniswelt.de/de/historie/meilensteine-ab-1900/1900-1932/index.php | archive-date = 28 October 2014 | df = dmy-all }}</ref> ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।<ref name="nobl">{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | page = 134 | isbn = 3-89533-426-X}}</ref> ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍‍ବାଉଅର୍‍ଙ୍କ ନେତୃତ୍ଵରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଅଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ଵିତୀୟ ୟୁରୋପୀୟ କ୍ଲବ୍ ଦଳ ।<ref name=":0" /> ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ଵକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍‍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍‍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ [[ବୋରୁସିଆ ଡୋର୍ଟମୁଣ୍ଡ]] ସହିତ ବାଏର୍ଣ୍ଣର ପ୍ରତିଦ୍ଵନ୍ଦିତା ଆରମ୍ଭ ହୋଇଥିଲା ।
୬୦ କ ଧାଡ଼ି:
==ପ୍ରାରମ୍ଭିକ ଇତିହାସ (୧୯୦୦-୧୯୬୫)==
[[File:Fcn-fcb1901.jpg|thumb|right|୧୯୦୧ ମସିହାରେ ଏଫ୍‍ସି ନୁର୍ଣ୍ଣବର୍ଗ ସହିତ ବାଏର୍ଣ୍ଣର ପ୍ରଥମ ମ୍ୟାଚ୍]]
ମ୍ୟୁନିକ୍ ଜିମ୍ନାଷ୍ଟିକ୍ସ କ୍ଲବର (ଏମ୍‍ଟିଭି ୧୮୭୯) ସଦସ୍ୟାମାନଙ୍କ ଦ୍ଵାରା ଏଫ୍‍ସି ବାଏର୍ଣ୍ଣ ମ୍ୟୁନିକ୍ ସ୍ଥାପିତ ହୋଇଥିଲା । ଏମ୍‍ଟିଭି ୧୮୭୯ର କିଛି ସଭ୍ୟ ଏକତ୍ରିତ ହୋଇ ୧୯୦୦ ମସିହା ଫେବୃଆରୀ ୨୭ ତାରିଖ ଦିନ ନିଷ୍ପତ୍ତି ନେଲେ ଯେ କ୍ଲବର ଫୁଟବଲ ଖେଳାଳୀମାନେ ଜର୍ମାନ ଫୁଟବଲ ସଙ୍ଗଠନରେ (DFB) ଯୋଗଦାନ କରିପାରିବେ ନାହିଁ । ଏହି ଏକତ୍ରିତ ସଭ୍ୟମାନଙ୍କ ମଧ୍ୟରେ ଥିବା ୧୧ ଜଣ ଫୁଟବଲ ସଦସ୍ୟ ଖେଳାଳୀ ବାହାରି ଯାଇ ସେହିଦିନ ସନ୍ଧ୍ୟାରେ ଫୁସ୍‍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଗଠନ କରିଥିଲେ । ସ୍ଥାପିତ ହେବାର ଅଳ୍ପ କିଛି ମାସ ମଧ୍ୟରେ ବାଏର୍ଣ୍ଣ ସ୍ଥାନୀୟ ଦଳମାନଙ୍କୁ ବିରାଟ ଗୋଲ ବ୍ୟବଧାନରେ ହରାଇ ଖ୍ୟାତି ଅର୍ଜନ କଲା । ଏଫ୍‍ସି ନୋର୍ଡଷ୍ଟେର୍ଣ୍ଣ ବିପକ୍ଷରେ ୧୫-୦ ଗୋଲରେ ବାଏର୍ଣ୍ଣ ବିଜୟୀ ହୋଇଥିଲା ।<ref>{{cite web|title=Bayern fans bring club's earliest years to light|url=http://www.thelocal.de/20150522/fc-bayern-fans-early-history-rediscovered|access-date=30 May 2015|website=The Local|date=22 May 2015|url-status=live|archive-url=https://web.archive.org/web/20150525162232/http://www.thelocal.de/20150522/fc-bayern-fans-early-history-rediscovered|archive-date=25 May 2015}}</ref> ୧୯୦୦-୦୧ ମସିହାର ଦକ୍ଷିଣ-ଜର୍ମାନୀ ଫୁଟବଲ ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତାରେ ବାଏର୍ଣ୍ଣ ସେମିଫାଇନାଲ ପହଞ୍ଚିବାରେ ସଫଳ ହୋଇଥିଲା ।<ref name="fcbbook1stch"/> ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା । ଏହି ଲିଗର ଉଦଘାଟନୀ ବର୍ଷରେ ବାଏର୍ଣ୍ଣ ଚାମ୍ପିୟନ୍ ହୋଇଥିଲା । କିନ୍ତୁ ସେବେଠାରୁ ଏହି ଲିଗ ଜିତି ପାରିନଥିବା ବାଏର୍ଣ୍ଣ ଦଳ ପୁଣି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ଵଯୁଦ୍ଧ]]<nowiki/>ର ଆରମ୍ଭ (୧୯୧୪ ମସିହା) ବେଳକୁ କ୍ରାଇସଲିଗ ଜିତିଲା । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀରେ ସମସ୍ତ ଫୁଟବଲ ଖେଳ ବନ୍ଦ ହୋଇଯାଇଥିଲା ।<ref name = "bayernhistory0045"/><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 30–40 | isbn = 3-89533-426-X}}</ref> ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍‍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।<ref name="auto1">{{Cite web|url=https://fcbayern.com/de/club/historie/meilensteine-seit-1900/1900-bis-1932-von-beginn-an-erfolgreich|title=Von Beginn an erfolgreich|last=Kwolek|first=Sarah-Luisa|date=13 July 2016|website=FC Bayern München|language=de|access-date=3 February 2019}}</ref> ୧୯୨୦ ମସିହା ବେଳକୁ ବାଏର୍ଣ୍ଣ କ୍ଲବର ୭୦୦ ସଦସ୍ୟ ହୋଇଯାଇଥିଲେ ଓ ଏହା ମ୍ୟୁନିକରେ ତତ୍କାଳୀନ ସର୍ବବୃହତ ଫୁଟବଲ କ୍ଲବ୍ ରୂପେ ଉଭା ହେଲା ।<ref name="auto1"/>
 
ପ୍ରଥମ ବିଶ୍ଵଯୁଦ୍ଧ ପରେ ବାଏର୍ଣ୍ଣ ଅନେକ ଆଞ୍ଚଳିକ ପ୍ରତିଯୋଗିତାରେ ବିଜୟ ଲାଭ କଲା । ୧୯୨୬ ଓ ୧୯୨୮ ମସିହାରେ ଦକ୍ଷିଣ ଜର୍ମାନ ଚାମ୍ପିୟନ୍‍ସିପ୍ ମଧ୍ୟ ଜିତିଲା ।<ref name = "bayernhistory0045" /><ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 51–63 | isbn = 3-89533-426-X}}</ref> ୧୯୩୨ ମସିହାରେ ବାଏର୍ଣ୍ଣ ଦଳ ପ୍ରଶିକ୍ଷକ ରିକାର୍ଡ କୋନ୍‍ଙ୍କ ନେତୃତ୍ଵରେ ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟ ଦଳକୁ ଫାଇନାଲରେ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଜାତୀୟ ଜର୍ମାନ ଫୁଟବଲ ଚାମ୍ପିୟନ୍‍ସିପ୍ ଜିତିଥିଲା ।<ref name = "bayernhistory0045" />
୧୦୨ କ ଧାଡ଼ି:
| width =
| image1 = Arjen Robben.jpg
| width1 = 110111
| alt1 =
| image2 = 2019147200033Franck 2019-05-27 Fussball 1.FC Kaiserslautern vs FCRibéry Bayern München - Sven - 1D X MK II - 2409 - B70I0709.jpg
| width2 = 134100
| alt2 =
}}
୧୧୨ କ ଧାଡ଼ି:
୨୦୧୨-୧୩ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ ଜାଭି ମାର୍ଟିନେଜଙ୍କୁ ନିଜ ଦଳରେ ନେଇଥିଲା । ସେହି ବର୍ଷ ବାଏର୍ଣ୍ଣ ସମସ୍ତ ଟ୍ରଫି ଜିତି ବୁଣ୍ଡେସଲିଗାରେ ରେକର୍ଡ ସଫଳତା କରିଥିଲା ।<ref>{{cite web | url = http://www.fcbayern.de/en/matches/match-reports/2013/41344.php | title = Records fall as Bayern seal stunning title triumph | access-date = 28 September 2014 | date = 6 April 2013 | url-status=live | archive-url = https://web.archive.org/web/20140928053010/http://www.fcbayern.de/en/matches/match-reports/2013/41344.php | archive-date = 28 September 2014 | df = dmy-all }}</ref> ତ୍ରିବିଜୟୀ ହେବାରେ ବାଏର୍ଣ୍ଣ ପ୍ରଥମ ଜର୍ମାନ କ୍ଲବ୍ ହୋଇଥିଲା । ୨୦୧୩ ମସିହାରେ ବୋରୁସିଆ ଡୋର୍ଟମୁଣ୍ଡକୁ ୨-୧ ଗୋଲରେ ହରାଇ ବାଏର୍ଣ୍ଣ ପୁଣି ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କଲା ।<ref>{{cite web | url = http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | title = Robben ends Bayern's run of final misery | publisher = UEFA | date = 25 May 2013 | access-date = 28 September 2014 | first = Andrew | last = Haslam | url-status=live | archive-url = https://web.archive.org/web/20141007130556/http://www.uefa.com/uefachampionsleague/season=2013/matches/round=2000351/match=2009612/postmatch/report/ | archive-date = 7 October 2014 | df = dmy-all }}</ref>
ଏହା ପରେ ବାର୍ସେଲୋନା ପିରଶିକ୍ଷକ ରହିଥିବା ପେପ୍ ଗାର୍ଡିଓଲା ବାଏର୍ଣ୍ଣ ମ୍ୟୁନିକର ପରିଚାଳନା ଦାୟିତ୍ତ୍ଵ ନେଲେ । ବାଏର୍ଣ୍ଣ ୨୦୧୩ କ୍ଲବ୍ ବିଶ୍ଵକପ ଓ ୟୁଇଫା ସୁପରକପ ମଧ୍ୟ ଜିତିଥିଲା ।<ref>{{cite web| url =http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| title =Super Bayern crowned club world champions| url-status=live| archive-url =https://web.archive.org/web/20150212084342/http://www.fcbayern.de/en/matches/match-reports/2013/match-report-cwc-final-bayern-raja-casablanca-211213.php| archive-date =12 February 2015| df =dmy-all}}</ref><ref name="UEFA_1942071">{{cite web | url = http://www.uefa.com/uefasupercup/news/newsid=1942071.html | title = Bayern tackle Chelsea in Prague Super Cup | publisher = UEFA | date = 26 May 2013 | access-date = 13 June 2013 | url-status=live | archive-url = https://web.archive.org/web/20130610140724/http://www.uefa.com/uefasupercup/news/newsid=1942071.html | archive-date = 10 June 2013 | df = dmy-all }}</ref> ୨୦୧୩-୧୪ର ଚାମ୍ପିୟନ୍ସ ଲିଗ ସେମି-ଫାଇନାଲରେ ବାଏର୍ଣ୍ଣ ଦଳ [[ରିଆଲ ମାଦ୍ରିଦ]]ଠାରୁ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ବାଏର୍ଣ୍ଣର ଅଧ୍ୟକ୍ଷ ଉଲି ହୋନେସଙ୍କୁ କରଖିଲାପି ଦୋଷରେ ୩.୫ ବର୍ଷର କାରାଦଣ୍ଡାଦେଶ ହେବାପରେ ସେ କ୍ଲବ୍ ଅଧ୍ୟକ୍ଷତାରୁ ଇସ୍ତଫା ଦେଇଥିଲେ । ୨୦୧୪-୧୫, ୨୦୧୫-୧୬ କ୍ରୀଡ଼ାବର୍ଷ ବେଳକୁ ବାଏର୍ଣ୍ଣ ଦଳକୁ ରବର୍ଟ୍ ଲେୱାଣ୍ଡୋସ୍କି, ଜାବି ଆଲୋନ୍ସୋ ଆସିଥିଲେ ଏବଂ ଟୋନି କ୍ରୂସ୍, ବାଷ୍ଟିଆନ ଶ୍ଵାଇନ୍‍ଷ୍ଟାଇଗର, କ୍ଲୌଡ଼ିଓ ପିଜାରୋ ଦଳ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଗାର୍ଡିଓଲା ବାଏର୍ଣ୍ଣରୁ ବାହାରି ଯାଇଥିଲେ ଏବଂ କାର୍ଲୋ ଆନ୍ସେଲୋଟି ଦଳର ପରିଚାଳକ ହେଲେ ।<ref>{{cite news | url = http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | title = Bayern Munich confirm Carlo Ancelotti will replace Pep Guardiola | date = 20 December 2015 | work = Sky Sports | url-status=live | archive-url = https://web.archive.org/web/20160524174457/http://www.skysports.com/football/news/11890/10105921/bayern-munich-confirm-carlo-ancelotti-will-replace-pep-guardiola | archive-date = 24 May 2016}}</ref> ଆନ୍ସେଲୋଟିଙ୍କ ପରିଚାଳିତ ବାଏର୍ଣ୍ଣ ଦଳ ମାଟ୍ସ ହମ୍ମେଲ୍ସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ଓ ୨୦୧୬-୧୭ ବୁଣ୍ଡେସଲିଗା ଟ୍ରଫି ଜିତିଥିଲା ।<ref>{{cite news|url=http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|title=Bayern Munich seal Bundesliga title as Leipzig and Dortmund draw | date = 29 April 2017 | work = ESPN FC | url-status=live | archive-url = https://web.archive.org/web/20170508192946/http://www.espnfc.com/german-bundesliga/story/3115208/bayern-munich-seal-bundesliga-title-as-leipzig-and-dortmund-draw|archive-date=8 May 2017}}</ref> ପରେ ଦଳକୁ ହାମେସ୍ ରୋଡ୍ରିଗେଜ୍ ଆସିଲେ କିନ୍ତୁ ଫିଲିପ୍ ଲାମ୍ ଓ ଜାବି ଆଲୋନ୍ସୋ ଅବସର ନେଲେ । ଅନେକ ଖେଳାଳୀ ଏହି ସମୟରେ ବାଏର୍ଣ୍ଣ ଦଳରୁ ବାହାରି ଯାଇଥିଲେ । ୨୦୧୭-୧୮ ଚାମ୍ପିୟନ୍ସ ଲିଗରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍‍ଠାରୁ ୦-୩ ଗୋଲରେ ପରାଜିତ ହେବା ପରେ ଆନ୍ସେଲୋଟିଙ୍କୁ ବାଏର୍ଣ୍ଣ ପରିଚାଳନା ଦାୟିତ୍ତ୍ଵରୁ ନିବୃତ୍ତି ଦିଆଗଲା ।<ref name="ancelotti sacked">{{cite news |url=https://fcbayern.com/en/news/2017/09/press-release-bayern-and-ancelotti-part-company |title=FC Bayern part company with Carlo Ancelotti |website=fcbayern.com |date=28 September 2017 |access-date=28 September 2017 |url-status=live |archive-url=https://web.archive.org/web/20170928193602/https://fcbayern.com/en/news/2017/09/press-release-bayern-and-ancelotti-part-company |archive-date=28 September 2017 }}</ref>
ଆଇନ୍‍ଟ୍ରାଖ୍‍ଟ୍ ଫ୍ରାଙ୍କଫର୍ଟର ପୂର୍ବ ପ୍ରଶିକ୍ଷକ କୋଭାଚ୍ ବାଏର୍ଣ୍ଣ ଦଳର ପରିଚାଳନା ଦାୟିତ୍ତ୍ଵ ଗ୍ରହଣ କଲେ । ଆଶାନୁରୂପ ପ୍ରଦର୍ଶନ ନହେବା ସତ୍ତ୍ଵେ କ୍ଲବ୍ କୋଭାଚଙ୍କୁ ସମର୍ଥନ କଲା । ୨୦୧୮-୧୯ ୟୁଇଫା ଚାମ୍ପିୟନ୍ସ ଲିଗରେ ଲିଭରପୁଲ୍ ବାଏର୍ଣ୍ଣକୁ ପଛରେ ପକାଇଥିଲା । ବାଏର୍ଣ୍ଣର ତାରକା ଖେଳାଳୀ ରୋବେନ ଓ ରିବେରି ଏହା ପରେ କ୍ଲବ ଛାଡ଼ିଥିଲେ ।<ref>{{Cite web | url = https://fcbayern.com/en/news/2018/12/arjen-robben-in-interview | title = Robben: I am to leave with at least one trophy | website = FC Bayern Munich official website | date = 3 December 2018 | access-date = 5 May 2019}}</ref><ref>{{Cite web|url=https://www.bavarianfootballworks.com/2019/2/24/18238448/bayern-munich-franck-ribery-last-season-arjen-robben-bundesliga-title-farewell-game-testimonial|title=Hoeness: Franck Ribery will leave Bayern Munich at the end of the season|first=John|last=Dillon|date=24 February 2019|website=Bavarian Football Works}}</ref> ୨୦୧୯ ଜୁଲାଇ ୧ ତାରିଖରେ ହାନ୍ସ-ଡିଟର୍ ଫ୍ଲିକ୍ ବାଏର୍ଣ୍ଣର ଅତିରିକ୍ତ ପ୍ରଶିକ୍ଷକ ହେଲେ ।<ref>{{cite web |url=https://fcbayern.com/en/news/2019/07/interview-with-hansi-flick |title=Hansi Flick interviewed: 'A top job and a club that's very close to my heart' |date=7 July 2019 |website=fcbayern.com |publisher=Bayern Munich |access-date=19 August 2019}}</ref> ୨୦୧୯ ନଭେମ୍ଵର ମାସରେ କୋଭାଚ୍ ବାଏର୍ଣ୍ଣ ଛାଡ଼ିବା ପରେ ଫ୍ଲିକ୍ ମୁଖ୍ୟ ପରିଚାଳକ ହେଲେ ।<ref>{{Cite web | url = https://www.theguardian.com/football/2019/nov/03/bayern-munich-niko-kovac | title = Niko Kovac leaves Bayern Munich after Eintracht Frankfurt thrashing | date = 3 November 2019 | website = The Guardian | access-date = 4 November 2019}}</ref><ref>{{cite web |url=https://fcbayern.com/en/news/2019/11/fc-bayern-relieve-head-coach-niko-kovac-of-his-duties |title=FC Bayern and head coach Niko Kovac part company |date = 3 November 2019 |website=fcbayern.com |publisher=Bayern Munich |access-date=3 November 2019}}</ref><ref>{{Cite web |url=https://fcbayern.com/en/news/2019/12/hansi-flick-to-remain-fc-bayern-head-coach-until-end-of-season |title=Flick to remain FC Bayern head coach until end of season |date=22 December 2019 |website=fcbayern.com |publisher=Bayern Munich |access-date=26 December 2019}}</ref> ଫ୍ଲିକ୍‍ଙ୍କ ତତ୍ତ୍ଵାବଧାନରେ ବାଏର୍ଣ୍ଣର ପ୍ରଦର୍ଶନରେ ଉନ୍ନତି ଆସିବାରୁ ତାଙ୍କୁ ୨୦୨୩ ପର୍ଯ୍ୟନ୍ତ ପରିଚାଳକ ଭାବେ ରଖିବାର ଚୁକ୍ତି କରାଗଲା ।<ref name="usatoday">{{cite web | url=https://www.usatoday.com/story/sports/soccer/2020/04/03/bayern-gives-coach-hansi-flick-permanent-deal-through-2023/111519252/ |title=Bayern gives coach Hansi Flick permanent deal through 2023 |website=usatoday.com |date=3 April 2020 }}</ref> ବାଏର୍ଣ୍ଣ ଦଳ ୨୦୧୯-୨୦ ବୁଣ୍ଡେସଲିଗା ଓ ଡିଏଫ୍‍ବି ପୋକାଲରେ ବିଜୟୀ ହୋଇଥିଲା । ଚାମ୍ପିୟନ୍ସ ଲିଗର କ୍ଵାର୍ଟର୍-ଫାଇନାଲରେ ବାଏର୍ଣ୍ଣ ଦଳ [[ବାର୍ସେଲୋନା ଫୁଟବଲ କ୍ଲବ|ଏଫ୍‍ସି ବାର୍ସେଲୋନାବାର୍ସେଲୋନାକୁ]]କୁ ୮-୨ ଗୋଲରେ ପରାସ୍ତ କରିଥିଲା ।<ref>{{Cite web|url=https://www.uefa.com/uefachampionsleague/match/2030146--barcelona-vs-bayern/|title=Barcelona-Bayern &#124; UEFA Champions League|website=UEFA.com}}</ref> ସେମି-ଫାଇନାଲରେ ଲ୍ୟୋନ୍ ଦଳକୁ ୩-୦ ଗୋଲରେ ପରାସ୍ତ କରିଥିଲା । ସେତେବେଳକୁ [[କରୋନାଭୂତାଣୁ ରୋଗ ୨୦୧୯|କୋଭିଡ଼୍-୧୯ ମହାମାରୀ]] ଯୋଗୁଁ ବନ୍ଦ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ବାଏର୍ଣ୍ଣ ଦଳ ପ୍ୟାରିସ୍ ସେଣ୍ଟ୍-ଜର୍ମେନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଥିଲା ।<ref>{{Cite web|title=Barcelona vs. Bayern Munich – Football Match Summary – August 14, 2020 – ESPN|url=https://www.espn.com/soccer/match?gameId=573704|access-date=14 August 2020|website=ESPN.com|language=en}}</ref>
 
==କିଟ୍ ଓ ପୋଷାକ==
===ପ୍ରାୟୋଜକ, ପୋଷାକ-ଯୋତା ଯୋଗାଣକାରୀ===