"ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୧ କ ଧାଡ଼ି:
[[File:Bundesarchiv Bild 183-N1108-304, Fußball-Europapokalspiel, Magdeburg - München.jpg|thumb|right|ବାଏର୍ଣ୍ଣ ବନାମ ଏଫ୍‍ସି ମାଗଦେବର୍ଗ ମ୍ୟାଚ୍ (୧୯୭୪)]]
ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍‍କୁ ଲିଡ୍‍ସ୍ ୟୁନାଇଟେଡ୍ ଏଫ୍‍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା । ବାଏର୍ଣ୍ଣ ପ୍ରଶିକ୍ଷକ ଏହାକୁ ସୌଭାଗ୍ୟବଶତଃ ବିଜୟ ଲାଭ କରିବା କଥା କହିବା ବେଳେ ଲିଡ୍‍ସ୍ ଦଳର ଲୋକପ୍ରିୟ ମିଡ୍‍ଫିଲ୍‍ଡର୍ ବିଲି ବ୍ରେମ୍ନର୍ ମ୍ୟାଚର ଫରାସୀ ରେଫରିଙ୍କ ପ୍ରତି ଦୋଷାରୋପ କରିଥିଲେ । ତା’ ପରେ ଲିଡ୍‍ସ୍‍ର ସମର୍ଥକ ମାନେ ପ୍ୟାରିସ ସହରରେ ଦଙ୍ଗା କରିଥିଲେ ଓ ଏହି କାରଣରୁ ଲିଡ୍‍ସ୍ ଫୁଟବଲ ଦଳ ଉପରେ ୩ ବର୍ଷ ପାଇଁ ୟୁରୋପୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାରୁ ରହିତାଦେଶ କରାଗଲା ।<ref name="Unlucky match for Leeds">{{cite news | url = http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | title = Unlucky Paris match for Leeds | date = 19 May 1999 |work=BBC Sport | access-date = 29 March 2012 | url-status=live | archive-url = https://web.archive.org/web/20130615124716/http://news.bbc.co.uk/2/hi/special_report/1999/05/99/uniteds_euro_showdown/347144.stm | archive-date = 15 June 2013 | df = dmy-all }}</ref> ୧୯୭୬ ୟୁରୋପୀୟ ଲିଗରେ ବାଏର୍ଣ୍ଣ ଦଳ ଗ୍ଲାସଗୋରେ ସେଣ୍ଟ୍-ଏଟିଏନ୍ନେ ଦଳକୁ ପରାସ୍ତ କରି ପୁଣି ୟୁରୋପୀୟ କପରେ ବିଜୟ ହାସଲ କଲା ଓ କ୍ରମାଗତ ତିନି ବର୍ଷ ଏହି ପ୍ରତିଯୋଗିତା ଜିତିଲା । ଏହି ସମୟରେ ବାଏର୍ଣ୍ଣ ଅନ୍ତଃ-ମହାଦେଶୀୟ କପରେ ବ୍ରାଜିଲୀୟ କ୍ଲବ୍ କ୍ରୁଜିଏରୋକୁ ହରାଇ ଟ୍ରଫି ଜିତିଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 190–198 | isbn = 3-89533-426-X}}</ref> ଏହା ପରେ ବାଏର୍ଣ୍ଣ କୌଣସି ବୃହତ ବିଜୟ ହାସଲ କରିପାରିନଥିଲା ଓ ଦଳର ଖେଳାଳୀ ତଥା ପରିଚାଳକ ଅଦଳବଦଳ ହୋଇଥିଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 214–226 | isbn = 3-89533-426-X}}</ref> ସେ ସମୟରେ “ଅତି ନାଟକୀୟ ଭାବେ ଶେଷ ମୁହୂର୍ତ୍ତରେ ବିଜୟ ଲାଭ କରିବା”କୁ ଈର୍ଷ୍ୟା ବା କଟାକ୍ଷ ଅର୍ଥରେ ଦର୍ଶାଇବା ପାଇଁ ''ବାଏର୍ଣ୍ଣଡୁସେଲ'' (ଅର୍ଥାତ୍ ବାଏର୍ଣ୍ଣ ସୌଭାଗ୍ୟ) ବୋଲି ଏକ ଜର୍ମାନ ଶବ୍ଦର ପ୍ରଚଳନ ମଧ୍ୟ କରାଯାଇଥିଲା ।
 
==ଏଫ୍‍ସି ବ୍ରାଇଟନିଗ୍ଗେରୁ ଏଫ୍‍ସି ହଲିଉଡ୍ କାଳ (୧୯୭୯-୧୯୯୮)==
୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା । କିନ୍ତୁ ପଲ୍ ବ୍ରାଇଟ୍‍ନର୍ ଏବଂ କାର୍ଲ-ହାଇଞ୍ଜ୍ ରୁମେନିଗ୍ଗେଙ୍କ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଦଳ ୧୯୭୯-୮୦ ଏବଂ ୧୯୮୦-୮୧ କ୍ରୀଡ଼ାବର୍ଷର ବୁଣ୍ଡେସଲିଗାରେ ବିଜୟୀ ହେଲା । ପୁରା ଦଳରେ ଏହି ଖେଳାଳୀ ଦ୍ଵୟଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇଥିବାରୁ ସେ ସମୟର ବାଏର୍ଣ୍ଣ କ୍ଲବକୁ ‘‘ଏଫ୍‍ସି ବ୍ରାଇଟନିଗ୍ଗେ’’ ବୋଲି କୁହାଯାଉଥିଲା । ୧୯୮୧-୮୨ ଡିଏଫ୍‍ବି ପୋକାଲରେ ମଧ୍ୟ ବାଏର୍ଣ୍ଣ ବିଜୟ ଲାଭ କରିଥିଲା । ବ୍ରାଇଟନର୍ ଖେଳରୁ ଅବସର ନେଇଥିଲେ । ପୂର୍ବତନ ପ୍ରଶିକ୍ଷକ ଉଡୋ ଲାଟ୍ଟେକଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଏର୍ଣ୍ଣ ୧୯୮୩-୮୪ ଡିଏଫ୍‍ବି ପୋକାଲ, ପରବର୍ତ୍ତୀ ୬ରୁ ୫ ବର୍ଷର ବୁଣ୍ଡେସଲିଗା ଜିତିଥିଲା । ୧୯୮୫-୮୬ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଉଭୟ ପୋକାଲ ଓ ବୁଣ୍ଡେସଲିଗା ଜିତିଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ଧରି ୟୁରୋପୀୟ କପରେ ବିଜୟ ବାଏର୍ଣ୍ଣ ହାତକୁ ଆସିଲା ନାହିଁ । ୧୯୮୧-୮୨ ଓ ୧୯୮୬-୮୭ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ୟୁରୋପୀୟ କପର ଫାଇନାଲରେ ପରାସ୍ତ ହୋଇଥିଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 226–267 | isbn = 3-89533-426-X}}</ref>
 
୧୯୮୭ରେ ୟୁପ୍ ହେନକେସ୍ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ୧୯୮୮-୮୯ ଓ ୧୯୮୯-୯୦ କ୍ରୀଡ଼ାବର୍ଷରେ ବୁଣ୍ଡେସଲିଗା ବିଜୟୀ ହେବାପରେ ବାଏର୍ଣ୍ଣର ପ୍ରଦର୍ଶନ ଆଶାନୁରୂପ ରହିପାରିଲା ନାହିଁ । ୧୯୯୦-୯୧ ବୁଣ୍ଡେସଲିଗାରେ କ୍ଲବ୍ ଦ୍ଵିତୀୟ ସ୍ଥାନରେ ରହିଲା କିନ୍ତୁ ୧୯୯୧-୯୨ ବୁଣ୍ଡେସଲିଗାରୁ ଅଯୋଗ୍ୟ ଘୋଷିତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ୧୯୯୩-୯୪ କ୍ରୀଡ଼ାବର୍ଷର ୟୁଇଫା କପରେ ବାଏର୍ଣ୍ଣ ଇଂରାଜୀ ପ୍ରିମିୟର୍ ଲିଗ ଦଳ ନରୱିଚ୍ ସିଟି ଏଫ୍‍ସିଠାରୁ ଓଲିମ୍ଫାଷ୍ଟାଡିୟୋନରେ ପରାସ୍ତ ହୋଇଥିଲା। ନରୱିଚ୍ ସିଟି ଏଫ୍‍ସି ଏକମାତ୍ର ଇଂରାଜୀ କ୍ଲବ୍ ଯିଏ ବାଏର୍ଣ୍ଣକୁ ଓଲିମ୍ପାଷ୍ଟାଡିୟୋନରେ ହରାଇଛି । ୧୯୯୩-୯୪ କ୍ରୀଡ଼ାବର୍ଷ ମଝିରେ ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ବାଏର୍ଣ୍ଣର ପରିଚାଳକ ଦାୟିତ୍ତ୍ଵ ନେବା ପରେ ଦଳର ପ୍ରଦର୍ଶନରେ କିଛି ଉନ୍ନତି ଆସିଥିଲା । ଚାରି ବର୍ଷ ବ୍ୟବଧାନ ପରେ ବାଏର୍ଣ୍ଣ ପୁଣି ୧୯୯୩-୯୪ କ୍ରୀଡ଼ାବର୍ଷର ବୁଣ୍ଡେସଲିଗା ଜିତିଲା । ବେକେନ୍‍ବାଉଅରଙ୍କୁ ବାଏର୍ଣ୍ଣ କ୍ଲବର ଅଧ୍ୟକ୍ଷ କରାଗଲା ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 273–299 | isbn = 3-89533-426-X}}</ref>
 
ପରବର୍ତ୍ତୀ ଦୁଇ ପ୍ରଶିକ୍ଷକ ଜିଓଭାନି ଟ୍ରାପାଟୋନି ଓ ଓଟ୍ଟୋ ରେହାଗେଲଙ୍କ କାଳରେ ବାଏର୍ଣ୍ଣ ଦଳ କୌଣସି ଟ୍ରଫି ଜିତିବାରେ ସଫଳ ହୋଇନଥିଲା ।<ref name="bayernhistory9199">{{cite web | title = 1990 bis 1999: Trainerwechsel und Titel | trans-title = 1990 to 1999: Titles and Changes of Managers | publisher = FC Bayern Erlebniswelt | access-date = 28 September 2014 | url = http://fcb-erlebniswelt.de/de/historie/meilensteine-ab-1900/1990-1999/index.php | language = de | url-status=live | archive-url = https://web.archive.org/web/20150403095829/http://fcb-erlebniswelt.de/de/historie/meilensteine-ab-1900/1990-1999/index.php | archive-date = 3 April 2015 | df = dmy-all }}</ref> ବାଏର୍ଣ୍ଣର ଖେଳାଳୀମାନଙ୍କ ବିଷୟରେ ତତ୍କାଳୀନ ଖବରକାଗଜର ଖେଳ ପୃଷ୍ଠାରେ କମ୍ ଓ ଗପ-ଚର୍ଚ୍ଚା-ମନୋରଞ୍ଜନ ପୃଷ୍ଠାରେ ଅଧିକ ବିଷୟ ଛପୁଥିଲା । ତେଣୁ ସେ ସମୟରେ ବାଏର୍ଣ୍ଣ କ୍ଲବ୍ ନିଜର ଅନ୍ୟ ଡାକ ନାମ ‘‘ଏଫ୍‍ସି ହଲିଉଡ୍’’ ପାଇଥିଲା ।<ref>{{cite web |url=http://www.goal.com/en-us/news/174/uefa-champions-league/2010/04/08/1869197/cl-comment-van-gaals-bayern-give-new-meaning-to-fc-hollywood |title=CL Comment: Van Gaal's Bayern Give New Meaning to "FC Hollywood" |publisher=Goal.com |date=8 April 2010 |access-date=9 June 2013 |url-status=live |archive-url=https://web.archive.org/web/20140118141258/http://www.goal.com/en-us/news/174/uefa-champions-league/2010/04/08/1869197/cl-comment-van-gaals-bayern-give-new-meaning-to-fc-hollywood |archive-date=18 January 2014 }}</ref> ଫ୍ରାଞ୍ଜ୍ ବେକେନ୍‍ବାଉଅର ପୁଣି ସାମୟିକ ପ୍ରଶିକ୍ଷଣ ଦାୟିତ୍ତ୍ଵ ନେବା ପରେ ଦଳ ୧୯୯୬ ୟୁଇଫା କପ ଫାଇନାଲରେ ବୋର୍ଡ୍ୟୁ ଏଫ୍‍ସିକୁ ହରାଇ ବିଜୟ ଲାଭ କଲା । ୧୯୯୬-୯୭ କ୍ରୀଡ଼ାବର୍ଷରେ ଟ୍ରାପାଟୋନି ପ୍ରତ୍ୟାବର୍ତ୍ତନ କରି ବାଏର୍ଣ୍ଣକୁ ବୁଣ୍ଡେସଲିଗା ଜିତାଇଲେ । କିନ୍ତୁ ଏକ ନୂତନ ଦଳ ଏଫ୍‍ସି କାଇଜରଲାଉଟର୍ଣ୍ଣଠାରୁ ୧୯୯୭-୯୮ ବୁଣ୍ଡେସଲିଗାରେ ହାରିବା ପରେ ଟ୍ରାପାଟୋନି କ୍ଲବରୁ ବିଦାୟ ନେଲେ ।<ref>{{cite book | last = Schulze-Marmeling | first = Dietrich | title = Die Bayern. Die Geschichte des deutschen Rekordmeisters | language = de | publisher = Die Werkstatt | year = 2003 | pages = 307–345 | isbn = 3-89533-426-X}}</ref>
 
==ଆଧୁନିକ ଯୁଗ (୧୯୯୮-ବର୍ତ୍ତମାନ)==
[[File:Allianz Arena Pahu.jpg|thumb|350px|right|୨୦୦୫ରେ ଉଦଘାଟିତ ଆଲିଆଞ୍ଜ ଏରିନା ବିଶ୍ଵର ଆଧୁନିକ ବ୍ୟବସ୍ଥାବିଶିଷ୍ଟ ଫୁଟବଲ ଷ୍ଟାଡିୟମମାନଙ୍କ ମଧ୍ୟରେ ଅନ୍ୟତମ]]
 
==କିଟ୍ ଓ ପୋଷାକ==
===ପ୍ରାୟୋଜକ, ପୋଷାକ-ଯୋତା ଯୋଗାଣକାରୀ===
{| class="wikitable" style="text-align: center"
|-
! ସମୟ
! କିଟ୍ ନିର୍ମାତା
! ପୋଷାକରେ ପ୍ରାୟୋଜକ (ଛାତି)
! ପୋଷାକରେ ପ୍ରାୟୋଜକ (ବାହୁ)
|-
|୧୯୬୪-୧୯୭୧
|ପାଲମେ ଟ୍ରିକୋଟ୍‍ଫାବ୍ରିକ୍<ref name="footyheadlines_palme">{{cite web|url = https://www.footyheadlines.com/2018/06/fc-bayern-munchen-retro-kit.html | title = FC Bayern München Retro Kit Released | publisher = footyheadlines.com | access-date = 23 December 2020}}</ref>
|rowspan="2"|କେହି ନାହିଁ
|rowspan="8"|କେହି ନାହିଁ
|-
|୧୯୭୧-୧୯୭୪
|ଏରିମା
|-
|୧୯୭୪-୧୯୭୮
|rowspan="8"|ଆଡିଡାସ୍
|ଆଡିଡାସ୍
|-
|୧୯୭୮-୧୯୮୧
|ମାଗିରୁସ୍ ଡଏଟ୍‍ଜ୍
|-
|୧୯୮୧-୧୯୮୪
|ଇଭେକୋ ମାଗିରୁସ୍
|-
|୧୯୮୪-୧୯୮୯
|କୋମ୍ମୋଡୋର୍ ଇଣ୍ଟର୍‍ନ୍ୟାସନାଲ୍
|-
|୧୯୮୯-୨୦୦୨
|ଓପେଲ୍
|-
|୨୦୦୨-୨୦୧୭
|rowspan="3"|ଡଏଚ୍ ଟେଲିକୋମ୍
|-
|୨୦୧୭-୨୦୧୮
|ହାମାଦ୍ ଏୟାର୍ପୋର୍ଟ୍
|-
|୨୦୧୮- ୨୦୨୧
|କାତାର୍ ଏୟାରୱେଜ୍
|}
 
===କିଟ୍ ସମ୍ଵନ୍ଧୀୟ ତଥ୍ୟ===
{| class="wikitable" style="text-align: left"
|-
! କିଟ୍ ଯୋଗାଣକାରୀ !! ସମୟକାଳ !! ଚୁକ୍ତି<br />ଘୋଷଣା !! ଚୁକ୍ତି<br />ସମୟସୀମା !! ମୂଲ୍ୟ !! ଅନ୍ୟ ତଥ୍ୟ
|-
| ଆଡିଡାସ୍
|୧୯୭୪-ବର୍ତ୍ତମାନ
| ୨୮-ଅପ୍ରେଲ-୨୦୧୫
| ୨୦୧୫-୨୦୩୦(୧୫ ବର୍ଷ ପାଇଁ)<ref>{{Cite web|url=https://www.footyheadlines.com/2015/04/bayern-munchen-sign-record-breaking-adidas-kit-deal.html|title=Bayern München Sign Record-Breaking Adidas Kit Deal}}</ref>
| ୯୦ କୋଟି ୟୁରୋ<ref>{{cite web|url=https://www.bavarianfootballworks.com/2015/4/29/8512477/bayern-munich-extend-adidas-kit-deal-until-2030|title=Bayern's new kit deal with Adidas is huge|first=Phillip|last=Quinn|date=29 April 2015|website=Bavarian Football Works|access-date=22 April 2019}}</ref> <br />([[Euro|€]]60&nbsp;million per year)
|
|}
 
==ଖେଳ ସାହିତ୍ୟରେ ବାଏର୍ଣ୍ଣ==